Special SC/ST Atrocities Courts ରାଜ୍ୟରେ ଖୋଲିବ ୬ଟି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା କୋର୍ଟ

1 week ago 5
ARTICLE AD BOX

ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତୀକରଣ ନିମନ୍ତେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ୬ଟି ସ୍ବତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା କୋର୍ଟ ସ୍ଥାପନ କରିଛନ୍ତି। ଏହି କୋର୍ଟଗୁଡ଼ିକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାର ଫୈସଲା କରାଯିବ। 

ଭୁବନେଶ୍ୱରରୁ ଦେଶର ଅନୁସୂଚିତ ଜାତି ଓ ଜନଜାତି ବିକାଶର ରୋଡ୍‌ମ୍ୟାପ୍‌: ‘ପ୍ରସ୍ତୁତ ହେବ ଏକକ ଏଜେଣ୍ଡା’

ରାଜ୍ୟ ସରକାରଙ୍କ ଗୃହ ବିଭାଗ ଆଜି (ବୁଧବାର) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି। ରାଜ୍ୟ ଉଚ୍ଚନ୍ୟାୟାଳୟଙ୍କ ପରାମର୍ଶ ଓ ପ୍ରାରମ୍ଭିକ ଅନୁମୋଦନ ପରେ ବିଜ୍ଞପ୍ତି (୧୬୩୯୫/ହୋମ୍‌-ସିଏଚ୍‌ଆର୍‌-ସିଆର୍‌ଟିଏନ୍‌୨-୦୦୦୧-୨୦୧୫/ସିପିଆଣ୍ଡ୍‌ ଏମ୍) ପ୍ରକାଶ ପାଇଥିଲା।

six new SC-ST court

ଏହି ବିଜ୍ଞପ୍ତି ଆଧାରରେ ଗଞ୍ଜାମ (ବ୍ରହ୍ମପୁର), ଖୋର୍ଦ୍ଧା, ପୁରୀ, ଯାଜପୁର, କେନ୍ଦ୍ରପଡ଼ା ଓ ଭଦ୍ରକରେ ‌କୋର୍ଟ ସ୍ଥାପନ କରାଯିବ। ଏହି କୋର୍ଟଗୁଡ଼ିକ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିରାକରଣ) ଆଇନ ୧୯୮୯ର ମାମଲାଗୁଡ଼ିକ ବିଚାର କରିବେ। 

Supreme Court: ହିନ୍ଦୁ-ଶିଖ୍-ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣକାରୀ ଅନୁସୂଚିତ ଜାତି ମାନ୍ୟତା ପାଇପାରିବେ ନାହିଁ

ଏହି କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଳା ଓ ସେସନ୍‌ସ ଜଜ୍‌ ତଥା ସ୍ବତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଏହାଦ୍ବାରା କୋର୍ଟଗୁଡ଼ିକରେ ଅଟକି ରହିଥିବା ଅନେକ ମାମଲାଗୁଡ଼ିକର ତ୍ବରିତ ବିଚାର ହୋଇପାରିବ। 

ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଏହି ବିଜ୍ଞପ୍ତି ପରେ ୬ଟି ସ୍ବତନ୍ତ୍ର କୋର୍ଟ ନିମନ୍ତେ ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ଜଜ୍‌ଙ୍କୁ ଅଧ୍ୟକ୍ଷ ଅଧିକାରୀ ଭାବେ ଔପଚାରିକ ନିଯୁକ୍ତି ଦେବା ପାଇଁ ଉଚ୍ଚନ୍ୟାୟାଳୟକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହାସହ ଅନ୍ୟ ଜିଲ୍ଲାଗୁଡ଼ିକ ନିମନ୍ତେ ମଧ୍ୟ ଅତିରିକ୍ତ ସ୍ବତନ୍ତ୍ର କୋର୍ଟ ଓ ସ୍ବତନ୍ତ୍ର ସରକାରୀ ଓକିଲଙ୍କ ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ସକ୍ରିୟ ଭାବେ ସ୍ଥିତିର ସମୀକ୍ଷା କରୁଛନ୍ତି ବୋଲି ଆଜି ଗୃହ ବିଭାଗ ପକ୍ଷରୁ ଜାରି ପ୍ରେସ୍‌ ବାର୍ତ୍ତାରେ ସୂଚନା ଦିଆଯାଇଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.