Speeding Dumper Rams ଚାଲିଥିଲା ଗୋଟିଏ ଦୁର୍ଘଟଣାର ଉଦ୍ଧାର, ମାଡ଼ିଗଲା ଆଉ ଏକ ଡମ୍ପର୍‌, ଦୁଇ ମୃତ, ୫ ଗୁରୁତର

1 month ago 13
ARTICLE AD BOX

ବାରିପଦା:  ବାରିପଦା ସ୍ଥିତ ପାଲବଣିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଏକ ଦ୍ରୁତଗାମୀ ଡମ୍ପର ଆସି ଲୋକଙ୍କ ଉପରେ ମାଡ଼ିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକଙ୍କ ସହ ୫ଜଣ ଗୁରୁତର ଆହତ ହୋଇଛନ୍ତି।  

Accident: ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍ : ଜଣେ ଚାଳକ ମୃତ, ହେଲପର ଗୁରୁତର

ସୂଚନା ଅନୁଯାୟୀ, ପାଲବଣି ନିକଟରେ ଏକ କାଠ ବୋଝେଇ ଟାଟା ଏସି ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ୩ ଜଣ କ୍ୟାମେରାମ୍ୟାନ୍‌ ସେଠାରେ ପହଞ୍ଚି ଗାଡ଼ିଟିକୁ ଉଠାଇବାକୁ ଉଦ୍ୟମ କରୁଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍‌ ଏକ ଦ୍ରୁତଗାମୀ ପାଉଁଶ ବୋଝେଇ ଡମ୍ପର୍‌ ଓଲଟି ପଡ଼ିଥିବା କାଠ ବୋଝେଇ ଟାଟା ଏସିକୁ ଧକ୍କା ଦେଇଥିଲା। ଦିଗବଦଳାଇ ନିକଟରେ ଜମା ହୋଇଥିବା ଲୋକଙ୍କ ଉପରକୁ ମଧ୍ୟ ମାଡ଼ି ଆସିଥିଲା। ଲୋକମାନେ ମଧ୍ୟ ପ୍ରାଣ ଭୟରେ ଯେ ଯେଉଁଆଡ଼େ ପାରିଲେ ଦୌଡ଼ି ଚାଲିଯାଇଥିଲେ।  ହେଲେ ଡମ୍ପରଟି ଏତେ ଦ୍ରୁତ ଗତିରେ ଥିଲା ଯେ କିଛି ଲୋକ ଏହାର ଚକା ତଳେ ଚାପି ହୋଇଯାଇଥିଲେ। ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

Accident: ଭୟଙ୍କର ଦୁର୍ଘଟଣା! ବସ୍-ଟ୍ରକ୍ ଧକ୍କାରେ ୮ ଜଣଙ୍କର ମୃତ୍ୟୁ

ସେଠାରେ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିବା ପ୍ରମୁଖ ଓଡ଼ିଆ ଗଣମାଧ୍ୟମ ଚ୍ୟାନେଲ 'ନିୟୁଜ୍ ୭', 'କଳିଙ୍ଗ ଟିଭି' ଓ 'ଅର୍ଗସ ନିୟୁଜ୍' ର କ୍ୟାମେରାମ୍ୟାନମାନେ ମଧ୍ୟ ଶିକାର ହୋଇଛନ୍ତି। କର୍ତ୍ତବ୍ୟରତ ଅବସ୍ଥାରେ ଏହି ତିନି ଚ୍ୟାନେଲର କ୍ୟାମେରାମ୍ୟାନ ଗୁରୁତର ଭାବେ ଆହତ ହୋଇଛନ୍ତି। ୫ ଜଣଙ୍କୁ ତୁରନ୍ତ ବାରିପଦା ରଙ୍ଗାମାଟିଆ ସ୍ଥିତ ପି.ଆର.ଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେମାନଙ୍କର ଜରୁରୀକାଳୀନ ଚିକିତ୍ସା ଚାଲିଥିବା ବେଳେ ୫ ଜଣଙ୍କ ଅବସ୍ଥା ଏବେ ସୁଦ୍ଧା ଉଦ୍‌ବେଗଜନକ ରହିଥିବା ହସ୍‌ପିଟାଲ୍‌ ସୂତ୍ରରୁ ଜଣାଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.