Snake: କାନ ନଥାଇ ବି କେଳାର ପଦ୍ମତୋଳା ବାଜିଲେ କେମିତି ନାଚେ ସାପ: ଅସଲ କଥା ଆପଣ ଜାଣିଛନ୍ତି କି?

1 week ago 6
ARTICLE AD BOX

ଭୁବନେଶ୍ୱର: ଆପଣ ଅନେକ ସମୟରେ ବିଭିନ୍ନ ସିନେମାରେ ଦେଖିଥିବେ ଯେ କେଳା ଏହାର ପଦ୍ମତୋଳା ବଜାଇବା ମାତ୍ରେ ସାପଚାଲିଆସିଥାନ୍ତି, ସେହିପରି ଆମ ଭିତରୁ ଅନେକ ଭାବନ୍ତି ଯେ ସାପ ପଦ୍ମତୋଳାର ମଧୁର ସ୍ୱର ଶୁଣି ନାଚିଥାଏ। କିନ୍ତୁ ଆପଣ ଜାଣନ୍ତି କି? ବାସ୍ତବରେ ସାପର ବାହ୍ୟ କାନ ନଥାଏ। ତେବେ କାନ ନଥାଇ ସାପ କିପରି ଏହି ପଦ୍ମତୋଳାର ଶବ୍ଦ ଶୁଣିପାରେ? ଏହା ପଛରେ ରହିଛି ଏକ ବୈଜ୍ଞାନିକ ସତ୍ୟ।

ଆହୁରି ପଢନ୍ତୁ :Garud Puran: ଛୋଟ ଛୁଆଙ୍କ ମୃତଦେହକୁ କାହିଁକି ଦାହ କରାଯାଏ ନାହିଁ?

ବାହ୍ୟ କାନ ନାହିଁ, ତେବେ ସାପ ଶୁଣେ କିପରି?
ବିଜ୍ଞାନ ଅନୁସାରେ, ସାପମାନଙ୍କର ମଣିଷ ଭଳି ବାହ୍ୟ କାନ ନଥାଏ। ସେମାନଙ୍କର କେବଳ ଏକ ଆଭ୍ୟନ୍ତରୀଣ କାନ ଗଠନ ଥାଏ, ଯାହା ସେମାନଙ୍କ ହନୁ ହାଡ଼ ସହ ଯୋଡ଼ିହୋଇ ରହିଥାଏ। ସାପ ପବନରେ ଭାସିଆସୁଥିବା ସାଧାରଣ ଶବ୍ଦ କିମ୍ବା ସଙ୍ଗୀତକୁ ଶୁଣିପାରେ ନାହିଁ। କେବଳ ଭୂମିରେ ସୃଷ୍ଟି ହେଉଥିବା କମ୍ପନକୁ ନିଜ ଶରୀର ଓ ହନୁ ହାଡ଼ ମାଧ୍ୟମରେ ଅନୁଭବ କରିପାରେ।

ଆହୁରି ପଢନ୍ତୁ :Manipur Murder Case: ମଣିପୁରୀ ସଙ୍ଗୀତଜ୍ଞଙ୍କୁ ହତ୍ୟା ମାମଲାରେ ରାହୁଲ ଗାନ୍ଧୀଙ୍କ ସମାଲୋଚନା ପରେ ବିଜେପି ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟ ଉଠାଇଲା

ପଦ୍ମତୋଳା ସ୍ୱର ନୁହେଁ, ଗତିବିଧି ଦେଖି ନାଚେ ସାପ
ଯେତେବେଳେ ଜଣେ ସାପୁଆ ପଦ୍ମତୋଳା ବଜାଏ, ସାପଟି ସେହି ଶବ୍ଦ ଶୁଣି ନାଚେ ନାହିଁ। ବରଂ ସାପଟି ପଦ୍ମତୋଳାକୁ ଦେଖି ଏକ ବିପଦ ବୋଲି ଭାବି ଆତ୍ମରକ୍ଷା ପାଇଁ ଫଣା ଟେକି ଠିଆହୁଏ। ସାପୁଆ କେଳା ପଦ୍ମତୋଳାକୁ ଡାହାଣରୁ ବାମକୁ ହଲାଉଥିବାରୁ, ସାପଟି ମଧ୍ୟ ସେହି ଗତିକୁ ଲକ୍ଷ୍ୟ କରି ନିଜର ମୁଣ୍ଡ ଓ ଫଣାକୁ ସେହି ଦିଗରେ ହଲାଏ | ସାପୁଆ କେଳା ପଦ୍ମତୋଳା ବଜାଇବା ସହ ନିଜ ପାଦରେ ଭୂମିକୁ ଥାପୁଡ଼ାଏ, ଯାହାର କମ୍ପନକୁ ସାପଟି ଶରୀରରେ ଅନୁଭବ କରି ସତର୍କ ହୋଇଯାଏ।

ଆହୁରି ପଢନ୍ତୁ :AI technology race: ଚୀନ୍ ଏଆଇ ଫାର୍ମଗୁଡ଼ିକ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ମଡେଲ ଚୋରି କରୁଛନ୍ତି: ଅଭିଯୋଗ ଆଣିଲା ୱାସିଂଟନ

ଏଣୁ ସାପ ପଦ୍ମତୋଳାର ସଙ୍ଗୀତରେ ମୁଗ୍ଧ ହୋଇ ନାଚିବା କେବଳ ଏକ ଅନ୍ଧବିଶ୍ୱାସ ଓ ମନଗଢ଼ା କାହାଣୀ। ପ୍ରକୃତରେ ଏହା ସାପର ଆଖିର ଦୃଷ୍ଟିଶକ୍ତି ଓ ପଦ୍ମତୋଳାର ଗତିବିଧି ଉପରେ ଆଧାରିତ କେବଳ ଏକ ପ୍ରତିକ୍ରିୟାହୋଇଥାଏ। ତେଣୁ ସିନେମାରେ ଦେଖାଯାଉଥିବା ଦୃଶ୍ୟ କେବେ ବାସ୍ତବ ହୋଇନଥାଏ, ବରଂ ଏହାକୁ ଅତିରଂଜିତ କରି ଦର୍ଶକଙ୍କୁ ଦେଖାଯାଇଥାଏ |

Read Entire Article
LEFT SIDEBAR AD

Hidden in mobile, Best for skyscrapers.