Teacher: ପିଇଟି ଶିକ୍ଷକଙ୍କ ମାଡରେ ନବୋଦୟ ବିଦ୍ୟାଳୟ ଛାତ୍ର ଗୁରୁତର

1 week ago 6
ARTICLE AD BOX

ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର | ବୌଦ୍ଧ ଜିଲ୍ଲାରେ ଥିବା ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି |

 Teacher Beats Student (AI Image) Teacher Beats Student (AI Image)

ବୌଦ୍ଧ: ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର | ବୌଦ୍ଧ ଜିଲ୍ଲାରେ ଥିବା ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ୭ଟା ବେଳେ ପିଇଟି ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ମାରିବାରୁ ତାହା ୭ମ ଶ୍ରେଣୀର ଛାତ୍ରଙ୍କ ମୁହଁରେ ବାଜିଥିଲା।

ଆହୁରି ପଢନ୍ତୁ: Kanpur Murder: ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା: ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ଏଥିରେ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଏକ୍ସରେ କରାଯିବ ବୋଲି ଜଣାପଡିଛି। ତେବେ ଶିକ୍ଷକ ଜଣକ ତାଙ୍କୁ କାହିଁକି ମାଡ଼ ମାରିଲେ ତାହା ଜଣାପଡିନାହିଁ | 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.