Stolen Mobile Recovery: ଶହେରୁ ଊର୍ଦ୍ଧ୍ବ ମୋବାଇଲ ଫୋନ ଫେରାଇଲା ପୁଲିସ

3 weeks ago 10
ARTICLE AD BOX

ଜେକେପୁର/ରାୟଗଡ଼ା: ବିଭିନ୍ନ ସମୟରେ ସମୟରେ ଚୋରି ଏବଂ ହଜିଯାଇଥିବା ହୋଇଯାଇଥିବା ମୋବାଇଲକୁ ଜବତ କରି ଆଜି ଫୋନର ମାଲିକଙ୍କୁ ଫେରାଇଛି ରାୟଗଡ଼ା ପୁଲିସ। ଚୋରି ହୋଇଥିବା ମୋବାଇଲ ସଂପର୍କରେ ବିଭିନ୍ନ ଥାନାର ଅଭିଯୋଗକୁ ଭିତ୍ତି କରି  ସାଇବର୍ ସେଲ୍ ର ସହାୟତା ନେଇ ପୁଲିସ ଶହେଟି ନାମିଦାମୀ ଫୋନ୍ କୁ ଜବତ କରିଥିଲା। ଆଜି ରାୟଗଡ଼ା ପୁଲିସ ସ୍ଥାନୀୟ ଚାନ୍ଦିଲି ଥାନା ଅନ୍ତର୍ଗତ ପୁଲିସ ରିଜର୍ଭ ପଡ଼ିଆରେ ଏକ କାର୍ଯ୍ୟକ୍ରମ ଆୟୋଜନ  କରି ପ୍ରକୃତ ମାଲିକଙ୍କୁ ଫୋନ ହସ୍ତାନ୍ତର କରାଯାଇଥିଲା I  

Agriculture: ମାଟିର ମହକରେ ଫେରିଲା ଦେଶୀ ମଞ୍ଜି: ଧଅରାଖମନ୍ ଗାଁର ରେଖା ପୁଟେଲଙ୍କ ପ୍ରେରଣାଦାୟକ ଯାତ୍ରା

ତଦନ୍ତ ପ୍ରକ୍ରିୟା ଜାରି

ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସୂଚନା ପ୍ରଦାନ କରି କହିଥିଲେ ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଥାନାରେ‌ ହୋଇଥିବା ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲୁ ଏବଂ ମୋବାଇଲ ଜବତ କରି ଶହେରୁ ଅଧିକ ପ୍ରକୃତ ମାଲିକଙ୍କୁ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରି ମୋବାଇଲ ଫେରାଇଛୁ । ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଆଗାମୀ ଦିନରେ ଆହୁରି ମୋବାଇଲ ଫୋନ ଜବତ କରି ଫେରସ୍ତ କରାଯିବ । ମୋବାଇଲ ଫୋନ ଚ‌ୋରି ହେବା ପରେ ଏହାର ବ୍ୟବହାରକୁ ନେଇ ମଧ୍ୟ ଯାଞ୍ଚ କରାଯାଉଛି ଓ ଏଥିରେ କୌଣସି ସନ୍ଦିଗ୍ଧ ତଥ୍ୟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବା ନେଇ ଏସ ପି ସୂଚନା ଦେଇଛନ୍ତି । ମୋବାଇଲ ଫୋନରେ ରହିଥିବା ବିଭିନ୍ନ ଆପ୍ କୁ ସୁରକ୍ଷତି ଭାବେ ବ୍ୟବହାର କରିବା ପାଇଁ ଏସ ପି  ଅପିଲ କରିଥିଲେ । ସଞ୍ଚାର ସାଥୀ ଏବଂ ଅନ୍ୟାନ୍ୟ  ଆପ୍ଲିକେସନର ସହାୟତା ନେଇ ପୁଲିସକୁ ସହଯୋଗ କରିବାକୁ ଏସ ପି ନିବେଦନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଏସ ପି ଙ୍କ ସମେତ, ଏସଡିପିଓ ଗୌରହରି ସାହୁ, ଆଇଆଇସି ଉତ୍ତମ କୁମାର ସାହୁ, ସାଇବର ସେଲର ଅଭିନାଶ ରେଡି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.