Tanishq: ତନିସ୍କର ୨୨୫ରୁ ଅଧିକ ଷ୍ଟୋରରେ ଡାଇମଣ୍ଡ ଏକ୍ସପର୍ଟାଇଜ୍‌ ସେଣ୍ଟର୍‌

5 hours ago 1
ARTICLE AD BOX

ବେଙ୍ଗାଲୁରୁ: ବିଶ୍ବାସ କେବଳ ଲୋକଙ୍କ କଥା ଉପରେ ପର୍ଯ୍ୟବସିତ ନାହିଁ। ବରଂ ବିଶ୍ବାସକୁ ପରଖାଯିବା ସହ ଅନୁଭବ କରାଯାଉଛି। ଗ୍ରାହକମାନେ ‌ଯାହା କିଣୁଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଅଧିକ ଆବେଗ ଦେଖାଉଛନ୍ତି। ନିଜ ଆଖିରେ ସାମଗ୍ରୀକୁ ଦେଖି ଅଧିକ ଜ୍ଞାନ ଅର୍ଜନ କରିବାକୁ ଚାହୁଛନ୍ତି। ହୀରା ବ୍ୟବସାୟରେ ମଧ୍ୟ ଏହି ଧାରା ଦେଖିବାକୁ ମିଳିଲାଣି। ଏହାକୁ ଦେଖି ଅଳଙ୍କାର ବ୍ରାଣ୍ଡ୍‌ ତନିସ୍କ ପକ୍ଷରୁ ଏହାର ଷ୍ଟୋର୍‌ଗୁଡ଼ିକରେ ଡାଇମଣ୍ଡ ଏକ୍ସପର୍ଟାଇଜ ସେଣ୍ଟର ଖୋଲିଛି। ହୀରା ବ୍ୟବସାୟରେ ସ୍ବଚ୍ଛତା ବଢ଼ାଇବା ସହ ଗ୍ରାହକଙ୍କୁ ଅଧିକ ବୁଝିବାକୁ ଏବଂ ସଶକ୍ତ କରିବାକୁ ଏହା କରାଯାଇଛି। ଅଳ୍ପ କେତେ ମାସ ମଧ୍ୟରେ ତନିସ୍କର ଉକ୍ତ କେନ୍ଦ୍ର ସଂଖ୍ୟା ୨୨୫ରୁ ଅଧିକ ହେଲାଣି। ଖୁବ୍‌ ଶୀଘ୍ର ଦେଶରେ ତନିସ୍କର ୫୦୦ରୁ ଅଧିକ ଷ୍ଟୋର୍‌ରେ ଏହା ଉପଲବ୍ଧ ହେବ। ଏହି ସେଣ୍ଟରଗୁଡ଼ିକ ଜରିଆରେ ଗ୍ରାହକମାନେ ହୀରାକୁ ପରଖିବା ସହିତ ଭଲ ଭାବେ ବୁଝି‌ପାରିବେ।

ଆହୁରି ପଢନ୍ତୁ: Tailoring: ସିଲେଇ କାମରୁ ନିଜେ ସ୍ୱାବଲମ୍ବୀ ହେବା ସହ ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ମିନତୀ

ଏହି କେନ୍ଦ୍ରଗୁଡ଼ିକରେ ‘ମାର୍କିଂ ଭ୍ୟୁୟର’ ରହିଛି ଯାହାଦ୍ବାରା ହୀରାର ସ୍ବତନ୍ତ୍ର ପରିଚୟ ନମ୍ବର ଚିହ୍ନଟ କରାଯାଇ ପାରିବ। ଏଥିପାଇଁ ପ୍ରତ୍ୟେକ ଷ୍ଟୋରରେ ଜଣେ ଲେଖାଏଁ ତାଲିମପ୍ରାପ୍ତ ରତ୍ନବିତ୍‌ମାନଙ୍କୁ ନିୟୋଜିତ କରାଯାଇଛି ଯେଉଁମାନେ ଗ୍ରାହକମାନଙ୍କୁ ସହଯୋଗ କରିବେ। ଏହି ସେବା ପାଇଁ କୌଣସି ଅର୍ଥ ନିଆଯିବ ନାହିଁ। ‌ଗ୍ରାହକମାନେ ‌କେବଳ ତନିସ୍କ ହୀରା ନୁହେଁ ସେମାନେ ବ୍ୟବହାର କରୁଥିବା ଯେକୌଣସି ହୀରାକୁ ମଧ୍ୟ ପରଖିବା ସୁଯୋଗ ପାଇବେ। ବର୍ତ୍ତମାନ ସୁଦ୍ଧା ୧,୭୦,୦୦୦ରୁ ଅଧିକ ଗ୍ରାହକ ଡାଇମଣ୍ଡ ଏକ୍ସପର୍ଟାଇଜ ସେଣ୍ଟରରେ ସେମାନଙ୍କ ହୀରା ପରଖି ସାରିଲେଣି। ଏହି କେନ୍ଦ୍ରଗୁଡ଼ିକ ଜରିଆରେ ଗ୍ରାହକମାନଙ୍କ ଆସ୍ଥା ବୃଦ୍ଧି ପାଉଛି। ଏହି ପଦକ୍ଷେପ ହୀରା ଉପରେ ଗ୍ରାହକଙ୍କ ଆସ୍ଥାକୁ ବଢ଼ାଇବା ସହିତ କ୍ରୟ ଅନୁଭୂତିକୁ ଉନ୍ନତ କରୁଛି ବୋଲି ଟାଇଟନ କମ୍ପାନି ଲିମିଟେଡର ସିଇଓ (ଅଳଙ୍କାର ଶାଖା) ଅରୁଣ ନାରାୟଣନ ମତ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.