Supreme Court: ରାମମନ୍ଦିର ଦାନ ଚୋରି ମାମଲାରେ ରାଜନୀତି ନ କରିବାକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌

2 weeks ago 8
ARTICLE AD BOX

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିର ଦାନ ଚୋରି ମାମଲାରେ ସୁପ୍ରିମ‌କୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ରାମ ମନ୍ଦିର ଦାନ ଚୋରି ମାମଲାକୁ ରାଜନୈତିକ ରଙ୍ଗ ନଦେବାକୁ ଆବେଦନ କରିଥିବା ପକ୍ଷଙ୍କୁ କଡ଼ା ଚେତାବନୀ ଦେବା ସହିତ ଏହା କେବଳ ଏକ ଆପରାଧିକ ମାମଲା ବୋଲି କହିଛନ୍ତି। ତେବେ ଦାନ ଚୋରି ମାମଲାର ବିସ୍ତୃତ ଶୁଣାଣି ଆସନ୍ତା ସପ୍ତାହକୁ ସ୍ଥଗିତ ରଖାଯାଇଛି। ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଚୋରି ଘଟଣାର କୋର୍ଟ ନିରୀକ୍ଷଣ‌ରେ ତଦନ୍ତ ପାଇଁ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

 ସୁପ୍ରିମକୋର୍ଟରେ ହୋଇଥିବା ଆବେଦନଗୁଡ଼ିକରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆକାଉଣ୍ଟଗୁଡ଼ିକର ସିବିଆଇ ତଦନ୍ତ, ଫୋରେନସିକ୍ ଅଡିଟ୍ ଓ ନିୟନ୍ତ୍ରକ ଏବଂ ମହାଲେଖା ନିରୀକ୍ଷକ (ସିଏଜି) ଦ୍ୱାରା ଅଡିଟ୍ ଦାବି ଅନ୍ତର୍ଭୁକ୍ତ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ, ଖଣ୍ଡପୀଠ କହିଥିଲେ, ଏହା ଅପରାଧ ମାମଲା। କୋର୍ଟର ଏକମାତ୍ର ଉଦ୍ଦେଶ୍ୟ ହେଉଛି ତଦନ୍ତକୁ ସଠିକ୍ ନିଷ୍କର୍ଷରେ ପହଞ୍ଚାଇବା। କୋର୍ଟ ରାଜନୀତି ପାଇଁ ସ୍ଥାନ ନୁହେଁ। କୋର୍ଟ ଏହି ପ୍ରସଙ୍ଗକୁ ରାଜନୀତିକରଣ ନକରିବାକୁ ମଧ୍ୟ ପକ୍ଷଗୁଡ଼ିକୁ କହିଥିଲେ।

ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି

ରାମ ମନ୍ଦିରରେ ଦାନ ଚୋରି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଗଠନ କରାଯାଇପାରିବ କି ନାହିଁ ସେ ବିଷୟରେ ନିର୍ଦ୍ଦେଶ ନେବାକୁ ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। ଶୁଣାଣି ସମୟରେ କୋର୍ଟ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଗଠନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। କୋର୍ଟ ଏ ସମ୍ପର୍କରେ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖଣ୍ଡପୀଠ ପରାମର୍ଶ ଦେଇଥିଲେ ଯେ, ତଦନ୍ତର ତଦାରଖ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ଦ୍ୱାରା କରାଯାଇପାରିବ, ଯିଏ ପୂର୍ବରୁ ମାମଲା ପରିଚାଳନା କରିଥିଲେ। କୋର୍ଟ ଏସ୍‌ଆଇଟି ପୁନଃଗଠନ କରିବା ଉପରେ ବିଚାର କରିବାକୁ ମଧ୍ୟ କହିଛନ୍ତି ଯାହା ଦ୍ଵାରା ତଦନ୍ତ ବିନା ବାଧାରେ ଆଗକୁ ବଢ଼ିପାରିବ।

ଶୀଘ୍ର କରନ୍ତୁ ଆବେଦନ: କନଷ୍ଟେବଳ ନିଯୁକ୍ତିର ଶେଷ ତାରିଖ ଅଗଷ୍ଟ ୧୦

 ତେବେ କୋର୍ଟଙ୍କୁ ସଲିସିଟର ଜେନେରାଲ କହିଥିଲେ, ଏସ୍‌ଆଇଟି ଗଠନ ହୋଇସାରିଥିବାବେଳେ ଉତ୍ତର ପ୍ରଦେଶ ପୁଲିସ ଘଟଣାର ତଦନ୍ତ କରୁଛି। ଉତ୍ତର ପ୍ରଦେଶ ସରକାର ଏସ୍‌ଆଇଟି ତଦନ୍ତର ଅଗ୍ରଗତି ସମ୍ପର୍କରେ କୋର୍ଟକୁ ଅବଗତ କରିବା ପର୍ଯ୍ୟନ୍ତ ଏହି ମାମଲା ଶୁଣାଣି ଆସନ୍ତା ଜୁଲାଇ ୨୭ ତାରିଖକୁ ରଖାଯାଇଛି। ସୂଚନାଯୋଗ୍ୟ, ଏସ୍‌ଆଇଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବା ପରେ ଥାନାରେ ଏତଲା ପଞ୍ଜୀକରଣ ହୋଇଥିଲା ଓ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏହି ତଦନ୍ତ ପରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଓ ଟ୍ରଷ୍ଟି ଅନିଲ ମିଶ୍ର ଇସ୍ତଫା ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.