Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

3 days ago 3
ARTICLE AD BOX

ନୂଆଦିଲ୍ଲୀ: ହିନ୍ଦୀ ଦିବସ ଅବସରରେ ସୋମବାର ସୁପ୍ରିମ୍‌କୋର୍ଟ ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଓ ଆଦେଶକୁ ସରଳ ଭାଷାରେ ବୁଝିବା ଲାଗି ସହଜ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଆବଶ୍ୟକ ବ୍ୟବସ୍ଥା ଶେଷ ହେବା ପରେ ଏହି ସେବା ଶୀଘ୍ର ଆରମ୍ଭ ହେବ।

ଏହି ସେବା ଅଧୀନରେ ସୁପ୍ରିମ୍‌କୋର୍ଟ ଚୟନ କରିଥିବା ଗୁରୁତ୍ୱପୂର୍ଣ୍ଣ ରାୟ ଓ ଆଦେଶର ସାରାଂଶ ସରଳ ହିନ୍ଦୀରେ ଉପଲବ୍ଧ ହେବ। ଏଥିସହ ପ୍ରତିଦିନ ପ୍ରାୟ ୧୫ରୁ ୩୦ ମିନିଟ୍‌ର ହିନ୍ଦୀ ଅଡିଓ ଓ ଭିଡିଓ ବୁଲେଟିନ୍‌ ମଧ୍ୟ ଉପଲବ୍ଧ କରାଯିବ। ବୁଲେଟିନ୍‌ରେ ସମ୍ପୃକ୍ତ ମୂଳ ରାୟର ଆଧିକାରିକ ଲିଙ୍କ୍‌ ମଧ୍ୟ ରହିବ। ସୁପ୍ରିମ୍‌କୋର୍ଟଙ୍କ ଅଧିକାଂଶ ରାୟ ଇଂରାଜୀରେ ପ୍ରକାଶ ପାଉଥିବାରୁ ଜଟିଳ ଆଇନଗତ ଭାଷା ସାଧାରଣ ଲୋକଙ୍କ ବୁଝିବାରେ ସମସ୍ୟା ସୃଷ୍ଟି କରିଥାଏ।

ଆହୁରି ପଢନ୍ତୁ: Abudhabi: ଡ୍ରାଇଭରଙ୍କୁ ଧନ୍ୟବାଦ ଜଣାଇଲେ ଆବୁଧାବି କ୍ରାଉନ୍‌ ପ୍ରିନ୍ସ

ନୂଆ ସେବା ମାଧ୍ୟମରେ ନାଗରିକ, ଓକିଲ ଏବଂ ବିଶେଷକରି ଦିବ୍ୟାଙ୍ଗ ବ୍ୟକ୍ତିମାନେ ରାୟର ମୂଳ ଅର୍ଥ, ଏହାର ପ୍ରଭାବ ଓ ପରବର୍ତ୍ତୀ ପ୍ରକ୍ରିୟା ସମ୍ପର୍କରେ ସହଜରେ ଜାଣିପାରିବେ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏହି ସେବା ପ୍ରଥମେ ହିନ୍ଦୀରେ ଆରମ୍ଭ ହେବ। ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଭାରତୀୟ ଭାଷାରେ ମଧ୍ୟ ଏହାକୁ ଉପଲବ୍ଧ କରାଯିବ। ଏହାଦ୍ୱାରା ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ସମ୍ପର୍କରେ ଅଧିକ ଲୋକ ଜାଣିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.