Singapore: ସିଙ୍ଗାପୁର ବିଶ୍ବର ସବୁଠୁ ବ୍ୟୟବହୁଳ ସହର, ୨୨ତମ ସ୍ଥାନରେ ମୁମ୍ବାଇ

3 weeks ago 13
ARTICLE AD BOX

ନୂଆଦିଲ୍ଲୀ: ଧନୀମାନଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ସିଙ୍ଗାପୁର ବିଶ୍ବର ସବୁଠୁ ବ୍ୟୟବହୁଳ ସହର। ଲଗାତାର ଚତୁର୍ଥ ବର୍ଷ ପାଇଁ ସିଙ୍ଗାପୁର ଶୀର୍ଷ ସ୍ଥାନ ବଜାୟ ରଖିଛି। ଆବାସିକ ସମ୍ପତ୍ତି ଏବଂ କାର୍‌ ଦାମ୍‌ ବୃଦ୍ଧି କାରଣରୁ ସିଙ୍ଗାପୁର ଏହି ସ୍ଥାନରେ ରହିଛି। ବ୍ୟୟବହୁଳ ସହର ତାଲିକାର ଦ୍ବିତୀୟ ସ୍ଥାନରେ ଗତବର୍ଷ ଲଣ୍ଡନ ଥିବାବେଳେ ଏଥର ଜୁରିକ୍‌ ସେହି ସ୍ଥାନ ଦଖଲ କରିଛି। ମୋନାକୋ ପ୍ରଥମ ଥର ପାଇଁ ରିପୋର୍ଟରେ ବିଶ୍ବର ତୃତୀୟ ବ୍ୟୟବହୁଳ ସହରର ସ୍ଥାନ ନେଇଛି ବୋଲି ସ୍ବିଜରଲାଣ୍ଡର ସମ୍ପତ୍ତି ପରିଚାଳନା ସଂସ୍ଥା ଜୁଲିୟସ ବେୟର ଗ୍ରୁପ୍‌ ଲିମିଟେଡ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ୱେଲଥ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ରିପୋର୍ଟ ୨୦୨୬ରେ କୁହାଯାଇଛି।

ଆହୁରି ପଢନ୍ତୁ: Bilateral Talks: ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ଚଳିତବର୍ଷ ବିଶ୍ବର ବ୍ୟୟବହୁଳ ସହର ତାଲିକାରେ ଚତୁର୍ଥରୁ ଦଶମ ସ୍ଥାନରେ ଯେଉଁ ସହରଗୁଡ଼ିକ ରହିଛନ୍ତି ସେଗୁଡ଼ିକ ଯଥାକ୍ରମେ ହେଲେ ହଂକଂ, ଲଣ୍ଡନ, ସାଂଘାଇ, ପ୍ୟାରିସ୍‌, ସିଡ୍‌ନି, ମିଲନ୍ ଓ ବ୍ୟାଙ୍କକ୍‌। ଆବାସିକ ସମ୍ପତ୍ତି, କାର୍‌, ବିଜନେସ୍‌ ଶ୍ରେଣୀ ବିମାନ ଯାତ୍ରା, ସ୍କୁଲ ଫି ଏବଂ ଭୋଜନ ଭଳି ୨୦ଟି ସାମଗ୍ରୀ ଓ ସେବାର ମୂଲ୍ୟକୁ ନେଇ ଜୁଲିୟସ ବେୟର୍ସ ଲାଇଫ୍‌ଷ୍ଟାଇଲ୍‌ ଇଣ୍ଡେକ୍ସ ପ୍ରକାଶ କରାଯାଇଛି। ବିଶ୍ବର ୨୫ଟି ସହରକୁ ଏହି ତାଲିକାରେ ରଖାଯାଇଛି। ତାଲିକାରେ ଭାରତର ଏକମାତ୍ର ସହର ଭାବେ ମୁମ୍ବାଇ ଏଥର ୨୨ତମ ସ୍ଥାନରେ ରହିଛି। ଗତବର୍ଷ ମୁମ୍ବାଇ ବିଂଶ ସ୍ଥାନରେ ରହିଥିଲା।

ଆହୁରି ପଢନ୍ତୁ: BCCI: ବିସିସିଆଇର ବିଭାଜିତ ପ୍ରଶିକ୍ଷଣ ଦାୟିତ୍ବ: ଜିମ୍ବାୱେ ଗସ୍ତ, ଏସୀୟ କ୍ରୀଡ଼ାରେ ଲକ୍ଷ୍ମଣ ପ୍ରଶିକ୍ଷକ

୩୬୦ ଜଣ ବଡ଼ ଧନୀ ବ୍ୟକ୍ତି, ଯେଉଁମାନଙ୍କର ନିବେଶଯୋଗ୍ୟ ପାରିବାରିକ ସମ୍ପତ୍ତି ଅତିକମ୍‌ରେ ୧ ନିୟୁତ ଡଲାରରୁ ଅଧିକ, ସେମାନଙ୍କୁ ନେଇ ସଂସ୍ଥା ପକ୍ଷରୁ ଚଳିତବର୍ଷ ଫେବ୍ରୁଆରିରୁ ମାର୍ଚ୍ଚ ମଧ୍ୟରେ ସର୍ଭେ କରାଯାଇଥିଲା। ସେଥିରୁ ଏହି ନିର୍ଯାସ ବାହାରିଛି। ୨୦୨୬ରେ ଉନ୍ନତ ଜୀବନଶୈଳୀ ବଜାୟ ରଖିବା ପାଇଁ ଧନୀମାନଙ୍କୁ ଆମେରିକୀୟ ଡଲାର ମୂଲ୍ୟରେ ହାରାହାରି ୧୦.୨ ପ୍ରତିଶତ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ବ୍ୟୟବହୁଳ ସହରଗୁଡ଼ିକର ରୢାଙ୍କିଂ ଜୁଲିୟସ ବେୟର ଲାଇଫଷ୍ଟାଇଲ ଇଣ୍ଡେକ୍ସ ଅନୁଯାୟୀ କରାଯାଇଛି। ବିଶ୍ବର ବିଭିନ୍ନ ସହରରେ ବସବାସ ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଲୋକ ଓ ପରିବାରଗୁଡ଼ିକର କ୍ରୟଶକ୍ତି ଏବଂ ଆର୍ଥିକ ସ୍ଥିରତା କିଭଳି ପ୍ରଭାବିତ ହେବ ସେ ସମ୍ପର୍କରେ ଉକ୍ତ ରିପୋର୍ଟ ଏକ ଦୃଷ୍ଟିକୋଣ ପ୍ରଦାନ କରିବ ବୋଲି କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.