temple rituals ଶ୍ରୀରାମ ମନ୍ଦିରରୁ ଜଗନ୍ନାଥ ମନ୍ଦିରରେ ପହଁଚିଲା ଫଳ

2 months ago 19
ARTICLE AD BOX

ଘୁ.ଉଦୟଗିରି: ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଆଜି ଶ୍ରୀରାମ ମନ୍ଦିର ପକ୍ଷରୁ ଚତୁର୍ଦ୍ଧା ମୁର୍ତ୍ତିଙ୍କ ପାଇଁ ଫଳ ଲାଗି ହୋଇଛି। ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସ୍ନାନ ପୂର୍ଣ୍ଣିମାରେ ୧୦୮କଳସ ରେ ସ୍ନାନ କରି ଗଜାନନ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଜ୍ଵରରେ ପଡ଼ି ଅଣସର ଘରେ ଗୁପ୍ତ ସେବା ରେ ରହି ବନକ ଲାଗି ପରେ ମହାପ୍ରଭୁ ସୁସ୍ଥ ହେବାରେ ଲାଗିଛନ୍ତି। 

Lord Jagannath: ବାଲିଶଙ୍କରାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ତାଙ୍କ ପାଇଁ ଶ୍ରୀରାମ ମନ୍ଦିର ପକ୍ଷରୁ ବିଭିନ୍ନ କିସମର ଫଳ ପ୍ରଦାନ କରାଯିବା ପରେ ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା ମହାପ୍ରଭୁଙ୍କ ନିକଟରେ ପୂଜାପାଠ କରି ଭୋଗ ଅର୍ପଣ କରିଥିଲେ। ଶ୍ରୀରାମ ମନ୍ଦିର କମିଟି ସଭାପତି ସନ୍ତୋଷ ବାଘ, ଉପସଭାପତି ଦୁର୍ଗା ମାଧବ ପଟ୍ଟନାୟକ, ଅନୀଲ ପଟ୍ଟନାୟକ, ସଂଜୀବ ପ୍ରଧାନ, ପ୍ରଶାନ୍ତ ବଗର୍ତ୍ତିଙ୍କ ସମେତ ସମସ୍ତ ସଦସ୍ୟ ମହାପ୍ରଭୁଙ୍କ ନିକଟରେ ପହଁଚି ଯଥାରୀତି ପୂଜାର୍ଚ୍ଚନାରେ ଭାଗ ନେଇଥିବା ବେଳେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ସମୀର କୁମାର ପାଢୀ, ଉପଦେଷ୍ଟା କାଳୁ ଚରଣ ପଣ୍ଡା ଉପସ୍ଥିତ ଥିଲେ ମନ୍ଦିର ପୂଜକ ମାନସ ପଣ୍ଡା ଏବଂ ଚନ୍ଦ୍ରକାନ୍ତ ପଣ୍ଡା ସହଯୋଗ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.