Sugarcane Production ରାଜ୍ୟରେ ଆଖୁ ଉତ୍ପାଦନ ବଢ଼ାଇବାକୁ ପ୍ରସ୍ତୁତ ହେବ ସ୍ବତନ୍ତ୍ର ଯୋଜନା

1 week ago 7
ARTICLE AD BOX

ଭୁବନେଶ୍ୱର:  କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ ’ ଶୀର୍ଷକ ଏକ ଦୁଇଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟରେ ଆଖୁଚାଷକୁ ବଢ଼ାଇବା ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ଓ ସ୍ବତନ୍ତ୍ର ନୀତି ନିମନ୍ତେ ଆଲୋଚନା ହୋଇଥିଲା। 

Sugarcane: ହେଉଥିଲା ହଜାରେ ଏକର ଆଖୁ ଚାଷ, ଏବେ ୨୫୦ରେ ସୀମିତ

‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍‌’ ରାଜ୍ୟ ଯୋଜନା ଅଧୀନରେ କୃଷି ଭବନଠାରେ ଆୟୋଜିତ କର୍ମଶାଳାର ଆଜି (ମଙ୍ଗଳବାର) ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଆଖୁ ଚାଷ କରୁଥିବା ଜିଲ୍ଲାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ପ୍ରସାରକୁ ତ୍ୱରାନ୍ୱିତ କରିବା, କୃଷକ ଉତ୍ପାଦକ ସଂଗଠନ-ଭିତ୍ତିକ ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ କୃଷି ଉତ୍ପାଦକତାକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । 

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେଇ ଆଖୁର ମୂଲ୍ୟବୃଦ୍ଧି ଓ ଚାଷ ଖର୍ଚ୍ଚ ହ୍ରାସ ଉପରେ ସରକାର ନେଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରଭାତ କୁମାର ରାଉଳ, କୃଷି ବିଭାଗ ନିର୍ଦ୍ଦେଶକ ଶୁଭମ୍‌ ସକ୍ସେନା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ । 

କର୍ମଶାଳାରେ କୃଷକମାନଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ ଯେ ଚାଷୀମାନେ କିପରି କମ ଖର୍ଚ୍ଚରେ ଅଧିକ ଚାଷ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଆମେ ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ ମାଧ୍ୟମରେ ଗବେଷଣାଲବ୍ଧ ଜ୍ଞାନକୁ ପ୍ରୟୋଗଶାଳାରୁ ସିଧାସଳଖ ଆମ କ୍ଷେତକୁ ଆଣୁଛୁ । ଆମକୁ ପୁଣି ଥରେ ଆଖୁ ଉତ୍ପାଦନରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ ପଡିବ ବୋଲି ସେ ଉଲ୍ଲେଖ କରିଛନ୍ତି । 

Sugarcane cultivation: ବୁଡ଼ିଗଲା ଆଖୁଚାଷ, ଗୁଡ଼ ପାଇଁ ପଡ଼ିଶା ଭରସା: ଆବଶ୍ୟକତାର ୧% ବି ଭରଣା କରୁନି ମୁନିଗୁଡ଼ା

ସମବାୟ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ ଯେ ଆଖୁ ଚାଷୀମାନଙ୍କୁ ସିଧାସଳଖ ବଜାର ସଂଯୋଗ ସହ ସର୍ବାଧିକ ଲାଭ ପାଇଁ ସମବାୟ ମଡେଲ ଏବଂ କୃଷକ ଉତ୍ପାଦକ ସଂଗଠନ ସହିତ ସଂଯୋଗ କରିବା ଗୁରୁତ୍ୱପୂର୍ଣ୍ଣ । ଚିନି କଳ, ଗବେଷଣା ପ୍ରତିଷ୍ଠାନ ଏବଂ କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ସୁଦୃଢ଼ ସମନ୍ୱୟ ଦ୍ୱାରା ଆମର ଚାଷୀମାନଙ୍କ ପାଇଁ ସମୟୋଚିତ କ୍ରୟ, ଉତ୍ତମ ଚିନି ଉତ୍ପାଦନ ଏବଂ ସ୍ୱଚ୍ଛ ମୂଲ୍ୟ ସୁନିଶ୍ଚିତ ହୋଇପାରିବ ବୋଲି ସେ ମତ ଦେଇଛନ୍ତି । 

ଏହି ଦୁଇଦିନିଆ କର୍ମଶାଳାରେ ଆଇସିଏଆର୍‌-ଆଇଆଇଏସ୍‌ଆର୍‌, ଆଇସିଏଆର୍‌-ଏସ୍‌ବିଆଇ, ଆଇସିଏଆର୍‌-ଆଇଆଇଡବ୍ଲୁ୍ୟଏମ୍‌, ଓୟୁଏଟି ଏବଂ ଆଇସିଏଆର୍‌-ସିଆର୍‌ଆର୍‌ଆଇ ପରି ଜାତୀୟ ଗବେଷଣା ସଂସ୍ଥାର ବିଶିଷ୍ଟ ବୈଜ୍ଞାନିକମାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଷୟିକ ଅଧିବେଶନଗୁଡ଼ିକରେ ଉଚ୍ଚ-ଅମଳକାରୀ କିସମ, ମୃତ୍ତିକା ସ୍ୱାସ୍ଥ୍ୟ, ସମନ୍ୱିତ ପୁଷ୍ଟି ଏବଂ କୀଟ ପରିଚାଳନା, ସଠିକ୍‌ ଜଳସେଚନ ଏବଂ କୃଷି ଯାନ୍ତ୍ରିକୀକରଣ ବିଷୟରେ ଆଲୋଚନା କରାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.