SIR: ଏସଆଇଆର ଜନଶୁଣାଣିରେ ଅବ୍ୟବସ୍ଥା ନେଇ ତୀବ୍ର ଉତ୍ତେଜନା

2 weeks ago 10
ARTICLE AD BOX

କାଲିମେଳା: ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାର ଆଜି ଥିଲା ପ୍ରଥମ ଜନଶୁଣାଣି | ଏହି ଜନଶୁଣାଣିରେ ଯୋଗ ଦେଇ ନିଜର ସଠିକ ଦସ୍ତାବିଜ ଦାଖଲ ପାଇଁ ପୂର୍ବରୁ ଆଜି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା | ଏଥି ପାଇଁ ଆଜି ଗୋଟିଏ ଦିନରେ କାଲିମେଳା ବ୍ଲକର ୨୩ ଗୋଟି ପଞ୍ଚାୟତରୁ ୨୦୦୦ ଲୋକଙ୍କୁ ନୋଟିସ ପଠାଯାଇଥିଲା | ଫଳରେ ଆଜି ସକାଳୁ ସକାଳୁ କାଲିମେଳା ବ୍ଲକ ସମ୍ମୁଖରେ ହଜାର ହଜାର ଲୋକଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା | ହେଲେ ଏତେ ଲୋକଙ୍କ ପାଇଁ ଆବଶ୍ୟକ କର୍ମଚାରୀ ନ ଥିଲେ | ହାତ ଗଣତି କିଛି କର୍ମଚାରୀ ଜନଶୁଣାଣି କାମରେ ନିୟୋଜିତ ଥିଲେ ମଧ୍ୟ ଏହା ପର୍ଯ୍ୟପ୍ତ ନ ଥିବାରୁ ଜନ ଶୁଣାଣିରେ ବିଳମ୍ବ ହୋଇଥିଲା | ବ୍ଲକ ସମିଳନୀ କକ୍ଷରେ ଏହି ଜନ ଶୁଣାଣି ଚାଲିଥିଲେ ମଧ୍ୟ ଘର ଭିତରେ ଯେତିକି ଲୋକ ଘର ବାହାରେ ତା ଠାରୁ ଅଧିକା ଲୋକ ଜମା ହୋଇଥିବାର ଦେଖିବାକୁ ମିଳିଥିଲା |

ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାରେ ନାଁ ବାଦ ପଡିବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଥିଲା | ଏହି ପ୍ରକ୍ରିୟାରେ କାହାର ସ୍ୱାମୀ ନାମ ବାଦ ପଡି ଥିବାବେଳେ କାହାର ସ୍ତ୍ରୀ ନାମ କଟି ଯାଇଥିବାର ଅଭିଯୋଗ ହୋଇଛି | ଏମଭି ୭୯ ଅଞ୍ଚଳର ଆମଲ ମଣ୍ଡଳଙ୍କ ନାମ ଥିବାବେଳେ ତାଙ୍କ ଅସୁସ୍ଥ ମାଆ ମିଳନ ମଣ୍ଡଳଙ୍କ ନାମ ବାଦ ପଡିଥିବାରୁ ତାଙ୍କୁ ନୋଟିସ ହୋଇଛି | ତେବେ ସେ ଆଜି ସକାଳୁ ନିଜ ମାଆଙ୍କୁ ଧରି କାଲିମେଳା ଆସିଥିଲେ ମଧ୍ୟ ତାଙ୍କର ପାଳି ନ ପଡିବାରୁ ନିରାଶ ହୋଇ ଘରକୁ ଫେରି ଯାଇଥିବାର କହିଛନ୍ତି |

ଆହୁରି ପଢନ୍ତୁ: Sonam Wangchuk: ୱାଙ୍ଗଚୁକ୍‌ଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଆବେଦନ ହାଇକୋର୍ଟରେ ଖାରଜ

ତେବେ ବ୍ଲକ ପ୍ରଶାସନ ପକ୍ଷରୁ ପିଇବା ପାଣି କିମ୍ବା ବିଶ୍ରାମ ପାଇଁ କୌଣସି ବ୍ୟବସ୍ଥା କରା ଯାଇ ନ ଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା | ଏସଆଇଆର ପ୍ରକ୍ରିୟାରୁ କାଲିମେଳା ବ୍ଲକରୁ ପ୍ରାୟ ୨୦ ହଜାର ଭୋଟରଙ୍କ ନାମ ବାଦ ପଡ଼ିଥିବାବେଳେ ଆଜି ପ୍ରଥମ ଦିନରେ ଏକା ଥରକେ ୨୦୦୦ ଲୋକଙ୍କୁ ଜନଶୁଣାଣି ପାଇଁ ନୋଟିସ କରିବାରୁ ଏପରି ଅବ୍ୟବସ୍ଥା ଦେଖିବାକୁ ମିକିଥିଲା | ତେବେ ଏ ସମ୍ପର୍କରେ କାଲିମେଳା ବିଡ଼ିଓ ପ୍ରଦୀପ କୁମାର କରଙ୍କୁ ପଚାରିବାରୁ ଆଗକୁ ଯେପରି ଏ ଅସୁବିଧା ନ ହେବ ତା ଉପରେ ଧ୍ୟାନ ଦିଆ ଯିବ ବୋଲି କହିଥିଲେ |

Read Entire Article
LEFT SIDEBAR AD

Hidden in mobile, Best for skyscrapers.