Sri Lanka: ଦ୍ବିତୀୟ ଯୁବ ଟେଷ୍ଟ୍‌: ଶ୍ରୀଲଙ୍କାକୁ ହରାଇଲା ଭାରତ

1 week ago 6
ARTICLE AD BOX

ଏଠାରେ ଚାଲିଥିବା ଘରୋଇ ଶ୍ରୀଲଙ୍କା ବିପକ୍ଷ ୧୯ ବ‌ର୍ଷରୁ କମ୍‌ (ଯୁବ) ଦ୍ବିତୀୟ ଟେଷ୍ଟ୍‌କୁ ଭାରତ ୨୧୧ ରନ୍‌ରେ ଜିତି ନେଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଏହି ଯୁବ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ମଧ୍ୟ ୧-୦ରେ ଜିତିଛି। ପ୍ରଥମ ଟେଷ୍ଟ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା।

 ଶ୍ରୀଲଙ୍କାକୁ ହରାଇଲା ଭାରତ

କଲମ୍ବୋ: ଏଠାରେ ଚାଲିଥିବା ଘରୋଇ ଶ୍ରୀଲଙ୍କା ବିପକ୍ଷ ୧୯ ବ‌ର୍ଷରୁ କମ୍‌ (ଯୁବ) ଦ୍ବିତୀୟ ଟେଷ୍ଟ୍‌କୁ ଭାରତ ୨୧୧ ରନ୍‌ରେ ଜିତି ନେଇଛି। ଫଳରେ ୨ ମ୍ୟାଚ୍‌ ବିଶିଷ୍ଟ ଏହି ଯୁବ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ ମଧ୍ୟ ୧-୦ରେ ଜିତିଛି। ପ୍ରଥମ ଟେଷ୍ଟ୍‌ ଅମୀମାଂସିତ ଭାବେ ଶେଷ ହୋଇଥିଲା। ୪୭୨ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ଶ୍ରୀଲଙ୍କା ତୃତୀୟ ଦିନ ଶେଷ ସୁଦ୍ଧା ୧୫୫/୪ କରିଥିଲା। ଫଳରେ ଗୁରୁବାର ଶେଷ ଦିନରେ ବିଜୟ ଲାଗି ଶ୍ରୀଲଙ୍କାକୁ ୩୧୭ ଏବଂ ଭାରତକୁ ୬ ୱିକେଟ୍‌ର ଆବଶ୍ୟକ ଥିଲା। ହେଲେ ଭାରତୀୟ ବୋଲର ଶ୍ରୀଲଙ୍କାକୁ ୨୬୦ ରନ୍‌ରେ ଅଲ୍‌ଆଉଟ୍‌ କରି ବିଜୟ ବାନା ଉଡ଼ାଇଥିଲା। ଭାରତ ପକ୍ଷରୁ ରୋହିତ ଯାଦବ ୪ ଏବଂ ଚିଗୁରୁପତି ଭେଙ୍କଟ ୩ ୱିକେଟ୍‌ ନେଇଥିଲେ। ପୂର୍ବରୁ ଭାରତ ପ୍ରଥମ ପାଳିରେ ୪୧୧ ରନ୍‌ କରିଥିଲା ବେଳେ ଶ୍ରୀଲଙ୍କାକୁ ୧୪୮ ରନ୍‌ରେ ଅଲ୍‌ଆଉଟ୍‌ କରିଥିଲା। ଦ୍ବିତୀୟ ପାଳିରେ ଭାରତ ୨୦୮/୩ (ଘୋଷିତ) କରି ଶ୍ରୀଲଙ୍କାକୁ ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.