Son Killed: ବୋହୂକୁ ଘରେ ତାଲା ମାରି ପୁଅକୁ ହତ୍ୟା କଲେ ବାପା ଓ ସାବତ ମାଆ

1 week ago 7
ARTICLE AD BOX

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚୁନିଦା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ କଳହରୁ ବୋହୂକୁ ଘରେ ତାଲା ମାରି ପୁଅକୁ ହତ୍ୟା କଲା ବାପା। ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପାରିବାରିକ କଳହରୁ ହତ୍ୟା ଅଭିଯୋଗ

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଚୁନିଦା ଗ୍ରାମର  ଘଟିଛି ଏମିତି ଏକ ଘଟଣା।  ଆଜି ଜଣେ ବାପା ଓ ସାବତ ମାଆ ମିଶି  ନିଜର ବିବାହିତ ପୁଅକୁ ଛୁରୀ ଭୁଷି ମାରିଦେଇଛନ୍ତି । ଏହି ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳକୁ ଏବେ ଗ୍ରାମାଞ୍ଚଳ ପୁଲିସ ଯାଇ ତଦନ୍ତ ଆରମ୍ଭ କରିଛି।  ପାରିବାରିକ କଳହରୁ  ଏଭଳି ଘଟଣା ଘଟିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏବେ ଚୁନିଦା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବା ବେକେ ଗ୍ରାମରେ ପୁଲିସ ମୁତୟନ କରାଯାଇଛି। ବାପା ଆକ୍ରମଣରେ ପୁଅ  ବିକାଶ ଗୁରୁତର ହେବା ପରେ ତାଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ । 

ବାପା ରବୀନ୍ଦ୍ର ସାହୁ  ଓ  ସାବତ ମାଆ ମମତା ସାହୁ ଗିରଫ

ମୃତକ ବିକାଶ କୁମାର ସାହୁଙ୍କର ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲରେ ଥିବା ବେଳେ ବାପା ରବୀନ୍ଦ୍ର ସାହୁ  ଓ  ସାବତ ମାଆ ମମତା ସାହୁଙ୍କୁ ପୁଲିସ ଗିରଫ କରିଛି।

WhatsApp Image 2026-09-09 at 12.29.43 PM

୩୬ ଘଣ୍ଟା ପରେ ମିଳିଲା ଅଟୋଚାଳକ ସଞ୍ଜୟ ସ୍ବାଇଁଙ୍କ ମୃତଦେହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.