ARTICLE AD BOX
ପୁରୀ: ଗୀତଗୋବିନ୍ଦର ରଚୟିତା ଶ୍ରୀଜୟଦେବଙ୍କ ସାଧନାର ଅନ୍ୟତମ ପୀଠସ୍ଥଳୀ ଦଶାବତାର ମଠ। ଶ୍ରୀଜୟଦେବ ଧ୍ୟାନ ଅବସ୍ଥାରେ ଶ୍ରୀରାଧା ମାଧବଙ୍କ ଅପ୍ରାକୃତ ଲୀଳା ତଥା ଦଶାବତାର ରୂପ ସଂଦର୍ଶନ କରିଥିବା କୁହାଯାଏ। ମଠ ପରିସରରେ ଦଶାବତାର ବିରାଜମାନ କରିଥିବାରୁ ମଠର ନାଁ ଦଶାବତାର। ମାତ୍ର ମଠ ପରିସରରେ ତିନି ଅବତାର ଅଦୃଶ୍ୟ। ସମ୍ଭବତଃ ଜୟଦେବଙ୍କ ପରେ କୌଣସି ରାମାନନ୍ଦୀ ଭକ୍ତ ଏହି ମଠକୁ ପ୍ରତିଷ୍ଠା କରିଥିବା କୁହାଯାଏ। ତାଙ୍କ ଶିଷ୍ୟମାନେ ମହନ୍ତ ରୂପେ ମଠର ସେବା ପୂଜା ଓ ପରିଚାଳନା ଦାୟିତ୍ବ ବହନ କରି ଆସୁଥିଲେ। ଦ୍ବାଦଶ ଶତାବ୍ଦୀରେ ତତ୍କାଳୀନ ଆଶ୍ରମ ତଥା କୁଡ଼ିଆ ଘରକୁ ତ୍ରୟୋଦଶ ଶତାବ୍ଦୀରେ ଜୟଦେବଙ୍କ ଅନୁଗାମୀମାନେ ମଠର ରୂପ ଦେଇଥିଲ। ୧୯୦୪ ମସିହା ଅକ୍ଟୋବର ୧୧ ତାରିଖଠାରୁ ଦଶାବତାର ମଠର ସମ୍ପୂର୍ଣ୍ଣ ପରିଚାଳନା ଓ ସେବା ପୂଜା କରିବାର ଅଧିକାର ବଡ଼ଛତା ମଠ ଅଧୀନକୁ ଚାଲି ଯାଇଥିଲା।
Plantation: ନବରଙ୍ଗପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ
ଏହାପରେ କ୍ରମଶଃ ମଠର ସେବା ପୂଜା ଓ ପରିଚାଳନା ତଥା ସଂରକ୍ଷଣର ଅଭାବରେ ବହୁ ପ୍ରାଚୀନ ଐତିହ୍ୟ ଓ ପରମ୍ପରା ଲୁପ୍ତ ହୋଇଯାଇଥିଲା। ଅଲେଖରାମ ଦାସ, ରାମଚନ୍ଦ୍ର ଦାସ ଓ ପଦ୍ମଦାସ ମହନ୍ତ ଭାବେ ଦାୟିତ୍ବ ତୁଲାଇ ଆସିଥିଲେ। ଏହା ମଧ୍ୟରେ ୭ଟି ଛୋଟ ମନ୍ଦିର ରହିଛି। ମୁଖ୍ୟ ମନ୍ଦିରରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ବିଗ୍ରହ ଓ ୩ଟି ଶାଳଗ୍ରାମ ପୂଜା ପାଉଛନ୍ତି। ଅନ୍ୟ ମନ୍ଦିରରେ ହନୁମାନ ମୂର୍ତ୍ତି, ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ସୁଭଦ୍ରା, ମତ୍ସ୍ୟ, କତ୍ସ୍ୟପ, ପର୍ଶୁରାମ ଅବତାର ବିଗ୍ରହ, ଚତୁର୍ଭୁଜଧାରୀ ବିଦାରଣ ନୃସିଂହ, ବାମନ ଅବତାର, ଶିବ ଓ ଗଣେଶ ପୂଜା ପାଉଛନ୍ତି। କିନ୍ତୁ ବଳରାମ ଅବତାର, ବୁଦ୍ଧ ଅବତାର ଓ କଳ୍କୀ ଅବତାର ବିଗ୍ରହ ଦେଖିବାକୁ ମିଳନ୍ତି ନାହିଁ। କ୍ଷୁଦ୍ର ମନ୍ଦିରଗୁଡ଼ିକର ଅବସ୍ଥା ଦୟନୀୟ। ଏବେ ବି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଲାଗିବା ପରେ ରଥ ଉପରେ ଠାକୁର ରହିଥିବା ସମୟରେ ମଠର କୂଅରୁ ପାଣି ଆସି ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦିତ ହୁଏ।
Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

3 weeks ago
11


