Sundargarh: ଜଙ୍ଗଲରୁ ୩୪ ହଜାର ଲିଟର ମହୁଲ ପୋଚ ଜବତ

1 week ago 6
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରିଛି। ଚଢ଼ାଉ ସମୟରେ ପ୍ରାୟ ୩୪ ହଜାର ଲିଟର ମହୁଲ ପୋଚ ଠାବ କରାଯାଇଥିଲା। ସୂଚନା ଅନୁସାରେ, ଜଙ୍ଗଲ ଭିତରେ ମାଟିତଳେ ଗାତ ଖୋଳି ମହୁଲ ପୋଚକୁ ଲୁଚାଇ ରଖାଯାଇଥିଲା। ଏହି ପୋଚରୁ ଚୋରା ଦେଶୀ ମଦ ପ୍ରସ୍ତୁତ କରିବା ପାଇଁ ଯୋଜନା ଚାଲିଥିବା ଅବକାରୀ ବିଭାଗ ସୂଚନା ପାଇଥିଲା।

ମାଟିତଳେ ଲୁଚାଇ ରଖିଥିଲେ ପୋଚ

ଏହାପରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ପିଠାଭୁଇଁ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ମାଟିତଳେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚ ମିଳିଥିଲା। ତେବେ ଅବକାରୀ ବିଭାଗର ଟିମ୍‌ ପହଞ୍ଚିବା ପୂର୍ବରୁ ଚୋରା ଦେଶୀ ମଦ ପ୍ରସ୍ତୁତିରେ ସାମିଲ ଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଜବତ ହୋଇଥିବା ପ୍ରାୟ ୩୪ ହଜାର ଲିଟର ମହୁଲ ପୋଚକୁ ଅବକାରୀ ବିଭାଗ ନଷ୍ଟ କରିଦେଇଛି।

ଠିକାଦାରଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଦାବି

Read Entire Article
LEFT SIDEBAR AD

Hidden in mobile, Best for skyscrapers.