Suspicious Pigeon ମୟୂରଭଞ୍ଜରେ ବାଂଲାଦେଶର ଗୁଇନ୍ଦା ପାରା- BAN-2024 ଓ 701831

2 days ago 1
ARTICLE AD BOX

ବୈଶିଙ୍ଗା(ଦୀପକ କୁମାର ସିଂହ):ମୟୂରଭଞ୍ଜଜିଲ୍ଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅଧୀନ କଷିପଦା ଗ୍ରାମରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରା ଗୋଡ଼ରେ ଲାଗିଥିବା ଏକ ରିଙ୍ଗ୍‌ରେ ବାଂଲାଦେଶ ସମ୍ପର୍କିତ କୋଡ୍‌ ଲେଖାଥିବା ଦେଖିବାକୁ ମିଳିଛି। ଓଡ଼ିଶାର ମୟୂରଭଞ୍ଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମସ୍ଥାନ ଥିବା ବେଳେ ସମ୍ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଜିଲ୍ଲାକୁ ଅଧିକ ଫୋକସ କରାଯାଇଛି। ଏହି ସମୟରେ ଏଭଳି ପାରାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି। 

90.37 lakh tourists: ୫ ବର୍ଷରେ ୯୦.୩୭ ଲକ୍ଷ ପର୍ଯ୍ୟଟକ: ତଥାପି ମୟୂରଭଞ୍ଜରେ ପର୍ଯ୍ୟଟନ ବିକାଶ ମନ୍ଥର

ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ କଷିପଦା ଗ୍ରାମର ହରିଶ ଚନ୍ଦ୍ର ପୁହାଣଙ୍କ ଘର ନିକଟରେ ପରିବାର ଲୋକେ ପାରାଟିକୁ ଦେଖିଥିଲେ। ପାରାର ଗୋଟିଏ ଗୋଡ଼ରେ ନୀଳ ରଙ୍ଗର ପିତ୍ତଳ ରିଙ୍ଗ୍‌ ସଦୃଶ ଏକ ଧାତବ ରିଙ୍ଗ୍‌ ଲାଗିଥିଲା। ପାରାଟିକୁ ଧରି ପରଖିବାରୁ ରିଙ୍ଗ୍‌ରେ ସ୍ପଷ୍ଟ ଭାବେ ‘BAN-2024’ ଓ ‘701831’ ଲେଖାଯାଇଥିଲା। 

President Droupadi Murmu: ଜୁନ ୨୦ରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ହେବ ଉଦ୍‍ଘାଟନ, ଶିଳାନ୍ୟାସ

ପାରାଟି ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ଦେଖିବାକୁ ଆଖପାଖର ଲୋକଙ୍କ ଭିଡ଼ ଜମିଥିଲା। ବିଏଏନ୍‌ରୁ ବାଂଲାଦେଶ ହୋଇଥିବା ଅନୁମାନ କରି ସନ୍ଦେହରେ ହରିଶ ଚନ୍ଦ୍ର ପୁହାଣଙ୍କ ପୁଅ ଶ୍ରୀକାଶ ପୁହାଣ ବୈଶିଙ୍ଗା ଥାନାକୁ ଖବର ଦେଇଥିଲେ। ପରେ ସେ ନିଜେ ପାରାଟିକୁ ଥାନାରେ ପହଞ୍ଚାଇଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ବେତନଟୀ ଏସ୍‌ଡିପିଓ ମିନତୀ ବିଶ୍ୱାଳ ଓ ବୈଶିଙ୍ଗା ଥାନା ଅଧିକାରୀ ବାବାଶଙ୍କର ସରାଫ ରିଙ୍ଗ୍‌ରେ ଲେଖାଥିବା କୋଡ୍‌ ଓ ନମ୍ବରକୁ ଯାଞ୍ଚ କରିଥିବା ଜଣାପଡ଼ିଛି।

Rairangpur: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବୁଲିବେ ପ୍ରଧାନମନ୍ତ୍ରୀ ମୋଦୀ

ବିଏନ୍‌ ଲେଖାଧିବାରୁ ପାରାଟି ବାଂଲାଦେଶ ଅଞ୍ଚଳରୁ ଆସିଥିବା ଓ ୨୦୨୪ରେ ଛଡ଼ାଯାଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ତେବେ ୭୦୧୮୩୧ର ନମ୍ବର ସ୍ପଷ୍ଟ ହୋଇପାରିନାହିଁ। ତେବେ ପାରାଟି କେଉଁଠାରୁ ଆସିଲା, ରିଙ୍ଗ୍‌ରେ ଏଭଳି କୋଡ୍‌ କାହିଁକି ଲେଖାଯାଇଛି ଏବଂ ଏହା ପଛରେ କୌଣସି ଅନ୍ୟ ରହସ୍ୟ ରହିଛି କି ନାହିଁ—ସେନେଇ ପୁଲିସର ଅଧିକ ତଦନ୍ତ ଜାରି ରହିଛି।

ପାରାଟିକୁ ନେଇ ପ୍ରାଥମିକ ଅବସ୍ଥାରେ ଗ୍ରାମରେ ଆଶଙ୍କା ଓ ଉତ୍କଣ୍ଠାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ପୁଲିସର ତଦନ୍ତ ଉପରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.