Sooryavanshi: ଶନିବାର ଦ୍ବିତୀୟ ଦିନିକିଆ: ସାମ୍‌ସନ୍‌ ଓ ସୂର୍ଯ୍ୟବଂଶୀଙ୍କୁ ‌ନେଇ ଭାରତ ଦ୍ବନ୍ଦ୍ବରେ

1 month ago 12
ARTICLE AD BOX

ମାଞ୍ଚେଷ୍ଟର: ଆୟର୍ଲାଣ୍ଡଠୁ ୦-୨ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ପରେ ଭାରତୀୟ କ୍ରିକେଟ୍‌ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛି। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଅଧାରୁ ବାତିଲ ହୋଇଯାଇଥିଲା। ଡର୍‌ହାମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଭିଷେକ ଶର୍ମା ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୮୯/୭ କରିଥିଲା। ଶନିବାର ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବ। ଭାରତ ଏହି ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶକୁ ନେଇ ଏବେ ଦ୍ବନ୍ଦ୍ବରେ ରହିଛି। ଏହି ୟୁକେ ଗସ୍ତର ୩ଟି ଯାକ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ ବିଫଳ ହୋଇଛନ୍ତି। ଅନ୍ୟପଟେ ଆଇପିଏଲ୍‌ରେ ଚମତ୍କାରିତା ଦେଖାଇଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନି।

ବାଇକ୍ ଉପରେ ପଡ଼ିଲା ନଡ଼ିଆ ଗଛ; ଚାପି ହୋଇ ପୂର୍ବତନ ଡେପୁଟି ମେୟରଙ୍କ ପୁଅଙ୍କ ମୃତ୍ୟୁ

ତେଣୁ ସାମ୍‌ସନ୍‌ କି ସୂର୍ଯ୍ୟବଂଶୀକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ ଭାରତ ଚିନ୍ତାରେ ରହିଛି। ପ୍ରତିଭାଶାଳୀ ତିଲକ ବର୍ମା ମଧ୍ୟ ମଧ୍ୟଭାଗରେ ସେପରି କିଛି କରି ପାରୁନାହାନ୍ତି। ଚଳିତ ବର୍ଷ ୧୨ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ମାତ୍ର ୧୨ ଛକା ମାରି ପାରିଛନ୍ତି। ତେବେ ଶିବମ ଦୁବେ ଗତ ମ୍ୟାଚ୍‌ରେ ବିସ୍ଫୋରକ ପାଳି ଖେଳି ଫର୍ମ ଫେରିବାର ସଙ୍କେତ ଦେଇଛନ୍ତି। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଟ୍ରାକ୍‌ ଗ୍ରିପ୍‌ ଓ ରିଷ୍ଟ୍‌ ସ୍ବିନରଙ୍କୁ ସୁହଇବ। ତେଣୁ ଭାରତୀୟ ସ୍ପିନ୍‌ ବୋଲିଂ ବାହିନୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ପ୍ରାୟ ନାହିଁ। ଅନ୍ୟପକ୍ଷରେ ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ ଅତି ଚମତ୍କାର ରହିଛି। ଭାରତୀୟ ବୋଲିଂକୁ ସାମ୍ନା କରିବାକୁ ଅଧିନାୟକ ହ୍ୟାରି ବ୍ରକ୍‌, ଫିଲ୍‌ ସଲ୍ଟ ଓ ଟମ୍‌ ବାଣ୍ଟନ ରହିଛନ୍ତି। ଗତ ମ୍ୟାଚ୍‌ରେ ବିଶ୍ରାମ ନେଇଥିବା ଜୋଫ୍ରା ଅର୍ଚରଙ୍କୁ ଦ୍ବିତୀୟ ମ୍ୟାଚ୍‌ରେ ଖେଳାଇବାକୁ ଦଳ ଚିନ୍ତା କରିଛି।

ସମ୍ଭାବ୍ୟ ଭାରତୀୟ ଦଳ: ସଞ୍ଜୁ ସାମ୍‌ସନ୍‌/ବୈଭବ ସୂର୍ଯ୍ୟବଂଶୀ, ଅଭି‌ଷେକ ଶର୍ମା, ଈଶାନ କିଶନ (ୱିକେଟ୍‌ରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରିନ୍ସ ଯାଦବ/ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ଇଂଲଣ୍ଡ ଦଳ: ଫିଲ ସଲ୍ଟ, ଜୋସ ବଟଲର (ୱିକେଟ୍‌ରକ୍ଷକ), ହାରି ବ୍ରୁକ୍‌ (ଅଧିନାୟକ), ଜାକବ ବେଥେଲ, ଟମ୍‌ ବାଣ୍ଟନ, ୱିଲ ଜ୍ୟାକ୍ସ, ସାମ୍‌ କରନ, ୱିଲ୍‌ ଜାକ୍ସ, ଲିଅମ ଡସନ୍‌, ଲୁକେ ଉଡ୍‌/ଜୋଫ୍ରା ଆର୍ଚର, ସକିବ ମହମୁଦ, ଆଦିଲ ରସିଦ।

ପ୍ରସାରଣ: ସୋନି ସ୍ପୋର୍ଟସ, ‌ସୋନି ଲିଭ୍‌

ସମୟ: ରାତି ୭ଟା


Read Entire Article
LEFT SIDEBAR AD

Hidden in mobile, Best for skyscrapers.