Sleeping Competition: ଶୟନ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୧୩ ଲକ୍ଷ ଟଙ୍କା

27 minutes ago 2
ARTICLE AD BOX

ଶୋଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମିଳିବା କଥା ଅବାସ୍ତବ ମନେ ହେଉଥିଲେ ହେଁ ଜାପାନରେ ଏଭଳି ଏକ ପ୍ରତିଯୋଗିତା ହେବାକୁ ଯାଉଛି। ‘କୋଆଲା ଜାପାନ’ ନାମକ ଏକ ଗଦି କମ୍ପାନି ଏହି ପ୍ରତିଯୋଗିତାର ଘୋଷଣା କରିଛି। ଆସନ୍ତା ଅକ୍‌ଟୋବର ୫ ତାରିଖରେ ଟୋକିଓରେ ଏହା ଅନୁଷ୍ଠିତ ହେବ ଏବଂ ବିଜେତାଙ୍କୁ ୨.୨୨ ମିଲିୟନ୍‌ ୟେନ୍‌ ବା ପ୍ରାୟ ୧୩.୭୬ ଲକ୍ଷ ଟଙ୍କା ପୁରସ୍କାର ମିଳିବ। 

AFC Champions League 2: ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌-୨: ଇଷ୍ଟ ବେଙ୍ଗଲକୁ ଐତିହାସିକ ପଏଣ୍ଟ୍‌

ଏହି ପ୍ରତିଯୋଗିତାରେ କେବଳ ଆଖି ବନ୍ଦ କରି ବିଛଣାରେ ପଡ଼ି ରହିଲେ ଚଳିବ ନାହିଁ। ପ୍ରତିଯୋଗୀମାନେ ‘କୋଆଲା’ ଗଦିରେ ଶୋଇ ୯୦ ମିନିଟ୍‌ ମଧ୍ୟରେ ସର୍ବୋତ୍ତମ ନିଦ ହାସଲ କରିବାକୁ ଚେଷ୍ଟା କରିବେ। ଅଂଶଗ୍ରହଣକାରୀମାନଙ୍କୁ ଏକ ସ୍ବତନ୍ତ୍ର ନିଦ୍ରା-ନିରୀକ୍ଷଣ ଉପକରଣ ପିନ୍ଧିବାକୁ ପଡ଼ିବ। ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିଦ୍ରାର ମୂଲ୍ୟାଙ୍କନ କରାଯିବ। ନିଦର ଗଭୀରତା, ଗୁଣବତ୍ତା, ଶୋଇବାକୁ କେତେ ସମୟ ଲାଗୁଛି ଓ ନିଦର ସ୍ଥିରତା ଭଳି ବିଭିନ୍ନ ଦିଗକୁ ବିଚାର କରାଯାଇ ଚୂଡ଼ାନ୍ତ ମୂଲ୍ୟାଙ୍କନ ହେବ।

WSC: ଦକ୍ଷତା ବିକାଶର ମଡେଲ ଭାବେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’କୁ ନୀତି ଆୟୋଗର ପ୍ରଶଂସା

ପ୍ରତିଯୋଗୀମାନେ ଶୋଇଥିବା ସମୟରେ ସେମାନଙ୍କୁ ବିଚଳିତ କରିବା ପାଇଁ ବିଭ୍ରାଟ ସୃଷ୍ଟି କରାଯିବ। ପ୍ରତିଯୋଗୀମାନେ ଯେପରି କୌଣସି ଅନୁଚିତ ଉପାୟ ଅବଲମ୍ବନ ନ କରନ୍ତି, ସେଥିପାଇଁ କିଛି କଡ଼ା ନିୟମ ମଧ୍ୟ ରହିଛି। ପ୍ରତିଯୋଗିତା ପୂର୍ବରୁ ସାରା ରାତି ଜାଗ୍ରତ ରହିବା, ନିଦ୍ରା ବଟିକା ବା ଔଷଧ ବ୍ୟବହାର କରିବା ସମ୍ପୂର୍ଣ୍ଣ ନିଷେଧ। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ ଭଲ ନିଦ ହେବା ଏକ ବଡ଼ ଆହ୍ବାନ ହୋଇପଡ଼ିଛି। ମାନବ ଜୀବନରେ ନିଦ ଓ ଏହାର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ‘କୋଆଲା ଜାପାନ’ ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.