ARTICLE AD BOX
କଟକ: ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି। ସୌମ୍ୟଙ୍କ ପରିବାର ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ଷଡ୍ଯନ୍ତ୍ର ବୋଲି ଖୋଲାଖୋଲି ଅଭିଯୋଗ ଆଣିଛନ୍ତି। ଏ ନେଇ କ୍ରାଇମ୍ବ୍ରାଞ୍ଚରେ ସେମାନେ ଆଜି ଫେରାଦ ହୋଇଛନ୍ତି। ହତ୍ୟାକାଣ୍ଡ ଦିନ ସୌମ୍ୟ ଭୁବନେଶ୍ବର ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ଦୁର୍ଘଟଣା ଘଟାଇବା ଏବଂ ପରେ ଭିଡ଼ ସୃଷ୍ଟି କରି ହିଂସାକାଣ୍ଡ ଘଟାଇବା ଭଳି ଅଭିଯୋଗ ଆଣିଛନ୍ତି। ଏହି ଦିଗରେ ଘଟଣାର ତଦନ୍ତ ପାଇଁ ସୌମ୍ୟଙ୍କ ବାପା ଦାବି କରିଛନ୍ତି।
Silver ornaments: ବ୍ୟବସାୟୀଙ୍କ ଘରୁ ରୁପା ଅଳଙ୍କାର ଚୋରି: ଦମ୍ପତିଙ୍କ ସମେତ ୩ଗିରଫ
ଜିଆର୍ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ମେ ୭ ତାରିଖରେ ବାଲିଅନ୍ତାରେ ହତ୍ୟା ଘଟଣାକୁ ନେଇ ଆଜି ତାଙ୍କ ବାପା ଦୁଃଶାସନ ସ୍ବାଇଁ ଓ ବନ୍ଧୁ ନିଶିକାନ୍ତ ମହାନ୍ତି ପୁଣି ଥରେ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଆସିଥିଲେ। ଏହି ହତ୍ୟା ଘଟଣାରେ ଆପରାଧିକ ଷଡ୍ଯନ୍ତ୍ର ଥିବା ନେଇ ପରିବାର ଲୋକେ କ୍ରାଇମବ୍ରାଞ୍ଚରେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ହତ୍ୟାକାଣ୍ଡ ଦିନ ବନ୍ଧୁ ଓମ୍ ପ୍ରକାଶ ରାଉତ ବାଇକ୍ ଚଲାଉଥିବା ବେଳେ ପଛପଟେ ସୌମ୍ୟ ବସି ଭୁବନେଶ୍ବର ଯାଉଥିଲେ। ପୂର୍ବ ଷଡ୍ଯନ୍ତ୍ର ଅନୁଯାୟୀ, ଦୁଇ ଜଣ ଯୁବତୀ ଉଦ୍ଦେଶ୍ୟମୂଳକ ଭାବେ ଓମ୍ ଚଲାଉଥିବା ବାଇକ୍ ସହିତ ଧକ୍କା ଦେଇଥିଲେ। ଏହି ଧକ୍କା କୌଣସି ଆକସ୍ମିକ ଦୁର୍ଘଟଣା ନଥିଲା, ବରଂ ସୌମ୍ୟଙ୍କୁ ଅଟକାଇବା ଏବଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫସାଇବା ପାଇଁ ଯୋଜନାବଦ୍ଧ ଷଡ୍ଯନ୍ତ୍ର ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
Loot: ଘରେ ପଶି କଳାକନା ବୁଲାଉଛନ୍ତି: ମାସକରେ ୪୦ରୁ ଊର୍ଦ୍ଧ୍ବ ଘର
ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ଯେତେବେଳେ ସୌମ୍ୟ ଖସିଯିବାକୁ ଉଦ୍ୟମ କରିଥିଲେ ସେହି ସମୟରେ ବିରଞ୍ଚି ନାରାୟଣ ଜେନା ବଳପୂର୍ବକ ସୌମ୍ୟ ଆସିଥିବା ବାଇକ୍ର ଚାବି ଛଡ଼ାଇ ନେଇଥିଲେ। ଏହାଦ୍ୱାରା ସେ ସୌମ୍ୟଙ୍କୁ ଅଟକ ରଖିବାରେ ସଫଳ ହୋଇଥିଲା। ଏହି ସମୟରେ ଧକ୍କା ଦେଇଥିବା ଦୁଇ ପୀଡ଼ିତା ସେଠାରେ କାନ୍ଦିବା ସହିତ ସୌମ୍ୟ ତାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଥିଲେ। ସାଧାରଣ ଜନତାଙ୍କୁ ଉସକାଇବାକୁ ଉକ୍ତ ଦୁଇ ଯୁବତୀ ଏଭଳି କରିଥିଲେ। ଏହାଫଳରେ ଉତ୍ତ୍ୟକ୍ତ ଲୋକେ ସୌମ୍ୟଙ୍କୁ ସେଠାରେ ପିଟିପିଟି ମାରିଦେଇଥିଲେ। ଷଡ୍ଯନ୍ତ୍ରକୁ ଲୁଚାଇବା ପାଇଁ ଉକ୍ତ ଦୁଇ ଯୁବତୀ ମୃତ ସୌମ୍ୟଙ୍କ ବିରୋଧରେ ବାଲିଅନ୍ତା ଥାନା ଓ କ୍ରାଇମବ୍ରାଞ୍ଚରେ ମିଛ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନିକଟରେ ପରିବାର ଲୋକେ ଦାବି କରିଛନ୍ତି।

1 week ago
7


