Supremecourt: କେନ୍ଦ୍ରକୁ ବାୟୁଯାନ ନିୟମ ମାଗିଲେ ସୁପ୍ରିମକୋର୍ଟ: ୨ ସପ୍ତାହରେ ଦେବାକୁ କହିଲେ

3 weeks ago 9
ARTICLE AD BOX

ନୂଆଦିଲ୍ଲୀ: ବିମାନ ଟିକଟରେ ହଠାତ୍ ହେଉଥିବା ବୃଦ୍ଧିରୁ ଯାତ୍ରୀମାନଙ୍କୁ ସୁରକ୍ଷା ଦେବା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ‘ଭାରତୀୟ ବାୟୁଯାନ ଅଧିନିୟମ, ୨୦୨୪’କୁ ମୁଦ ଲଫାପାରେ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଅଧିନିୟମଟି ସଂସଦରେ ଉପସ୍ଥାପିତ ନ ହୋଇଥିଲେ ମଧ୍ୟ ତାହା ଦେବାକୁ କୋର୍ଟ କହିଛନ୍ତି। ଜଷ୍ଟିସ୍‌ ବିକ୍ରମ ନାଥ ଓ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସମାଜସେବୀ ଏସ୍‌ ଲକ୍ଷ୍ମୀନାରାୟଣନ ଦାଖଲ କରିଥିବା ମାମଲାର ଶୁଣାଣି କରି ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।‌ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଟିକଟ ମୂଲ୍ୟ ଉପରେ ନଜର ରଖିବା, ଯାତ୍ରୀଙ୍କ ସୁରକ୍ଷା ଓ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏକ ସ୍ବାଧୀନ ନିୟାମକ ସଂସ୍ଥା ଗଠନ କରିବା ଲାଗି କେନ୍ଦ୍ର ସରକାରଙ୍କୁ କହିବା ଦାବି କରି ଶ୍ରୀ ନାରାୟଣନ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଶୁଣାଣୀ ବେଳେ ସରକାରଙ୍କ ଆଇନଜୀବୀ କହିଥିଲେ ଯେ ଭାରତୀୟ ବାୟୁଯାନ ଅଧିନିୟମ ପ୍ରସ୍ତୁତ ଅଛି ଓ ସଂସଦରେ ଉପସ୍ଥାପନ କରିବା ପୂର୍ବରୁ ତାହାର ଅନୁବାଦ ଚାଲିଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ରେ କରିବାକୁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।

ଆହୁରି ପଢନ୍ତୁ: Villagers Block Road ହୋଟେଲ୍‌ ପାଇଁ ହତ୍ୟା, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି ଯେ ଘରୋଇ ଏୟାରଲାଇନଗୁଡ଼ିକର ଟିକଟ ମୂଲ୍ୟରେ ହଠାତ ବୃଦ୍ଧି ଘଟୁଛି ଓ ସେମାନେ ଅତିରିକ୍ତ ଶୁଳ୍କ ମଧ୍ୟ ଲଗାଉଛନ୍ତି। ଇକୋନମି ଶ୍ରେଣୀର ଯାତ୍ରୀଙ୍କ ପାଇଁ ମାଗଣା ଚେକ୍‌-ଇନ୍‌ ବ୍ୟାଗ୍‌ ଓଜନକୁ ୨୫ କେଜିରୁ ୧୫ କେଜିକୁ ହ୍ରାସ କରାଯିବା ନିଷ୍ପତ୍ତିକୁ ମଧ୍ୟ ସେ ବିରୋଧ କରିଛନ୍ତି। ସେ କୋର୍ଟଙ୍କୁ କହିଛନ୍ତି ଯେ ଯାତ୍ରୀଙ୍କୁ କୌଣସି ଅତିିରିକ୍ତ ସୁବିଧା ନ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ଟିକଟ ଦର ଉପରେ ନିୟନ୍ତ୍ରଣ ରଖିବା ପାଇଁ କୌଣସି ନିୟାମକ ସଂସ୍ଥା ନ ଥିବାରୁ ଏୟାରଲାଇନଗୁଡ଼ିକ ମନଇଚ୍ଛା ଟିକଟ ମୂଲ୍ୟ ଧାର୍ଯ୍ୟ କରୁଛନ୍ତି। ବିଶେଷ ଉତ୍ସବ ଋତୁ ଓ ଅଧିକ ଚାହିଦା ଥିବା ସମୟରେ ସେମାନେ ଦାମ୍‌ ବଢ଼ାଉଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.