Special control : ସହରାଞ୍ଚଳ ବନ୍ୟା ପାଇଁ ହେବ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ

1 month ago 13
ARTICLE AD BOX

ଭୁବନେଶ୍ବର: ସହରାଞ୍ଚଳ ବନ୍ୟା ଦୂରୀକରଣ ପାଇଁ ଏକ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ତିଆରି ହେବ। ଏଥିପାଇଁ ବିକଶିତ ହେବାକୁ ଥିବା ସଫ୍ଟୱେୟାରରେ ଜଳବନ୍ଦି ଅଞ୍ଚଳ ରହିବ। ବଡ଼ ବଡ଼ ନାଳରେ ସେନ୍‌ସର୍‌ ଲାଗିବ। ଯଦ୍ବାରା ନିୟନ୍ତ୍ରଣ କକ୍ଷ ଜରିଆରେ ‌ନାଳରୁ ପଙ୍କ କଢ଼ା କାମ ଅଗ୍ରଗତି ଅନୁଧ୍ୟାନ ସହ କେଉଁ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି, ତାର ପୂର୍ବ ଆକଳନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବି ଏହାକୁ ମଞ୍ଜୁରି ଦେଇଛନ୍ତି। ଯଦ୍ବାରା ଭୁବନେଶ୍ବରରେ ଦେଖାଦେଉଥିବା ଜଳବନ୍ଦି ସମସ୍ୟାର ସହଜ ନିରାକରଣ କରାଯାଇପାରିବ ବୋଲି କମିସନର କହିଛନ୍ତି।

Not all bodies: ସବୁ ଶରୀର ଲୋଡ଼େନି ଅତିରିକ୍ତ ଭିଟାମିନ୍‌


ଆଜି ବିଏମ୍‌ସିର ୪୨ତମ କର୍ପୋରେସନ୍‌ ବୈଠକ ଏକାମ୍ର ହଲ୍‌ରେ ଅନୁଷ୍ଠିତ ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବର୍ଷା ପୂର୍ବ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ମେୟର ଶ୍ରୀମତୀ ଦାସ କହିଛନ୍ତି, ଆଜି ନାଳ ସ୍ଲାବ୍‌ ପକାଇବା, ନାଳ ସଫା ଆଦିର ଅଗ୍ରଗତି ସମୀକ୍ଷା କରାଯାଇଛି। ରଥଯାତ୍ରା ପୂର୍ବରୁ ପୂର୍ତ୍ତ, ବିଏମ୍‌ସି ରାସ୍ତାର ଆବଶ୍ୟକ ମରାମତି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିପିସିଓଡିଏଲ୍‌କୁ ବିଦ୍ୟୁତ୍‌ ତାର ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ରାସ୍ତା ଖୋଳିବାରେ କଟକଣା ଲଗାଯାଇଛି ଓ ଆଜି ଏହାର ଷ୍ଟାଣ୍ଡିଂ ଅର୍ଡର ଜାରି କରାଯାଇଛି। ଖୋଳାଯାଇଥିବା ରାସ୍ତାକୁ ରଥଯାତ୍ରା ପୂର୍ବରୁ ସାରିବାକୁ କୁହାଯାଇଛି। କମିସନର ଚଞ୍ଚଳ ରାଣା କହିଛନ୍ତି, ଏଥର ପ୍ରଥମ ଥର ପାଇଁ ପୂର୍ତ୍ତ ନାଳ ଓ ମୁଖ୍ୟ ନାଳର ଯାନ୍ତ୍ରିକ ସଫେଇ କରାଯାଇଛି। ଲକ୍ଷ୍ୟ ରଖିଛୁ, ବର୍ଷକୁ ୨ରୁ ୩ ଥର ବଡ଼ ବଡ଼ ନାଳକୁ ଏଭଳି ସଫା କରିବୁ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ବାର୍ଷିକ ଆକ୍ସନ୍‌ ପ୍ଲାନ୍‌ରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା ଟେଣ୍ଡର ଜୁଲାଇରେ କରାଯାଉଛି। ଆସନ୍ତା ୨ ମାସ ଭିତରେ ‘ୱେଷ୍ଟ ଟୁ ଏନର୍ଜି’ ପ୍ଲାଣ୍ଟର ଡିପିଆର ପ୍ରସ୍ତୁତ ହେଉଛି। ୱେଷ୍ଟ ଟୁ ଚାରକୋଲ୍‌ ଟେଣ୍ଡର ବି ଜୁଲାଇରେ ଚୂଡ଼ାନ୍ତ ହେଉଛି।

Pakistan: ଲାହୋରରେ ଟ୍ୟୁସନ୍ ସେଣ୍ଟରର ଛାତ ଭୁଶୁଡ଼ି ୧୪ ପିଲାଙ୍କ ମୃତ୍ୟୁ, ୫ ଆହତ

ଆମିଷ ବର୍ଜ୍ୟ ପ୍ରୋସେସିଂ ପ୍ଲାଣ୍ଟ ବି ହେବାକୁ ଯାଉଛି। ଏଥିରେ ଭୁବନେଶ୍ବର ସମେତ ଆଖପାଖ ମହାନଗର ନିଗମକୁ ସାମିଲ୍‌ କରାଯିବ। ପ୍ଲାଣ୍ଟ ପାଇଁ ବିଏମ୍‌ସିକୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବନି। ଯେଉଁ ସଂସ୍ଥା ଟେଣ୍ଡର ନେବ, ସେହି ସଂସ୍ଥା ଏହି ପ୍ଲାଣ୍ଟ କରିବ। ଆମିଷ ବର୍ଜ୍ୟ ସଂଗ୍ରହ କରି ଏଥିରୁ ପଶୁ ଖାଦ୍ୟ, ମାଛ ଖାଦ୍ୟ, କୁକୁଡ଼ା ଖାଦ୍ୟ ଉତ୍ପାଦନ କରିବ। ଏହାର ଟେଣ୍ଡର ଆହ୍ବାନ କରାଯାଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ କିଛି ଜାଗାରେ ଭଲ ଗୋଶାଳା କରିବାର ଲକ୍ଷ୍ୟ ରଖାଯାଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ବିଭିନ୍ନ ଜାଗାରେ କୁକୁର ଆଶ୍ରୟସ୍ଥଳୀ କରାଯିବ। କୁକୁର ବନ୍ଧ୍ୟାକରଣ ସଂଖ୍ୟା ବି ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ବୋଲି କମିସନର୍ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.