ARTICLE AD BOX
ପୁରୁଣା ଭୁବନେଶ୍ୱର: ଚଳିତମାସ ୩, ୧୦, ୧୭ ଓ ୨୪ ତାରିଖରେ ପଡ଼ୁଛି ଶ୍ରାବଣର ୪ ସୋମବାର। କାଉଡ଼ିଆମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି। ଶନିବାରଠାରୁ ମନ୍ଦିର ସମ୍ମୁଖରେ ବ୍ୟାରିକେଡ୍ ବନ୍ଧାଯାଇଛି ଏବଂ କାଉଡ଼ିଆମାନଙ୍କୁ ବର୍ଷାରୁ ସୁରକ୍ଷା ଦେବା ପାଇଁ ଛାଉଣି ପ୍ରସ୍ତୁତ କରାଯାଇଛି। ମନ୍ଦିର ପ୍ରଶାସନ ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନେ ମିଶି ଶ୍ରାବଣୀ ଜଳାଭିଷେକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବେ। ମନ୍ଦିର ପରିସର ସଫେଇ ଓ କାଉଡ଼ିଆମାନଙ୍କୁ ସହଯୋଗ କରିବା ପାଇଁ ସ୍ବେଚ୍ଛାସେବୀ ସଂଗଠନମାନେ ପ୍ରସ୍ତୁତ ହୋଇରହିଛନ୍ତି।
Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ
ଶୃଙ୍ଖଳିତ ଜଳଲାଗି ବ୍ୟବସ୍ଥା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହ ମନ୍ଦିର ପ୍ରଶାସନର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ସେବା ଟ୍ରଷ୍ଟ, ରୋଟାରି କ୍ଲବ୍ ଏଲାଇଟି, ଜଗନ୍ନାଥ ସେବା ସଂଘ, ଆର୍ଟ ଅଫ୍ ଲିଭିଂ, ସିଭିଲ୍ ଡିଫେନ୍ସ ଭଳି ସ୍ବେଚ୍ଛାସେବୀ ସଂଗଠନ ସହ ସରକାରୀ ଉଦ୍ୟୋଗ ବିଏସ୍ଏନ୍ଏଲ୍ ଓ ଏଆର୍ଏସ୍ଏସ୍ ପ୍ରମୁଖ ସଂସ୍ଥା ମନ୍ଦିର ପ୍ରଶାସନକୁ ବିଭିନ୍ନ ସହଯୋଗ କରିବେ। ବୈଠକର ନିଷ୍ପତ୍ତି ଅନୁସାରେ ମନ୍ଦିରରେ ଭକ୍ତିମୟ ପରିବେଶ ବଜାୟ ରହିବ, ସ୍ୱଚ୍ଛତା, ପବିତ୍ରତା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। କାଉଡ଼ିଆମାନେ ପ୍ଲାଷ୍ଟିକ୍ ବୋତଲ, ଜରି କିମ୍ବା ଅନ୍ୟ କୌଣସି ପ୍ରକାର ପ୍ଲାଷ୍ଟିକ୍ ସାମଗ୍ରୀ ମନ୍ଦିରକୁ ନେଇପାରିବେ ନାହିଁ। ଆବଶ୍ୟକ ହେଲେ କେବଳ ପ୍ଲାଷ୍ଟିକ୍ ଡବାରେ ପାଣି ନେଇ ଜଳଲାଗି କରିପାରିବେ।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ
କାଉଡ଼ିଆମାନଙ୍କ ବାହୁଙ୍ଗି, ନଡ଼ିଆ, ମାଟି, ଶିକା ଆଦି ସାମଗ୍ରୀ ମନ୍ଦିର ଭିତରକୁ ନିଆଯିବ ନାହିଁ। ସିଂହଦ୍ୱାର ନିକଟ ଦକ୍ଷିଣକାଳୀ ମନ୍ଦିରଠାରୁ ପ୍ରଦୀପ ସେବା ଟ୍ରଷ୍ଟ ବାହୁଙ୍ଗି, ମାଟି ଓ ଶିକା ଆଦି ସଫା କରିବା ସହ ପାଣି ସିଞ୍ଚନ କରିବ। ରୋଟାରି କ୍ଲବ୍ ଏଲାଇଟ୍ ସିଂହଦ୍ୱାରକୁ ଫୁଲରେ ସଜାଇବ। ଏଆର୍ଏସ୍ଏସ୍ ଓ ବିଏସ୍ଏନ୍ଏଲ୍ ପକ୍ଷରୁ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଭକ୍ତମାନଙ୍କ ପାଇଁ ପ୍ରସାଦ ତଥା ଖାଦ୍ୟ ବ୍ୟବସ୍ଥା କରିବେ। ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବକମାନେ ପୁଲିସକୁ ଧାଡ଼ି ପରିଚାଳନା ଓ ଶାନ୍ତିଶୃଙ୍ଖଳା ରକ୍ଷାରେ ସହଯୋଗ କରିବେ। ଜଗନ୍ନାଥ ସେବା ସଂଘ, ଆର୍ଟ ଅଫ୍ ଲିଭିଙ୍ଗ୍ ଓ ଅନ୍ୟାନ୍ୟ ସଂଗଠନ ମନ୍ଦିର ପରିସର ଓ ବାହାରେ ପାନୀୟ ଜଳ ଯୋଗାଇବା ସହ ସଫେଇ କାର୍ଯ୍ୟରେ ସହଯୋଗ କରିବେ। ସେହି ବୈଠକରେ ମନ୍ଦିର ପ୍ରଶାସନର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ ଭାରିମଲ୍ଲ, ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

1 day ago
1


