ARTICLE AD BOX
ଢ଼େଙ୍କାନାଳ: ଢ଼େଙ୍କାନାଳ ସହର ଉପକଣ୍ଠ, ଭଗବାନପୁର ଅଞ୍ଚଳରେ ମଧୁସ୍ମିତା ସିଂହ କାଗଜ ର୍ନିମିତ ଖଲିଚଉପତି ତିଆରି କରି ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ଚିନ୍ତା କରି ଗାଁର କେତେକ ମହିଳାଙ୍କୁ ନେଇ ମା ଡାଳୁଆଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ସେ ଏହି ଉଦ୍ୟାଗ ଚଳାଇଛନ୍ତି ।
ଅନ୍ୟାନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି ମଧୁସ୍ମିତା
ସୂଚନାନୁଯାୟୀ, ପ୍ରାୟ ଦେଢ଼ ବର୍ଷ ତଳେ ସରକାରଙ୍କ ସହଯୋଗରେ ମଧୁସ୍ମିତା ଏକ ଖଲିଚଉପତି ମେସିନ ଆଣିଥିଲେ । ଏଥିପାଇଁ ଆବଶ୍ୟକ କାଗଜପଟି ଓ କୋଟିଂ ପାଇଁ ବଜାରରୁ ପଲିଥିନ ଆଣିଥିଲେ । ମହିଳାମାନେ ନିଜ ଅବସର ସମୟରେ ମେସିନ ମାଧ୍ୟମରେ ବିଭିନ୍ନ ଆକାରର ଖଲି ଓ ଚଉପତି ପ୍ରସ୍ତୁତ ଆରମ୍ଭ କରିଥିଲେ। ଏବେ ମଧୁସ୍ମିତାଙ୍କ ନେତୃତ୍ବରେ ଉଦ୍ୟୋଗୀ ମହିଳାମାନେ ସେଗୁଡିକୁ ଦହିବରା ଓ ଅନ୍ୟାନ୍ୟ ଫାଷ୍ଟଫୁଡ ଦୋକାନରେ ମଧ୍ୟ ବିକ୍ରି କରୁଛନ୍ତି । ଫଳରେ ନିଜେ ସ୍ଵାବଲମ୍ବୀ ହେବା ସହ ଅନ୍ୟାନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାର ଦେଇ ପାରିଛନ୍ତି।
କଳାକାରମାନେ ରାଷ୍ଟ୍ରପତି ତଥା ଉପସ୍ଥିତ ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବେ

2 days ago
1


