ARTICLE AD BOX
ନୂଆଦିଲ୍ଲୀ : ବରିଷ୍ଠ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଆଜି ୮୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦକ୍ଷିଣ ଭାରତର ବୁଲବୁଲ୍ ଭାବେ ଜଣାଶୁଣା। ସେ ମଧ୍ୟ ଜାନକୀ ଆମ୍ମା ଭାବେ ଜଣାଶୁଣା। ସେ ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୩୩ଟି ପୃଥକ୍ ରାଜ୍ୟ ଫିଲ୍ମ ପୁରସ୍କାର ପାଇଛନ୍ତି। ନାତୁଣୀ ଅପ୍ସରା ବିଦ୍ୟୁଲା ଏକ ସୋସିଆଲ ମିଡିଆ ପୋଷ୍ଟ୍ ଦ୍ବାରା ଜାନକୀଙ୍କ ମୃତ୍ୟୁହୋଇଥିବା ସ୍ପଷ୍ଟ କରିଛନ୍ତି।
ଆହୁରି ପଢନ୍ତୁ:Accident: ଯୁବକଙ୍କର ମୃତ୍ୟୁ; କାରଖାନାରେ ଉତ୍ତ୍ୟକ୍ତ ଲୋକଙ୍କ ବ୍ୟାପକ ଭଙ୍ଗାରୁଜା
ମହୀଶୁରରେ ତାଙ୍କର ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ ଏସ୍ ଜାନକୀ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣ ଗ୍ରହଣ କରିନଥିଲେ। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପାଇଁ ତାଙ୍କ ନାଁକୁ ବିଚାରକୁ ନିଆଯିବ ବୋଲି ତାଙ୍କର ଆଶା ଥିଲା। ତେବେ ଏହି ସ୍ବର୍ଗତ ଗାୟିକା ୪ଟି ଜାତୀୟ ଚଳଚିତ୍ର ପୁରସ୍କାର ଏବଂ ୩୩ଟି ପୃଥକ୍ ରାଜ୍ୟ ଫିଲ୍ମ ପୁରସ୍କାର ପାଇଛନ୍ତି।

3 weeks ago
13


