Strait Of Hormuz: ହର୍ମୁଜ୍‌ରେ ୨୦ ଯୁଦ୍ଧଜାହାଜ ଏବଂ ଶତାଧିକ ଲଢୁଆ ବିମାନ ମୁତୟନ କଲା ଆମେରିକା

2 months ago 17
ARTICLE AD BOX

ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆହୁରି ଗମ୍ଭୀର ସ୍ତରକୁ ଯାଇଛି। ଆମେରିକା ହର୍ମୁଜ୍ ପ୍ରଣାଳୀ ଦେଇ ଇରାନର ପଥ ଅବରୋଧ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଘୋଷଣା କରିଛି ଯେ, ଆମେରିକାର ନୌସେନା ହର୍ମୁଜ୍ ପ୍ରଣାଳୀରେ ଇରାନ ବିରୋଧରେ ଅବରୋଧ ଲଗାଇଛି। ଇରାନୀ ଜାହାଜ ଆଉ ହର୍ମୁଜ୍ ପ୍ରଣାଳୀ ଦେଇ ପାର୍ ହୋଇପାରିବ ନାହିଁ।

ଆମେରିକାର କେନ୍ଦ୍ରୀୟ କମାଣ୍ଡ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି। ଏଥିରେ କୁହାଯାଇଛି, ଆମେରିକି ସେନା ଇରାନ ବନ୍ଦର ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିବା ଜାହାଜଗୁଡ଼ିକ ବିରୋଧରେ ଏକ ସାମୁଦ୍ରିକ ଅବରୋଧ ପୁଣି ଆରମ୍ଭ କରିଛି। ଯାହା ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୪ ଟାରୁ କାର୍ଯ୍ୟକାରୀ ହୋଇଛି। ୨୦ ରୁ ଅଧିକ ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଏବଂ ଶତାଧିକ ସାମରିକ ବିମାନ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ମୁତୟନ ଅଛନ୍ତି।

US military : ୨୩ ବର୍ଷ ପରେ ଇରାକରୁ ହଟିବେ ଆମେରିକୀୟ ସୈନ୍ୟ: ଘୋଷଣା କଲେ ଟ୍ରମ୍ପ

ଆମେରିକା ପ୍ରଥମେ ଏପ୍ରିଲରେ ଇରାନ ବିରୋଧରେ ଅବରୋଧ ଲଗାଇଥିଲା ଏବଂ ଅସ୍ତ୍ରବିରତି ଚୁକ୍ତିନାମାର  ଗୋଟିଏ ଦିନ ପରେ ଜୁନ୍‌ରେ ଏହାକୁ ପ୍ରତ୍ୟାହାର କରିଥିଲା। ଏହି ଚୁକ୍ତିନାମାରେ ୬୦ ଦିନ ମଧ୍ୟରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ସ୍ଥାୟୀ ଚୁକ୍ତିନାମାରେ ପହଞ୍ଚିବାକୁ ଯୋଜନା କରାଯାଇଥିଲା, କିନ୍ତୁ ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରିନଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.