Telegram: ୟୁଜରନେମ୍‌ ପାଇଁ ଟେଲିଗ୍ରାମ ଓ ସିଗ୍‌ନାଲ୍‌କୁ ନୋଟିସ୍‌

1 month ago 12
ARTICLE AD BOX

ନୂଆଦିଲ୍ଲୀ: ୟୁଜର୍‌ନେମ୍‌ ସେବା ଆରମ୍ଭ କରିବାକୁ ଯାଉଥିବା ‘ମେଟା’ ମାଲିକାନା ଅଧୀନସ୍ଥ ମେସେଜିଂ ଆପ୍‌ ହ୍ବାଟସ୍‌ଆପ୍‌କୁ ନୋଟିସ୍‌ ପଠାଇବା ପରେ କେନ୍ଦ୍ର ସରକାର ଟେଲିଗ୍ରାମ୍‌ ଓ ସିଗ୍‌ନାଲ୍‌କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି। ପରିଚୟ ଲୁଚାଇବା ଓ ଠକେଇ ଭଳି ସମସ୍ୟା ମୁକାବିଲା କରିବାକୁ କମ୍ପାନି କଣ ସବୁ ବ୍ୟବସ୍ଥା କରିଛନ୍ତି ତାହା ଜାଣିବାକୁ ସରକାର ଚାହିଛନ୍ତି। ତେବେ, ୟୁଜରନେମ୍‌ ପ୍ରସଙ୍ଗରେ ହ୍ବାଟସ୍‌ଆପ୍‌ ପକ୍ଷରୁ ସରକାରଙ୍କୁ ଉତ୍ତର ଦିଆଯାଇଛି। ହ୍ବାଟସ୍‌ଆପ୍‌ କହିଛି ଯେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ନାମରେ ସେମାନଙ୍କ ବ୍ୟତୀତ ଅନ୍ୟ କେହି ୟୁଜରନେମ୍‌ ସୃଷ୍ଟି କରିପାରିବେ ନାହିଁ। ଏହି ସୁବିଧା ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ। କୌଣସି ଅଜଣା ବ୍ୟକ୍ତି ତାହାକୁ ଖୋଜି ବାହାର କରିପାରିବେ ନାହିଁ। ଏଥି ସହିତ ବ୍ୟବହାରକାରୀମାନେ ଚାହିଲେ ‘ୟୁଜରନେମ୍‌ କି’ ସୃଷ୍ଟି କରିପାରିବେ। କୌଣସି ଅଜଣା ବ୍ୟକ୍ତି ଯୋଗାଯୋଗ କରିବା ପୂର୍ବରୁ ତାଙ୍କୁ ଉଭୟ ୟୁଜରନେମ୍‌ ଓ ତାହାର କି ଦରକାର ପଡ଼ିବ।

ବାଇକ୍ ଉପରେ ପଡ଼ିଲା ନଡ଼ିଆ ଗଛ; ଚାପି ହୋଇ ପୂର୍ବତନ ଡେପୁଟି ମେୟରଙ୍କ ପୁଅଙ୍କ ମୃତ୍ୟୁ

ହ୍ବାଟସ୍‌ଆପ୍‌ ପକ୍ଷରୁ ଗତ ସପ୍ତାହରେ ‘ୟୁଜରନେମ୍‌’ ସୁବିଧା ଘୋଷଣା କରାଯାଇଥିଲା। ଅଜଣା ବ୍ୟକ୍ତିଙ୍କୁ ନିଜ ମୋବାଇଲ୍‌ ନମ୍ବର ଦେବାକୁ ଚାହୁ ନଥିବା ଲୋକମାନେ ୟୁଜରନେମ୍‌ ଜରିଆରେ ହ୍ବାଟସ୍‌ଆପ୍‌କୁ ବ୍ୟବହାର କରିପାରିବେ ବୋଲି କମ୍ପାନି ଜଣାଇଥିଲା। କିଛି ମାସ ପ‌ରେ ଏହି ସେବା ଉପଲବ୍ଧ ହେବାକୁ ଯାଉଛି। ତାପୂର୍ବରୁ ନିଜର ୟୁଜରନେମ୍‌କୁ ସଂରକ୍ଷିତ କରିବାକୁ କମ୍ପାନି ବ୍ୟବହାରକାରୀମାନଙ୍କୁ କହିଥିଲା। ଏହି ସେବା ସମ୍ପର୍କରେ ଘୋଷଣା ହେବା ପରେ ପରିଚୟ ଲୁଚାଇ ଯେକୌଣସି ବ୍ୟକ୍ତି ଲୋକଙ୍କୁ ଠକିପାରିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ସୋସିଆଲ ମିଡିଆରେ ସେନେଇ ବ୍ୟାପକ ପ୍ରଚାର ହେବା ପରେ ସରକାର ତାହାକୁ ଗମ୍ଭୀରତାର ନେଇଥିଲେ ଓ ୟୁଜରନେମ୍‌ ବ୍ୟବସ୍ଥାକୁ ବନ୍ଦ କରିବାକୁ କମ୍ପାନିକୁ କହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.