Tankapani Bridge: ଟଙ୍କପାଣି ବ୍ରିଜ୍‌ରୁ ଅଟୋଚାଳକ ନିଖୋଜ ଘଟଣା: କୁଆଖାଇରୁ ମିଳିଲା ମୃତଦେହ

1 week ago 4
ARTICLE AD BOX

ବାଲିଅନ୍ତା: ଯାହା ଆଶଙ୍କା କରାଯାଉଥିଲା, ସେୟା ହେଲା। ଅପରପକ୍ଷେ ଯାହା ଆଶା କରାଯାଉଥିଲା, ତାହା ହେଲା ନାହିଁ। ୭ ତାରିଖ ରାତିରେ ଟଙ୍କପାଣି ବ୍ରିଜ୍‌ ଉପରେ ଅଟୋ ରଖି ନିଖୋଜ ହୋଇଯାଇଥିବା ପୁରୁଣା ଭୁବନେଶ୍ବର ହରଚଣ୍ଡୀସାହିର ସଞ୍ଜୟ ସ୍ବାଇଁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେଲା। ବୁଧବାର ସକାଳେ ଲିଙ୍ଗିପୁର ନିକଟ କୁଆଖାଇ ନଈକୂଳରୁ ଅଟୋଚାଳକ ସଞ୍ଜୟଙ୍କ ମୃତଦେହ ମିଳିଛି। ୩୬ଘଣ୍ଟାର ପରିଶ୍ରମ ପରେ ବାଲିଅନ୍ତା ଅଗ୍ନିଶମ ବାହିନୀ ସଞ୍ଜୟଙ୍କ ମୃତଦେହକୁ ନଇକୂଳକୁ ଲାଗିରହିଥିବା ବଣବୁଦା ଭିତରୁ ବାହାର କରି ବାଲିଅନ୍ତା ଥାନା ପୁଲିସ ଜିମାରେ ଦେଇଥିଲା। ପୁଲିସ ଆଜି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Air strike: ସକ୍ରିୟ ହେବ ‘ମକ୍କା ଚୁକ୍ତି’ ହୁତି ବିଦ୍ରୋହୀଙ୍କ ଉପରେ ଏୟାର୍‌ ଷ୍ଟ୍ରାଇକ୍‌ ପାଇଁ ପାକିସ୍ତାନ ପ୍ରସ୍ତୁତ

ଘଟଣା ଦିନ ରାତିରେ ଓ ମଙ୍ଗଳବାର ଦିନତମାମ ଅଗ୍ନିଶମ ବାହିନୀ କୁଆଖାଇ ନଦୀରେ ବାଙ୍କୁଆଳ ପାଖରୁ ଲିଙ୍ଗିପୁର ପର୍ଯ୍ୟନ୍ତ ବହୁ ଖୋଜିଥିଲା। କିନ୍ତୁ ସଞ୍ଜୟଙ୍କ ମୃତଦେହ ମିଳି ନଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଟଙ୍କପାଣି ବ୍ରିଜ୍‌ଠାରୁ ପ୍ରାୟ ୨ କିମି ଦୂରରେ ଲିଙ୍ଗିପୁର ନଈକୂଳରେ ବଣବୁଦା ଭିତରେ ସଞ୍ଜୟଙ୍କ ମୃତଦେହ ଲାଗିରହି ଭାସୁଥିବା ଦେଖିବାକୁ ମିଳିଥିଲା। ଆଗ୍ନିକମାନେ ମୃତଦେହକୁ ପାଣିରୁ ବାହାର କରି ବାଲିଅନ୍ତା ଥାନା ପୁଲିସ ଜିମା ଦେଇଥିଲା। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସେମାନଙ୍କ ଉପସ୍ଥିତିରେ ପୁଲିସ ମୃତଦେହକୁ ପଞ୍ଚନାମା କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ନଦୀରୁ ମୃତଦେହ ମିଳିବା ବିଳମ୍ବ ହେବାରୁ ସଞ୍ଜୟଙ୍କ ନିଖୋଜ ହେବା ଘଟଣାକୁ ନେଇ ନାନା କଥା ଆଲୋଚନା କରାଯାଉଥିଲା। ସ୍ତ୍ରୀଙ୍କୁ ଡରାଇବାକୁ ସେ ନାଟକ ରଚନା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ଏମିତିକି ସଞ୍ଜୟ ବଞ୍ଚିଥିବା ନେଇ ତାଙ୍କ ପରିବାର ଲୋକେ ମଧ୍ୟ ଆଶାବାଦୀ ଥିଲେ।   
 ଗୋଟିଏ ଜାଗାରୁ ଡେଇଁଥିଲେ, ସମାନ ସ୍ଥାନରୁ ମୃତଦେହ ଠାବ

STF: ଭୋଗରାଇରୁ ୫ ଓରାଂଉଟାନ୍ ଉଦ୍ଧାର ଘଟଣା: ଏସ୍‌ଟିଏଫ୍‌ର ତନାଘନା

୫ତାରିଖ ରାତିରେ ହରଚଣ୍ଡୀସାହିର ଭବାନୀ ଶଙ୍କର ଖଟେଇ(୨୩) ଟଙ୍କପାଣି ବ୍ରିଜ୍‌ରୁ ନଦୀଗଣ୍ଡକୁ ଡେଇଁ ଆତ୍ମହତ୍ୟା କରିଥିଲେ। ୭ ତାରିଖ ରାତିରେ ଠିକ୍‌ ସେହି ଜାଗାରେ ଆତ୍ମହତ୍ୟା କରିବା ଲାଗି ସ୍ବର୍ଗତ ଭବାନୀଙ୍କ ପଡ଼ୋଶୀ ସଞ୍ଜୟ ସ୍ବାଇଁ ବି କୁଆଖାଇ ଗର୍ଭକୁ ଡେଇଁ ପଡ଼ିଥିଲେ। ଭବାନୀଙ୍କ ମୃତଦେହ ଲିଙ୍ଗିପୁର ନିକଟରୁ ମିଳିଥିଲା ଏବଂ ଆଜି ସଞ୍ଜୟଙ୍କ ମୃତଦେହ ସେହି ଲିଙ୍ଗିପୁର ପାଖରେ ଭାସୁଥିବା ଦେଖାଯାଇଥିଲା। ଗୋଟିଏ ସାହିର ପଡ଼ୋଶୀ ଦୁଇ ଯୁବକ ଡକାଡକି ହୋଇ ଗଲା ଭଳି ଟଙ୍କପାଣି ବ୍ରିଜ୍‌କୁ ଯାଇ ସେଠାରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣାଟି ପୁରୁଣା ଭୁବନେଶ୍ବରରେ ଆଲୋଡନ ସୃଷ୍ଟି କରିଛି। ଲାଗଲାଗ ଦୁଇ ଦୁଇଟି ଅଘଟଣ ପୁରୁଣା ଭୁବନେଶ୍ବରରେ ‌ଯେତିକି ପରିମାଣରେ ଶୋକର ଛାୟା ଖେଳାଇଛି, ସେତିକି ମାତ୍ରାରେ ଲୋକଙ୍କ ମନରେ ଆଗାମୀ ଦିନ ପାଇଁ ଆଶଙ୍କା ବଢ଼ାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.