Sonia Gandhi: ସୋନିଆ ଗାନ୍ଧୀ କାହିଁକି ଭାରତର ପ୍ରଧାନମନ୍ତ୍ରୀ ହୋଇନଥିଲେ: ପୁସ୍ତକରେ କଲେ ଖୁଲାସା

2 days ago 3
ARTICLE AD BOX

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କ ପୁସ୍ତକ ‘ୱିଲଙ୍ଗିଙ୍ଗ୍: ଏ ଜର୍ନି ଅଫ୍ ଲଭ୍’ରେ ପ୍ରଧାନମନ୍ତ୍ରୀ ନ ହେବାର କାରଣ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ପାଇଁ ପ୍ରାର୍ଥୀ ହେବା ପାଇଁ ତାଙ୍କ ଦଳର ଆବେଦନକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ସେ ଏବେ ତାଙ୍କ ନିଷ୍ପତ୍ତି ପଛର କାରଣ ପ୍ରକାଶ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ନ ହେବାର ନିଷ୍ପତ୍ତି ବିଷୟରେ ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି, ମୋ ମନରୁ ଶେଷରେ ସନ୍ଦେହ ହଠାତ୍ ଉଭେଇ ଗଲା। ମୁଁ ଅନୁଭବ କଲି ଯେପରି ମୁଁ ନିଜକୁ କହୁଛି, ସୋନିଆ, ନିଜ ପ୍ରତି ସଚ୍ଚୋଟ ରୁହ। ତୁମେ ସବୁବେଳେ ଏହା ଜାଣ। ଏହାକୁ ଛାଡିଦିଅ।

ପୁସ୍ତକରେ ସେ କହିଛନ୍ତି, ‘ନିର୍ବାଚନର କିଛି ମାସ ପୂର୍ବରୁ, ମୁଁ ଏବଂ ମୋ ପିଲାମାନେ ଆଲୋଚନା କରିଥିଲୁ ଯେ, ମୁଁ ପ୍ରଧାନମନ୍ତ୍ରୀ ହୋଇପାରିବି କି ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ପିଲା ମୋତେ ସିଧାସଳଖ ପଚାରିଥିଲା ଯେ, ଆମ ଦଳ ଜିତିଲେ ମା’ ତୁମେ ଏହି ପଦବୀ ଗ୍ରହଣ କରିବି କି? ମୁଁ କ୍ରୋଧରେ କହିଥିଲି, କଦାପି ନୁହେଁ। ସେ ପଚାରଥିଲା, ତୁମେ ନିଶ୍ଚିତ ଭାବେ ଏଭଳି କହୁଛ କି? ମୁଁ ଜୋର୍‌ଦେଇ କହିଥିଲି, ମୁଁ ଏନେଇ ସମ୍ପୂର୍ଣ୍ଣ ସ୍ପଷ୍ଟ। 

ସେଠାରେ ଶେଷ ହୋଇଥିଲା କଥା
ରାହୁଲ କିମ୍ବା ପ୍ରିୟଙ୍କା ଉଭୟ ଭାବୁ ନଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀ ହେବା ଉଚିତ୍। ସେମାନେ ସେମାନଙ୍କ ଜେଜେମାଙ୍କ ହତ୍ୟା ଏବଂ ତାଙ୍କ ପିତାଙ୍କ ନିର୍ମମ ହତ୍ୟାର ଗଭୀର ଆଘାତ ସହିଥିଲେ। ସେମାନଙ୍କ ମନରେ ଏହି ପଦବୀରେ ରହିବା ସିଧାସଳଖ ମହା ବିପଦ ସହିତ ଜଡିତ ଥିଲା। ମୋ ଉତ୍ତରରେ ସେମାନେ ଆଶ୍ୱସ୍ତ ହେଲେ, ଏବଂ ମୁଁ ଆଶ୍ୱସ୍ତ ଅନୁଭବ କଲି, କାରଣ ପ୍ରଥମ ଥର ପାଇଁ ମୁଁ ଖୋଲାଖୋଲି ଭାବରେ ଏହି ପ୍ରଶ୍ନ ଉପରେ ମୋର ମତ ପ୍ରକାଶ କରିଥିଲି, ଏବଂ କଥାଟି ସେଠାରେ ଶେଷ ହୋଇଥିଲା। 

ଇରାନ ଉପରେ ଚାପ ପ୍ରୟୋଗ ଜାରି ରହିଛି

ଗାନ୍ଧୀ କହିଛନ୍ତି,ମୁଁ ଏ ବିଷୟରେ କେବେ କାହା ସହିତ କଥା ହୋଇନାହିଁ। ନିର୍ବାଚନ ସମୟରେ, ଯେତେବେଳେ ମୋତେ ସାର୍ବଜନୀନ ଭାବରେ ଏହି ପ୍ରଶ୍ନ ପଚରାଯାଉଥିଲା, ମୁଁ ସ୍ପଷ୍ଟ ଉତ୍ତର ଦେଇନଥିଲି। ଆମେ ଆମର ଅସ୍ତିତ୍ୱ ପାଇଁ ଲଢୁଥିଲୁ, ଏବଂ ମୋତେ ମୋ ଦଳକୁ ଏକତାରେ ରଖିବାକୁ ପଡିଥିଲା ଯାହା ଦ୍ଵାରା ଆମେ ଏକ ଶକ୍ତିଶାଳୀ ଦଳ ଭାବରେ ଆମର ଶତ୍ରୁମାନଙ୍କର ମୁକାବିଲା କରିପାରିବୁ। ମୁଁ ଏହି ମତକୁ ମୋ ପାଖରେ ରଖିଥିଲି, ଏପରିକି ମୋର ନିକଟତମ ସହକର୍ମୀଙ୍କ ସହ ମଧ୍ୟ ସେୟାର କରିନଥିଲି। ମୁଁ କେବଳ ଗଭୀର ଭାବରେ ଅନୁଭବ କରୁଥିଲି ଯେ, ଯେଉଁ ବ୍ୟକ୍ତି ପୂର୍ବ କଂଗ୍ରେସ ସରକାରଙ୍କର ଐତିହ୍ୟକୁ ଆଗକୁ ବଢାଇବାକୁ ଚାହୁଁଥିବେ ଏବଂ ସରକାର ଚଳାଇବାରେ ତାଙ୍କର ଅଭିଜ୍ଞତା ଥିବ ତଥା ତାଙ୍କର ସଚ୍ଚୋଟତାର ନିଖୁଣ ରେକର୍ଡ ଥିବ। ସେ ହିଁ ଏହି ପଦବୀରେ ରହିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.