Strait of Hormuz: ହର୍ମୁଜ୍‌ରେ ପୁଣି ଜାହାଜ ବିସ୍ଫୋରଣ: ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ

4 days ago 7
ARTICLE AD BOX

ତେହେରାନ:ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ସାମୁଦ୍ରିକ କ୍ଷେତ୍ରକୁ ନିଜ ନିୟନ୍ତ୍ରଣରେ ନେବାକୁ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ହର୍ମୁଜ୍ ଉପରେ ନିୟନ୍ତ୍ରଣ ଦାବି କରୁଛନ୍ତି, ଏହି ସମୟରେ, ଏହି ସାମୁ୍ଦ୍ରିକ ପଥ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ବିପଦର ଆଶଙ୍କା ରହିଛି। ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍‌ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀରେ ଆଉ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଛି।

ଅଜଣା କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ

ଏହି ଆକ୍ରମଣ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ବାରା କରାଯାଇଛି। କିନ୍ତୁ ଜାହାଜଟି କେଉଁ ଦେଶର ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ସେଣ୍ଟର୍ ପକ୍ଷରୁ ସୋସିଆଲ ମିଡିଆରେ ଏହାର ଏକ ଚିତ୍ର ପୋଷ୍ଟ କରି କୁହାଯାଇଛି ଯେ, ଜାହାଜଟି ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ସମୟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ତେବେ କ୍ରୁ ସଦସ୍ୟଙ୍କ ସଂଖ୍ୟା, କ୍ଷତିର ପରିମାଣ କିମ୍ବା ପ୍ରଭାବର ପରିମାଣ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଏନେଇ ତଦନ୍ତ ଚାଲିଛି। ଏହି ମାର୍ଗରେ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।

Attack: ୯/୧୧ ଆକ୍ରମଣ ପୂର୍ବରୁ ଲାଡେନର ହିଟ୍ ଲିଷ୍ଟରେ ଥିଲା ଭାରତ: ୨୫ ବର୍ଷ ପରେ ଗୁପ୍ତ ଗୁଇନ୍ଦା ରିପୋର୍ଟ ପ୍ରକାଶ କଲା ସିଆଇଏ

Read Entire Article
LEFT SIDEBAR AD

Hidden in mobile, Best for skyscrapers.