Snake Bite: ସାପ କାମୁଡ଼ାରେ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ

3 weeks ago 11
ARTICLE AD BOX

ରାଇଘର (ଦେବେନ୍ଦ୍ର ମିଶ୍ର):ନବରଙ୍ଗପୁରଜିଲ୍ଲାରାଇଘର ମୁଖ୍ୟ ଦପ୍ତରସ୍ଥ ପତ୍ରକୋଟିସାହିର ହେମନ୍ତ ହରିଜନଙ୍କ ତିନି ବର୍ଷର ପୁଅ ହୋନକ ହରିଜନକୁ ଆଜି ସନ୍ଧ୍ୟା ୬ଟା ସମୟରେ ଏକ ବିଷଧର ସାପ କାମୁଡ଼ି ଦେବା ଫଳରେ ତାର ମୃତ୍ୟୁ ଘଟିଛି।

ଆଜି ସନ୍ଧ୍ୟା ପ୍ରାୟ ୬ ଟା ସମୟରେ ହୋନକ ଘର ଭିତରେ ଖେଳୁଥିବା ବେଳେ ଏକ ବିଷଧର ସାପ ତାର ପାଦକୁ କାମୁଡ଼ି ଦେଇଥିଲା l ସାପଟି ପୂର୍ବରୁ ସୁବିଧା ଦେଖି ଘରେ ପଶି ରହିଥିଲା। ସନ୍ଧ୍ୟା ସମୟରେ ହୋନକର ପାଦ ସାପ ଉପରେ ପଡ଼ିଯିବାରୁ ସାପଟି ବୁଲିପଡ଼ି ଚୋଟ ମାରିଥିଲା । ହୋନକ ସାପ ଚୋଟ ଖାଇ ଚିତ୍କାର କରିବା ଫଳରେ ପରିବାର ଲୋକେ ତା ନିକଟକୁ ଆସି ଦେଖିବା ବେଳକୁ ସାପଟି ଗୋଟାଏ କଣରେ ରହିଛିl ତୁରନ୍ତ ସାପଟିକୁ ଦରମରା କରି ମାରି ଏକ ଡବାରେ ଧରି ହୋନକ ସହିତ ମେଡିକାଲକୁ ନେଇ ଯାଇଥିଲେ। ଚିକିତ୍ସାର ୧୫ ମିନିଟ ମଧ୍ୟରେ ହୋନକର ମୃତ୍ୟୁ ଘଟିଥିଲାl 

Snake Bite: ବିଷାକ୍ତ ସାପ କାମୁଡ଼ାରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ସାପ କାମୁଡ଼ାରେ ହଠାତ ହୋନକର ମୃତ୍ୟୁ ଘଟିବା ବିଷୟ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି l ଏକମାତ୍ର ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଦୁଃଖରେ ଭାଙ୍ଗି ପଡ଼ିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.