Swayamshree: ମଡେଲିଂ ଜଗତରେ ଚମକୁଛନ୍ତି ସ୍ବୟଂଶ୍ରୀ

4 days ago 6
ARTICLE AD BOX

ସମ୍ବଲପୁରୀ ନୃତ୍ୟ ଓ ମଡେଲିଂଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି ସମ୍ବଲପୁରର ଯୁବପ୍ରତିଭା ସ୍ବୟଂଶ୍ରୀ ଭୋଇ। ରାମ୍ପ୍‌ରେ ଆତ୍ମବିଶ୍ୱାସଭରା ପଦଚାରଣ ହେଉ କି ମଞ୍ଚରେ ନୃତ୍ୟର ଛନ୍ଦ-ତାଳ-ଲୟ, ପ୍ରତି କ୍ଷେତ୍ରରେ ନିଜର ନିଆରା ଛାପ ଛାଡ଼ି ସେ ଦର୍ଶକଙ୍କ ମନ ଜିଣିଛନ୍ତି। ଛୋଟବେଳୁ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ଥିଲା। ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେବାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଧୀରେ ଧୀରେ ତାଙ୍କୁ ମଡେଲିଂ ଓ ଗ୍ଲାମର୍‌ ଜଗତ ଆଡ଼କୁ ଟାଣି ନେଇଥିଲା। ଏହି ଯାତ୍ରାରେ ବାପା-ମାଆଙ୍କ ନିରନ୍ତର ସମର୍ଥନ ତାଙ୍କର ସବୁଠୁ ବଡ଼ ଶକ୍ତି। ଆତ୍ମବିଶ୍ୱାସ, କଠିନ ପରିଶ୍ରମ ଓ ଦୃଢ଼ ମନୋବଳକୁ ସାଥୀ କରି ସ୍ବୟଂଶ୍ରୀ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି। ତାଙ୍କ ସଫଳତାର ତାଲିକା ବେଶ୍‌ ଲମ୍ବା। ପ୍ରିନ୍ସେସ୍ ଗ୍ରାଣ୍ଡ୍ ଓଡ଼ିଶା ୨୦୨୬, ଟ୍ୟାଲେଣ୍ଟ୍‌ ଅନ୍‌ଲାଇନ୍ ପ୍ରତିଯୋଗିତା, ଉତ୍କଳ ଫ୍ୟାସନ୍ ଆଇକନ୍ ୨୦୨୫, ସମ୍ବଲପୁରୀ ଭେଟ୍‌ଘାଟ୍ ଏବଂ ଆମ କଳା ଆମ ସଂସ୍କୃତି  ଭଳି ବିଭିନ୍ନ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏହାସହ ଜେଏସ୍‌ଜି ଷ୍ଟାର୍ ନାଇଟ୍ ୨୦୨୫ ଏବଂ କିଟ୍ ଫେଷ୍ଟିଭାଲ୍ ୨୦୨୪ରେ ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି। ଏହି ସୂଚିରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଛି  ଉତ୍କଳ ଏକ୍ସଲେନ୍ସ ଆୱାର୍ଡ ୨୦୨୬।

Successful Santosh: ଜୀବନ ଜିନ୍ଦାବାଦ୍‌: ସଫଳ ସନ୍ତୋଷ

ତେବେ, ସ୍ବୟଂଶ୍ରୀଙ୍କ ପ୍ରତିଭା କେବଳ ମଡେଲିଂରେ ସୀମିତ ନୁହେଁ। ସମ୍ବଲପୁରୀ ନୃତ୍ୟରେ ମଧ୍ୟ ସେ ବେଶ୍‌ ସଫଳ। ନୃତ୍ୟ କ୍ଷେତ୍ରରେ ୨୫ରୁ ଅଧିକ ପୁରସ୍କାର ହାସଲ କରିବା ସହ ଜାତୀୟ ପ୍ରତିଭା ପୁରସ୍କାର ଏବଂ ଏଆଇଡିଏଫ୍‌ରେ ସମ୍ମାନିତ ହୋଇଛନ୍ତି। ତାଙ୍କର କଳାତ୍ମକ ପ୍ରତିଭାର ଝଲକ ବିଭିନ୍ନ ସମ୍ବଲପୁରୀ ଆଲ୍‌ବମ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ‘ସମ୍ବଲପୁରୀ ଚଟ୍‌ନି’,‘ଖରାଛୁଟି’ ‘ପୁଷ୍‌ପୁନି ଛେର୍‌ଛେରା’ ଓ ‘ବଂଶୀ ବାଲେ’ ଭଳି ଆଲ୍‌ବମ୍‌ରେ ତାଙ୍କର ନୃତ୍ୟାଭିନୟ ରହିଛି। ମଡେଲିଂ ଓ ନୃତ୍ୟରେ ନିଜର ପ୍ରତିଭା ପ୍ରଦର୍ଶନ କରିସାରିଥିବା ସ୍ବୟଂଶ୍ରୀଙ୍କ ନଜର ଏବେ ରହିଛି ରୁପେଲି ପରଦା ଉପରେ। ଆଗାମୀ ଦିନରେ ଫିଲ୍ମ ଜଗତରେ ପାଦ ରଖିବା ତାଙ୍କର ସ୍ୱପ୍ନ।

Weddings and Non-Vegetarian Days: ପାଞ୍ଜି ମନ୍ଥନ: ବାହାଘର ଓ ଆମିଷବାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.