Student dead: ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ

2 days ago 2
ARTICLE AD BOX

ବାଲିଗୁଡା/ରାଇକିଆ: କନ୍ଧମାଳ ଜିଲ୍ଲାରେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ଜଣେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଏଭଳି ଅଭିଯୋଗ ଆସିଛି ରାଇକିଆ ବ୍ଲକ ବଡ ବାରବା ପଞ୍ଚାୟତର ପାର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟରୁ| ତୃତୀୟ ଶ୍ରେଣୀ ଛାତ୍ରୀକୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ପଣିକିଆ ପଚାରିବାରୁ ଛାତ୍ରୀ ଜଣକ ଠିକରେ କହିନପାରିବାରୁ ମାଡ ମାରିଥିଲେ| ଯାହାରି ଫଳରେ ଛାତ୍ରୀ ଜଣକ ଅଚେତ ହୋଇ ପଡି ଶେଷରେ ମୃତ୍ୟୁ ଘଟିଥିବା କୁହାଯାଉଛି। ଅଚେତ ଅବସ୍ଥାରେ ପଡୋଶୀ ଜିଲ୍ଲା ଗଞ୍ଜାମର ସୋରଡା ମେଡିକାଲକୁ ନିଆଯାଇଥିଲା| ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା କୁହାଯାଉଛି। ଘଟଣାରୁ ପ୍ରକାଶ ଯେ ମଙ୍ଗଳବାର ଦିନ ତୃତୀୟ ଶ୍ରେଣୀ ଛାତ୍ରୀ ଅନିତା ନାୟକ (୮) ବିଦ୍ୟାଳୟକୁ ଆସିଥିଲେ| ଶିକ୍ଷକ ପ୍ରତାପ ମଲ୍ଲିକ ଶ୍ରେଣୀରେ ଅନିତାକୁ ପଣିକିଆ ପଚାରିଥିଲେ| ଅନିତା ତିନିକ ପଣିକିଆ ଠିକରେ କହିନପାରିବାରୁ ଶିକ୍ଷକ ଜଣକ ଛାତ୍ରୀର ଗାଲକୁ ଶକ୍ତ ଚାପୁଡା ମାରିଥିଲେ|

ଆହୁରି ପଢନ୍ତୁ : lightning strike: ବଜ୍ରାଘାତରେ ପାଞ୍ଚ ଗୁରୁତର, ମେଡିକାଲରେ ଭର୍ତ୍ତି

ଯାହାଫଳରେ ଛାତ୍ରୀ ଜଣକ ଅଚେତ ହୋଇଯାଇଥିଲେ । ଏହା ପରେ ପରିବାର ଲୋକ ପହଞ୍ଚି ଝିଅଟିକୁ ସୋରଡା ମେଡିକାଲକୁ ନେଇଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ବଡ ବାରବା ସରପଞ୍ଚ ରବି ଚନ୍ଦ୍ର ନାୟକ କହିଛନ୍ତି ଏହି ବିଷୟରେ ତାଙ୍କୁ କେହି ପଚାରି ନାହାନ୍ତି କିନ୍ତୁ ଝିଅଟିର ମୃତ ସୋରଡା ମେଡିକାଲରେ ପହଞ୍ଚିବା ପୂର୍ବରୁ ଘଟିଥିଲା। ଡାକ୍ତର ସନ୍ଦେହ ପ୍ରକଟ କରି ନିକଟସ୍ଥ ଥାନାକୁ ଅବଗତ କରାଇଥିଲେ | ଏହା ପରେ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ଝିଅର ମୃତ୍ୟୁ ନେଇ ଥାନାରେ ଅଭିଯୋଗ କଲେ ଶବ ବ୍ୟବଚ୍ଛେଦ କରିବା ପାଇ ଭଞ୍ଜନଗର ନେବାକୁ ହେବ କହିବା ପରେ ପରିବାର ଲୋକ ବାରଣ କରିବା ସହ ଆମର କୌଣସି ଅଭିଯୋଗ ନାହିଁ କହି ଏକ ଲେଖା ଦେଇ ଝିଅର ମୃତଦେହକୁ ଘରକୁ ଆଣିଥିଲେ ।

ଆହୁରି ପଢନ୍ତୁ : Neglect: ପ୍ରତିଶ୍ରୁତି ପାଲଟିଲା ପ୍ରହସନ; ଖଟିଆରେ ବୁହାହେଲେ ରୋଗୀ

ସମ୍ପୂର୍ଣ୍ଣ ଘଟଣାକୁ ଚପାଇ ଦେବା ପାଇଁ ଶିକ୍ଷକ ଉଦ୍ୟମ କରୁଥିବା ଗ୍ରାମବାସୀ କହିଛନ୍ତି। ଭୟରେ ଛାତ୍ରଛାତ୍ରୀମାନେ ଠିକରେ ବିଦ୍ୟାଳୟକୁ ଯାଉନଥିବା ଜଣାପଡିଛି। ଏପଟେ ଶିକ୍ଷକ ପ୍ରତାପ ମଲ୍ଲିକ କହିଛନ୍ତି ସେ ଛାତ୍ରୀଙ୍କୁ ମାଡ ମାରି ନାହାନ୍ତି| ତେବେ ଜିଲ୍ଲା ପ୍ରଶାସନ ଏନେଇ ଏକ ନିରପେକ୍ଷ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.