Tennis: ଚେନ୍ନାଇ ଓପନ୍‌: ଇତିହାସ ରଚିଲେ ମାୟା

14 minutes ago 1
ARTICLE AD BOX

ଚେନ୍ନାଇ: ଚଳିତ ଚେନ୍ନାଇ ଓପନ୍‌ର କ୍ବାର୍ଟରଫାଇନାଲ୍‌ରେ ପହଞ୍ଚି ଭାରତର ମାୟା ରାଜେଶ୍ବରନ ରେବତୀ ଇତିହାସ ରଚିଛନ୍ତି। ୧୪ ବର୍ଷ ପରେ ପ୍ରଥମ ଭାରତୀୟ ମହିଳା ଭାବେ ଡବ୍‌ଲ୍ୟୁଟିଏ ଟୁର୍‌ ଏକକ କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିବାର ଗୌରବ ଅର୍ଜନ କରିଛନ୍ତି। ୨୦୧୨ରେ ଶେଷ ଥର ଲାଗି ସାନିଆ ମିର୍ଜା ଏହି ସଫଳତା ପାଇଥିଲେ।

ଶୁକ୍ରବାର କ୍ବାର୍ଟରଫାଇନାଲ୍‌
୨୦୦୫ରେ ଭାରତ-ଆମେରିକୀୟ ଶିଖା ଓବରାଇ ଡବ୍‌ଲ୍ୟୁଟିଏ ଲେଭଲ୍‌ର ଶେଷ ୮ରେ ପହଞ୍ଚିଥିଲେ। ପ୍ରିକ୍ବାର୍ଟରଫାଇନାଲ୍‌ରେ ୧୭ ବର୍ଷୀୟା ମାୟା ସିଧାସଳଖ ୬-୪, ୬-୩ ସେଟ୍‌ରେ ପୋଲାଣ୍ଡର ୱେରୋନିକା ଫାଲକୋସ୍କାଙ୍କୁ ମାତ୍‌ ଦେଇଥିଲେ। ଶୁକ୍ରବାର କ୍ବାର୍ଟରଫାଇନାଲ୍‌ରେ ସେ ଆମେରିକାର ରବିନ ମଣ୍ଟଗୋମେରିଙ୍କୁ ଭେଟିବେ। ଚଳିତ ବର୍ଷ ଲାଗୋସ୍‌ରେ ଆଇଟିଏଫ୍‌ ଟାଇଟଲ୍‌ ଜିତିଥିଲେ ମାୟା।

Virat Kohli Birthday: ବିରାଟ କୋହଲିଙ୍କ ଜନ୍ମଦିନ; କ୍ରିକେଟ୍‌ରେ ଉପଲବ୍ଧି

Read Entire Article
LEFT SIDEBAR AD

Hidden in mobile, Best for skyscrapers.