ARTICLE AD BOX
ଘୁ.ଉଦୟଗିରି: ଘୁମୁସର ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି) ରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ନେଇଆପତ୍ତି ଅଭିଯୋଗ ଶୁଣାଣି ଜାରି ରହିଛି।
SIR: ଆହୁରି ୧୨ଲକ୍ଷ ଭୋଟର କଟିବେ: ୪୬ଲକ୍ଷଙ୍କ ତଥ୍ୟ ମେଳ ଖାଉନି, ୫୮.୩୬ଲକ୍ଷ ଭୋଟରଙ୍କୁ ନୋଟିସ୍
ମଙ୍ଗଳବାର ଏନ୍ଏସି କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ମ୍ୟାପିଂ ହୋଇଥିବା ବୁଥ୍ ନଂ ୭୫ ରୁ ୮୭ ପର୍ଯ୍ୟନ୍ତ ମୋଟ ୩୩୬ ଜଣ ଭୋଟର ମାନଙ୍କର ଶୁଣାଣି ସଫଳତାର ସହ ଅନୁଷ୍ଠିତ ହୋଇଛି। ଅଞ୍ଚଳର ଯୋଗ୍ୟ ନାଗରିକମାନେ ଯେପରି ଭୋଟର ତାଲିକାରୁ ବାଦ ପଡ଼ିବେ ନାହିଁ ସେଥିପାଇଁ ବିଏଲ୍ଓମାନଙ୍କୁ ଏଇଆରଓ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ।
SIR: ଏସ୍ଆଇଆର୍: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ
ଏହି ଶୁଣାଣି କାର୍ଯ୍ୟକ୍ରମରେ ଏଇଆର୍ଓ ତଥା ନିର୍ବାହୀ ଅଧିକାରୀ ଅଶୁତୋଷ ଗୌରବ କର, ଜି. ଉଦୟଗିରି ଏନ୍ଏସି, ବ୍ଲକ୍ ବିଏଲ୍ଓ ସୁପରଭାଇଜର ଶାନ୍ତନୁ କୁମାର ପ୍ରଧାନ, ସୌମ୍ୟ ରଞ୍ଜନ ପାତ୍ର (ଜୁନିଅର ଆସିଷ୍ଟାଣ୍ଟ) ଏବଂ ସମ୍ପୃକ୍ତ ବିଏଲ୍ଓମାନେ ଉପସ୍ଥିତ ରହି ଶୁଣାଣି ପ୍ରକ୍ରିୟାକୁ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ।

1 week ago
7


