ARTICLE AD BOX
ସମାକୋଇ ନଦୀ ପୋଲ ଉପରେ ୩ଫୁଟ ବନ୍ୟା ଜଳ
୪୯ ନଂ ଜାତୀୟ ରାଜପଥରେ ୨ ଫୁଟ ପାଣି, ଗାଡ଼ି ମୋଟର ଯାତାୟାତରେ ବ୍ୟାଘାତ
ତେଲକୋଇ:କେନ୍ଦୁଝରଜିଲ୍ଲା ତେଲକୋଇ ଅଞ୍ଚଳରେ ୨୪ ଘଣ୍ଟା ଲଗାଣ ବର୍ଷାରେ ୨୫୪.୧୪ ମିମି ବର୍ଷା ରେକର୍ଡ କରାଯାଇଛି। ତେଲକୋଇ ଡାକବଙ୍ଗଳା ନିକଟସ୍ଥ ସମାକୋଇ ନଦୀର ପୋଲ ଉପରେ ପ୍ରଖର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ତେଲକୋଇ ଏକ ପ୍ରକାର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି।
/filters:format(webp)/sambad/media/media_files/2026/07/28/telkoi-flood1-2026-07-28-17-10-18.jpg)
ସଦ୍ୟ ମିଳିଥିବା ସୂଚନାନୁସାରେ, ସମାକୋଇ ପୋଲ ଉପରେ ୩ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ବରେ ଗାଡ଼ି ମୋଟର ଅଟକି ରହିଛି। ଫଳରେ ତେଲକୋଇ-ଭୁବନେଶ୍ବର-କଟକ-ଢେଙ୍କାନାଳ-ତାଳଚେର-କାଳିଆହତା ପ୍ରଭୃତି ଅଞ୍ଚଳ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ନିକଟସ୍ଥ ରୁଗୁଡିହିସ୍ଥିତ ୪୯ ନଂ ଜାତୀୟ ରାଜପଥରେ ୨ ଫୁଟ ବର୍ଷା ପାଣି ପ୍ରବାହିତ ଯୋଗୁଁ ଗାଡ଼ି ମୋଟର ଯାତାୟାତରେ ବ୍ୟାଘାତ ସୃଷ୍ଟି ହୋଇଛି। ସମାକୋଇ ନଦୀର ତଳମୁଣ୍ଡରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଘୁରୁଡିଆ ନାଳ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି।ଯାହା ଫଳରେ କରଦାଙ୍ଗି ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
/filters:format(webp)/sambad/media/media_files/2026/07/28/telkoi-flood2-2026-07-28-17-10-28.jpg)
ରାଇସୁଆଁସ୍ଥିତ ଖଣ୍ଡାଧୋଆ ନାଳ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ଯୋଗୁଁ ପଡୋଶୀ ଢେଙ୍କାନାଳ ଜିଲ୍ଲା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଓରିଆବିରିଦା ପଞ୍ଚାୟତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଟାନାଳୀ ନାଳ ପୋଲ ଉପରେ ମଧ୍ୟ ପ୍ରଖର ସ୍ରୋତରେ ବନ୍ୟା ଜଳ ପ୍ରବାହିତ ହେଉଛି। ଗତକାଲି ସନ୍ଧ୍ୟାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି।ଚାଷ ଜମିରେ ବର୍ଷାଜଳ ଜମିବା ସହିତ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି।ଏବେ ବି ଲଗାଣ ବର୍ଷା ଜାରି ରହିବା ସହିତ ସମାକୋଇ ନଦୀ ଫୁଲୁ ଥିବାରୁ ତଳମୁଣ୍ଡରେ ଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

6 days ago
2


