ARTICLE AD BOX
ଭୁବନେଶ୍ୱର: ରାଜଧାନୀରେ ବିଡିଏ ଦ୍ୱାରା ପରିଚାଳିତ ପାର୍କରେ ଲାଗିବ ସୋଲାର୍ ଲାଇଟ୍। ବିଦ୍ୟୁତ୍ ଖର୍ଚ୍ଚ କମିବା ସହ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ପ୍ରୟାସ କରାଯାଉଛି। ବିଡିଏ ଦ୍ୱାରା ପରିଚାଳିତ ୩୦ଟି ପାର୍କରେ ୬୦ଟି ସୋଲାର୍ ଲାଇଟ୍ ଲାଗିବ। ଏହି ଲାଇଟ୍ଗୁଡ଼ିକରେ ଦୁଇଦିନ ବ୍ୟାକ୍ଅପ୍ ରହିବାର ସୁବିଧା ରହିବ। ସଶକ୍ତ ଆଲୁମିନିୟମ କଭର୍ ସହିତ ଏଥିରେ ଆକର୍ଷଣୀୟ ଏଲ୍ଇଡି ଲାଇଟ୍ ଖଞ୍ଜାଯିବାର ଯୋଜନା ହୋଇଛି।
ବିଡିଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଗତ ଏପ୍ରିଲ ୨୨ ତାରିଖରେ ବିଜୁ ପଟ୍ଟନାୟକ ପାର୍କ, ଗୁରୁ କେଳୁଚରଣ ମହାପାତ୍ର ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ, ଶୈଳଶ୍ରୀବିହାର ପାର୍କ, ବରଗଡ଼ ବ୍ରିଟ୍ କଲୋନି ପାର୍କ, ୟୁନିଟ୍ ୮ ପାର୍କ ଭଳି ୧୧ଟି ପାର୍କ ପାଇଁ ୩୫ ଲକ୍ଷ ୨୦ ହଜାର ୯୬୬ଟଙ୍କାର ଟେଣ୍ଡର ଡକାଯାଇଥିଲା। ୨୦ ଦିନରେ ମଧ୍ୟରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଏହାର ସଂଶୋଧନ କରାଯାଇ ପୁର୍ନବାର ଆଉ ୧୯ଟି ପାର୍କକୁ ମିଶାଯାଇ ଗତ ୧୩ ତାରିଖରେ ପୁର୍ନବାର ୩୭ ଲକ୍ଷ ୯୮ ଟଙ୍କାର ଟେଣ୍ଡର ଡକାଯାଇଛି।ଆସନ୍ତା ୨୮ ତାରିଖ ସୁଦ୍ଧା ବିଡ୍ ଦାଖଲ କରିବାକୁ ଉଲ୍ଲେଖ କରାଯାଇଛି।
Water Crisic: ଅତୀତରେ ମାଓବାଦୀଙ୍କ ସହ ଲଢୁଥିଲେ ଲକଡ଼ପାଜୁବାସୀ, ପାଣି ପାଇଁ ଏବେ କରୁଛନ୍ତି ସଂଘର୍ଷ
ବର୍ତ୍ତମାନ ବିଡିଏ ଦ୍ୱାରା ପରିଚାଳିତ ଅଧିକାଂଶ ପାର୍କରେ ଲାଇଟ୍ ଜଳୁନି ବୋଲି ଅଭିଯୋଗ ହେଉଛି। ଲୋକସେବା ଭବନ ସମ୍ମୁଖରେ ଥିବା ଆଇଜି ପାର୍କରେ ପାଖାପାଖି ୬ଟି ବଲ୍ବ ଅଚଳ ପଡ଼ିଛି। ବିଶେଷ କରି ଶୌଚାଳୟ ପାଖରେ ଥିବା ବଲ୍ବ ଅଚଳ ଥିବାରୁ ଲୋକମାନେ ହଇରାଣରେ ପଡ଼ୁଛନ୍ତି। ସେହିପରି ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ଶିଶୁବିହାର, ବୁଦ୍ଧ ଜୟନ୍ତୀ ପାର୍କ, ମହାତ୍ମା ଗାନ୍ଧୀ ପାର୍କରେ ମଧ୍ୟ କେତେକ ବଲ୍ବ ଜଳୁନି। ଏନେଇ ବିଡିଏର ନିର୍ବାହୀ ଯନ୍ତ୍ରୀ ସଂଗ୍ରାମ ମିଶ୍ର କହିଛନ୍ତି ଯେ ପରିବେଶ ସୁରକ୍ଷା ସହିତ ପାର୍କଗୁଡ଼ିକୁ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ବିଡିଏ ପକ୍ଷରୁ ଯୋଜନା ହେଉଛି। ୩୦ଟି ପାର୍କରେ ଲାଇଟ୍ ସଫଳ ଭାବରେ କାର୍ଯ୍ୟକ୍ଷମ ହେଲେ ଆଉ ୧୧ଟି ପାର୍କରେ ଲାଗିବ ବୋଲି ଯୋଜନା ହୋଇଛି। ସେହିପରି ଅନ୍ୟ ପାର୍କର ସମସ୍ୟା ମଧ୍ୟ ଖୁବ୍ଶୀଘ୍ର ଦୂର ହେବ ବୋଲି ସେ କହିଛନ୍ତି।
Construction: ନିର୍ମାଣ କାମ ପୂରା ହେବାର ମାସେ ନପୁରୁଣୁ ଡ୍ରେନ୍-ପୋଲରେ ଗର୍ତ୍ତ ସୃଷ୍ଟି

1 month ago
14


