Social Media: ପୁଣି ଅନଲାଇନରେ ମହାପ୍ରଭୁଙ୍କୁ ଦର୍ଶନ କରିଦେବା ନେଇ ସୋସିଆଲ ମିଡିଆରେ ବିଜ୍ଞାପନ

2 weeks ago 8
ARTICLE AD BOX

ପୁରୀ: ପୁଣି ଅନଲାଇନରେ ମହାପ୍ରଭୁଙ୍କୁ ଦର୍ଶନକରିଦେବା ନେଇ ସୋସିଆଲ ମିଡିଆରେ ବିଜ୍ଞାପନ। ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ବୋଲି ଦାବି କରାଯାଉଛି।

eoOdisha ନାମକ ଗୋଟିଏ ସଂସ୍ଥା 'MyEO Jagannath Dham Concierge Service' ନାମରେ ନୂଆ ସେବା ଆଣୁଛି। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ଏହି ସୁବିଧା କରାଯାଇଛି।  
ସଂସ୍ଥା କହୁଛି, ଭକ୍ତଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ସୁଗମ, ଆରାମଦାୟକ ଏବଂ ସ୍ମରଣୀୟ କରିବା ଏହି ସେବାର ଉଦ୍ଦେଶ୍ୟ। "ଆପଣ କେବଳ ଭକ୍ତିରେ ମନ ଦିଅନ୍ତୁ, ବାକି ସମସ୍ତ ବ୍ୟବସ୍ଥାର ଦାୟିତ୍ୱ ଆମେ ନେବୁ" ବୋଲି ସେମାନେ କହିଛନ୍ତି।  

ଯୋଗାଯୋଗ ପାଇଁ ଗୋଟିଏ ନମ୍ବର ମଧ୍ୟ ଦିଆଯାଇଛି

eoOdisha ସୂତ୍ର ଅନୁସାରେ ଆସନ୍ତା ୧ ଅଗଷ୍ଟ ୨୦୨୬ରୁ ଏହି ସେବା ଆଧିକାରିକ ଭାବେ ଆରମ୍ଭ ହେବ। ଯୋଗାଯୋଗ ପାଇଁ ଗୋଟିଏ ନମ୍ବର ମଧ୍ୟ ଦିଆଯାଇଛି: 8114836222। ଦୂର ଦୂରାନ୍ତରୁ ଆସୁଥିବା ତୀର୍ଥଯାତ୍ରୀମାନେ ବିନା ଅସୁବିଧାରେ ଦର୍ଶନ କରିପାରିବେ ବୋଲି ସଂସ୍ଥା ଦାବି କରୁଛି।

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା କିମ୍ବା ବିଜ୍ଞାପନ ଦିଆଯାଇନାହିଁ। କିଛି ଠକ ସଂସ୍ଥା ଲୋକଙ୍କୁ ଠକିବା ପାଇଁ ସୋସିଆଲ ମିଡିଆରେ ଏଭଳି ବିଜ୍ଞାପନ ଦେଇ ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି। ତେଣୁ ଭକ୍ତମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି l

Amit Shah: ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅମିତ ଶାହ

Read Entire Article
LEFT SIDEBAR AD

Hidden in mobile, Best for skyscrapers.