Temple Theft: ପଶ୍ଚିମା ଶମ୍ଭୁ ମହାଦେବ ମନ୍ଦିରରେ ବଡ଼ ଧରଣର ଚୋରି, ୧୫ କିଲୋ ରୁପା ସିଂହାସନ ସହ ହୁଣ୍ଡି ଲୁଟ୍

3 weeks ago 11
ARTICLE AD BOX

ଡେଲାଙ୍ଗ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ସ୍ଥିତ ପ୍ରସିଦ୍ଧ ପଶ୍ଚିମା ଶମ୍ଭୁ ମହାଦେବ ମନ୍ଦିରରେ ଏକ ବଡ଼ ଧରଣର ଚୋରି ହେଇଥିବା ସୂଚନା ମିଳିଛି। ଗତ ବିଳମ୍ବିତ ରାତିରେ କଳା ମୁଖା ପିନ୍ଧିଥିବା ଏକ ଡକାୟତି ଗ୍ୟାଙ୍ଗ ମନ୍ଦିର ଭିତରକୁ ପଶି ମୂଲ୍ୟବାନ ରୁପା ଅଳଙ୍କାର, ଦାନ ହୁଣ୍ଡି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। 

Social Boycott: ବର୍ଷେ ଧରି ପରିବାରକୁ ସାମାଜିକ ବାସନ୍ଦ, ଥାନାରେ ଅଭିଯୋଗ ପରେ ମଧ୍ୟ ମିଳୁନି ନ୍ୟାୟ

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପ୍ରବେଶ କରିଥିଲେ। ଲୁଟେରାମାନେ ମନ୍ଦିରରେ ଥିବା ପ୍ରାୟ ୧୫ କିଲୋଗ୍ରାମ ଓଜନର ରୁପା ସିଂହାସନ, ଦାନ ହୁଣ୍ଡି, ଚାନ୍ଦି ଅଳଙ୍କାର ଓ କିଛି ଆସବାବପତ୍ର ଲୁଟି ନେଇଥିବା ଜଣାପଡ଼ିଛି। ସକାଳେ ମନ୍ଦିର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକମାନେ ଚୋରି ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ଭିଡ଼ ଜମିଥିଲା। ଖବର ପାଇ ଘଟଣା ସ୍ଥଳରେ ଡେଲାଙ୍ଗ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ହରିରାଜପୁର ଫାଣ୍ଡି ପୁଲିସ  ଓ ପିପିଲି ଏସଡିପିଓ ଦେବାଶିଷ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସିସିଟିଭି ଫୁଟେଜ୍ ଯାଞ୍ଚ

ପୁଲିସ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଫୁଟେଜ୍ ଆଧାରରେ ଲୁଟେରାଙ୍କ ପରିଚୟ ଏବଂ ସେମାନଙ୍କ ଗତିବିଧି ସମ୍ପର୍କରେ ଛାନଭିନ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.