ARTICLE AD BOX
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ୩୮କୁ ବୃଦ୍ଧି କରିବା ସଂକ୍ରାନ୍ତ ବିଲ୍ ତଥା ସୁପ୍ରିମକୋର୍ଟ (ନମ୍ବର ଅଫ ଜଜେସ୍) ଆମେଣ୍ଡମେଣ୍ଟ ବିଲ୍, ୨୦୨୬ ଆଜି ରାଜ୍ୟସଭାରେ ବାଚନିକ ଭୋଟ୍ରେ ଗୃହୀତ ହୋଇଯାଇଛି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟାବୃଦ୍ଧି ନେଇ ପୂର୍ବରୁ ସରକାର ଆଣିଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବାପାଇଁ ଏହି ବିଲ୍ ଆସିଛି।
ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହେବାପରେ ଏହାକୁ ଲୋକସଭାକୁ ଫେରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସହ ଏକ ବିସ୍ତୃତ ଆଲୋଚନା ପରେ ଏହି ବିଲ୍କୁ ଲୋକସଭାକୁ ଫେରାଯାଇଛି। ମେଘୱାଲ କହିଛନ୍ତି, ଏହା ନ୍ୟାୟପାଳିକା ସଂସ୍କାରର ଏକ ଅଂଶବିଶେଷ ଏବଂ ପଡ଼ି ରହିଥିବା ମାମଲା ଗୁଡ଼ିକର ଏହାଦ୍ବାରା ଶୀଘ୍ର ସମାଧାନ ହୋଇପାରିବ। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ହେବା ଦ୍ବାରା ନ୍ୟାୟିକ ଦକ୍ଷତା ବୃଦ୍ଧି ଦିଗରେ ଏହା ଏକ ପଦକ୍ଷେପ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଲୋକସଭାରେ ଗତ ସୋମବାର ଦିନ ଏହି ବିଲ୍ଟି ଗୃହୀତ ହୋଇ ସାରିଛି।
Pellet Gun: ପୁଲିସ ଅସାଧାରଣ ପରିସ୍ଥିତିରେ ପେଲେଟ୍ ଗନ୍ ବ୍ୟବହାର କରିବାକୁ କ୍ଷମତାପ୍ରାପ୍ତ: ସୁପ୍ରିମକୋର୍ଟ

1 month ago
10


