Snatched: ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

2 weeks ago 9
ARTICLE AD BOX

ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶାରଦା ସାହୁ ଘର ନିକଟରେ ସକାଳେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ୧୪ ଗ୍ରାମର ସୁନାଚେନ ଲୁଟିନେଇଥିବା ଜଣାପଡିଛି।

 (sambad.in) miscreants snatched a gold chain from the neck of a woman Photograph: (sambad.in)

ସୋର: ସକାଳେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ୧୪ ଗ୍ରାମର ସୁନାଚେନ ଲୁଟିନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶାରଦା ସାହୁ ଘର ନିକଟରେ ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି ଠିକଣା ପଚାରିବା ବାହାନାରେ ତାଙ୍କ ବେକରେ ଥିବା ୧୪ ଗ୍ରାମ ଓଜନର ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

 ଏନେଇ ଶାରଦା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.