Swachhata Hi Seva 2026 ଓଡ଼ିଶାରେ ସେପ୍ଟେମ୍ବର ୧୭ରୁ ସ୍ୱଚ୍ଛତା ହି ସେବା, ସରକାର ଜଳାଇବେ ୧ କୋଟି ଦୀପ

1 week ago 6
ARTICLE AD BOX

ଭୁବନେଶ୍ୱର:  ଓଡ଼ିଶାରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦେଶବ୍ୟାପୀ ‘ସ୍ୱଚ୍ଛତା ହି ସେବା’ -୨୦୨୬ ଅଭିଯାନ ପାଳିତ ହେବ। ଏହି ଅବସରରେ ଓଡ଼ିଶାରେ ମଧ୍ୟ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ସ୍ୱଚ୍ଛତା ହି ସେବା ୨୦୨୬ ପାଳନ ସମ୍ପର୍କରେ ଆଜି (ଗୁରୁବାର) କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଏସବିଏମ (ସହରାଞ୍ଚଳ) ମିଶନ ନିର୍ଦ୍ଦେଶକ ବିନୟ କୁମାର ଦାଶଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକ ପରେ  ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମର କମିଶନର ଏବଂ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଅଭିଯାନର ସଫଳ, ସମନ୍ୱିତ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

swatchata hin seva1

ଏହି ଅବସରରେ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସ୍ୱଚ୍ଛତା ହି ସେବା ପାଇଁ ଓଡ଼ିଶାର ପ୍ରସ୍ତୁତି ଶେଷ ହୋଇଛି ଏବଂ କେନ୍ଦ୍ରର ସମସ୍ତ ମାର୍ଗଦର୍ଶିକାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯିବ। ଓଡ଼ିଶାରେ ଏକ କୋଟି ଦୀପ ପ୍ରଜ୍ଜ୍ବଳନ ପାଇଁ ମଧ୍ୟ ଯୋଜନା କରାଯାଇଛି। ଏଥିରେ ପ୍ରତି ଜିଲ୍ଲାର ପ୍ରତିଟି ପରିବାରକୁ ସାମିଲ କରାଯିବ। ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ ବିଭାଗ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ପରିମଳ ଓ ସଫେଇ କାର୍ଯ୍ୟ ସହ ଜଳାଶୟଗୁଡ଼ିକର ବିକାଶ କାର୍ଯ୍ୟ ହାତକୁ ନେବ। ସେହିପରି,  ବିଭାଗ ସହରାଞ୍ଚଳରେ ଏହିଭଳି କାର୍ଯ୍ୟକ୍ରମ କରିବ । କାର୍ଯ୍ୟ ପୂର୍ବରୁ ଓ ପରେ ଥିବା ସ୍ଥିତିକୁ ଭିଡିଓ ଜରିଆରେ ରେକର୍ଡ କରାଯାଇ ପରିବର୍ତ୍ତନକୁ ପ୍ରଦର୍ଶିତ କରାଯିବ। 

Swachh Mission: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ମଶାନ ସଫେଇ କଲେ ଗ୍ରାମବାସୀ

ଏହି ଅଭିଯାନ ପାଞ୍ଚଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ ହେବ। ସ୍ୱଚ୍ଛତା ଲକ୍ଷ୍ୟ ଏକକ  ଏବଂ ଅଳିଆ ଆବର୍ଜନା ପଡ଼ୁଥିବା ସ୍ଥାନ ଗୁଡ଼ିକର ଚିହ୍ନଟ ଓ ସମୟୋଚିତ ରୂପାନ୍ତରଣ; ‘ସ୍ୱଚ୍ଛତା ଜ୍ଞାନ ଯାତ୍ରା’ ଓ ‘ସ୍ୱଚ୍ଛତା ସମ୍ବାଦ’ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଅଂଶଗ୍ରହଣ; ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ସଂଯୋଗ ପାଇଁ ‘ସଫାଇମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର’; ଶୂନ୍ୟ-ବର୍ଜ୍ୟବସ୍ତୁ କ୍ରୀଡ଼ା ଓ ପରିବେଶ ଅନୁକୂଳ ଉତ୍ସବ ମାଧ୍ୟମରେ ଜନଭାଗିଦାରୀ; ଏବଂ ‘ସ୍ୱଚ୍ଛତା ସେ ସମୃଦ୍ଧି’ ଅଧୀନରେ ବର୍ଜ୍ୟବସ୍ତୁରୁ କଳା, ବର୍ଜ୍ୟବସ୍ତୁରୁ ସମ୍ପଦ  ଭଳି ଅର୍ଥନୀତି  ଅଭ୍ୟାସକୁ ପ୍ରୋତ୍ସାହନ ଦିଆଯିବ ।

Swachh Bharat: ବ୍ୟବହାରରେ ଅସୁନି ଆର୍ବଜନା ସଂଗ୍ରହ, ପୃଥକୀକରଣ କେନ୍ଦ୍ର

ଚିହ୍ନଟ ହୋଇଥିବା ସ୍ଥାନ ଏବଂ ଅଳିଆ ପଡ଼ୁଥିବା ଅଞ୍ଚଳଗୁଡ଼ିକରେ ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଓ ନିରନ୍ତର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବାକୁ ପୌରାଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି, ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସହିତ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ନାଗରିକ, ଜନପ୍ରତିନିଧି, ସରକାରୀ କର୍ମଚାରୀ, ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ ସଂଗଠନଗୁଡ଼ିକୁ ଏକାଠି କରି ସ୍ୱଚ୍ଛତା କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୧ ତାରିଖରେ ରାଜ୍ୟସ୍ତରୀୟ “ଏକ ଦିନ, ଏକ ଘଣ୍ଟା, ଏକ ସାଥ୍” ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଅକ୍ଟୋବର ୨ ତାରିଖରେ ‘ସ୍ୱଚ୍ଛ ଭାରତ ଦିବସ’ ପାଳନ ସହ ଅଭିଯାନର ଉଦ୍‌ଯାପନ ହେବ। ସ୍ଥାୟୀ ପରିମଳ ଓ ଉନ୍ନତ ସହରୀ ଜୀବନ ପ୍ରତି ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବା ଲାଗି ପୌରାଞ୍ଚଳ ପରିଷଦର ସ୍ୱତନ୍ତ୍ର ବୈଠକ ମଧ୍ୟ ଅନୁଷ୍ଠିତ ହେବ ।

ବ୍ୟାପକ ଜନସଚେତନତା ସୃଷ୍ଟି ଓ ଅଭିଯାନର ସଫଳତା ପାଇଁ ଉପଲବ୍ଧ  ଏସ୍ ବି ଏମ୍  (ସହରାଞ୍ଚଳ)  ୨.୦ ଆଇସି ପାଣ୍ଠି କିମ୍ବା ନିଜସ୍ୱ ସମ୍ବଳ ବ୍ୟବହାର କରି ଏକ ଦୃଢ଼ ୩୬୦-ଡିଗ୍ରୀ ସୂଚନା, ଶିକ୍ଷା ଓ ଯୋଗାଯୋଗ  ଯୋଜନା ପ୍ରସ୍ତୁତ କରିବାକୁ  ପୌରସଂସ୍ଥା ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.