Subrat Bagchi: କର୍ଣ୍ଣାଟକ ଦକ୍ଷତା ବିକାଶ ଗ୍ରୁପ୍‌ ମୁଖ୍ୟ ହେଲେ ସୁବ୍ରତ ବାଗ୍‌ଚୀ

2 weeks ago 7
ARTICLE AD BOX

ବେଙ୍ଗାଲୁରୁ/ଭୁବନେଶ୍ବର: ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ ତଥା ଆଇଟି କମ୍ପାନି ମାଇଣ୍ଡ୍‌ ଟ୍ରିର ସହପ୍ରତିଷ୍ଠାତା ସୁବ୍ରତ ବାଗ୍‌ଚୀଙ୍କୁ କର୍ଣ୍ଣାଟକ ସରକାର ନବଗଠିତ ଦକ୍ଷତା ବିକାଶ ସଂକ୍ରାନ୍ତ ଭିଜନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟର ଦକ୍ଷତା ନୀତି ୨୦୨୫-୩୨କୁ ଆଗକୁ ନେବା ଲାଗି କର୍ଣ୍ଣାଟକ ସରକାରଙ୍କୁ ଏହି ଗ୍ରୁପ୍‌ ମାର୍ଗଦର୍ଶନ କରିବ। ବିଶେଷକରି ଭବିଷ୍ୟତରେ ଶିଳ୍ପ ପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଦିଗରେ ଏହା କାର୍ଯ୍ୟ କରିବ। ଦକ୍ଷତା ପରିବେଶରେ ଉନ୍ନତି ଆଣିବା ଲାଗି ଏହି ଗ୍ରୁପ୍‌ ସରକାରଙ୍କୁ ପରାମର୍ଶ ଦେବ।

ନୂଆ ନିଯୁକ୍ତି ଉପରେ ପ୍ରତିକ୍ରିୟା ରଖି ବାଗ୍‌ଚୀ କହିଛନ୍ତି, ମାନବଜାତି ଆଜି ସ୍ପଷ୍ଟଭାବେ ଏକ ପରିବର୍ତ୍ତନ ବିନ୍ଦୁରେ ରହିଛି। ଅନ୍ତର୍ଜାତୀୟସ୍ତରରେ, ପ୍ରତ୍ୟେକ ବ୍ୟକ୍ତି କାର୍ଯ୍ୟର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ପୁଣି ଥରେ ଭବିଷ୍ୟତ ପାଇଁ ଅବତରଣ ଭୂମି ସୃଷ୍ଟି କରିବା ଲାଗି କର୍ଣ୍ଣାଟକ ପାଇଁ ଏହା ଉପଯୁକ୍ତ ମୁହୂର୍ତ୍ତ। ପୂର୍ବରୁ ଏହି କାର୍ଯ୍ୟ ଆମେ କରିଛୁ। ଆଗାମୀ ଦିନରେ ଏହା ପୁଣି କରିବୁ। କର୍ଣ୍ଣାଟକର ଯୁବବର୍ଗ ଦକ୍ଷତା ବିକାଶ ଉପରେ ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପୁସ୍ତକ ଲେଖିବେ ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଏକ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ରାଜ୍ୟର ଦକ୍ଷତା ବିକାଶ ସଂକ୍ରାନ୍ତ ଭିଜନ ଗ୍ରୁପ୍‌ର ଅଧ୍ୟକ୍ଷ ନିଯୁକ୍ତ ହେବା ମୋ ପାଇଁ ସମ୍ମାନ ଓ ଖୁସିର ବିଷୟ।

ଆହୁରି ପଢନ୍ତୁ: Cricket: ଭାରତ-ଆଫଗାନିସ୍ତାନ ଟି୨୦ ଶୃଙ୍ଖଳାରେ କାହାକୁ ମିଳିବ ସୁଯୋଗ? ହାର୍ଦ୍ଦିକ-ବୁମରାଙ୍କୁ ନେଇ ଦ୍ବନ୍ଦ୍ବ ଜାରି

ବାଗ୍‌ଚୀ ୨୦୧୬ ମସିହା ମେ ୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିଲା ଏବଂ ସେ ମାସିକ ମାତ୍ର ୧ ଟଙ୍କା ବେତନ ନେଉଥିଲେ। କୋଭିଡ-୧୯ ମୁକାବିଲା ସମୟରେ ଓଡ଼ିଶା ସରକାର ତାଙ୍କୁ ମୁଖ୍ୟ ପ୍ରବକ୍ତା ଭାବେ ମଧ୍ୟ ନିଯୁକ୍ତ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.