Silavati: ଶିଳାବତୀ ମୋହରେ ଦୁର୍ଗମ ଅଞ୍ଚଳବାସୀ

2 weeks ago 11
ARTICLE AD BOX

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବେ ଶିଳାବତୀ ଗଞ୍ଜେଇ ଚାଷର ପେଣ୍ଠସ୍ଥଳୀ ପାଲଟିଛି। ଶିଳାବତୀ ଗଞ୍ଜେଇର ଚାହିଦା ବାହାର ରାଜ୍ୟରେ ବେଶ୍‌ ରହିଛି। ଏଣୁ ମାଫିଆ ମାଲକାନଗିରିରେ ପୁଞ୍ଜି ଖଟେଇ ଆଡ଼ା ଜମାଇ ବସି ବିଭିନ୍ନ ଉପାୟରେ ମାସିକ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚୋରାଚାଲାଣ କରିଥାନ୍ତି। ଜିଲ୍ଲାର ପାହାଡ଼ିଆ ଓ ଦୁର୍ଗମ ଇଲାକାରେ ମାଫିଆ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ହାତବାରିସି କରି ଗଞ୍ଜେଇ ଚାଷ କରୁଛନ୍ତି। 

Ganja: ୫୦୩ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି ଜିଲ୍ଲା ମାଓମୁକ୍ତ ହେବା ପରେ ଗଞ୍ଜେଇ ଚାଷ କିଛି ମାତ୍ରାରେ କମିଛି। କିନ୍ତୁ ଚୋରାଚାଲାଣ ଥମୁନି। ପୁଲିସ ଓ ଅବକାରୀ ବିଭାଗର ଘନଘନ ଚଢ଼ଉ ପରେ ନିଜ ଜମି ବଦଳରେ ଚାଷୀ ଜଙ୍ଗଲ କାଟି ଗଞ୍ଜେଇ ଚାଷ କରୁଛନ୍ତି। ଅମଳ ପୂର୍ବରୁ ମାଫିଆ ପହଞ୍ଚି ଚାଷ ବାବଦରେ ଚାଷୀଙ୍କୁ ଅଗ୍ରୀମ ଟଙ୍କା ଦେଉଛନ୍ତି। ରୋଜଗାରର ଅନ୍ୟ କୌଣସି ପନ୍ଥା ନଥିବାରୁ ଦୁର୍ଗମ ଅଞ୍ଚଳବାସୀ ମାଫିଆଙ୍କ ପ୍ରରୋଚନାରେ ପଡ଼ି ଗଞ୍ଜେଇ ଚାଷ କରୁଛନ୍ତି। ଜିଲ୍ଲାର ଚିତ୍ରକୋଣ୍ଡା, କୋରୁକୋଣ୍ଡା, ମାଲକାନଗିରି, ଖଇରପୁଟ ବ୍ଲକ୍‌ରେ ସର୍ବାଧିକ ଶିଳାବତୀ ଗଞ୍ଜେଇ ଚାଷ ହେଉଛି। ଶିଳାବତୀ ଚାଷରୁ ଭଲ ରୋଜଗାର ହେଉଥିବାରୁ ଧାନ ଓ ଶସ୍ୟଜାତୀୟ ଫସଲ ଚାଷ ପ୍ରତି ଅଞ୍ଚଳବାସୀ ଆଗ୍ରହୀ ନୁହନ୍ତି।

Ganja Seized ଟ୍ରଲରରୁ ୨୯୫ କେଜି ଗଞ୍ଜେଇ ଜବତ, ଚାଳକ ଫେରାର

ଖରିଫରେ ଧାନ ଚାଷକୁ ନେଇ ଚାଷୀ ତତ୍ପର ଥିବାବେଳେ ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳର ଚାଷୀ ଗଞ୍ଜେଇ ଚାଷ ପାଇଁ ସଜବାଜ ହେଉଛନ୍ତି। ଶିଳାବତୀ ଚାଷ ପାଇଁ ସ୍ବାଭିମାନ ଅଞ୍ଚଳର ଜଙ୍ଗଲ, ଏପରିକି ପୁରୁଣା ଶାଳ ଜଙ୍ଗଲ କାଟି ପଦା କରିଦେଲେଣି ମାଫିଆ ଓ ଚାଷୀ। ପୁଲିସ ଓ ଅବକାରୀ ବିଭାଗ ପହଞ୍ଚିପାରୁନଥିବା ଦୁର୍ଗମ ଅଞ୍ଚଳକୁ ମାଫିଆ ଚିହ୍ନଟ କରି ଗଞ୍ଜେଇ ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଉଛନ୍ତି। ଗତ ୫ ବର୍ଷରେ ପୁଲିସ ୨ ହଜାର ଏକର ଜମିରେ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଓ ଅବକାରୀ ବିଭାଗ ୩ ହଜାର ଏକରରୁ ଊର୍ଦ୍ଧ୍ବ ଜମିରେ ୩୫ ଲକ୍ଷରୁ ଊର୍ଦ୍ଧ୍ବ ଶିଳାବତୀ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ହେଲେ ଯେତିକି କାଟିଛନ୍ତି ତାହାର ୧୦ ଗୁଣା ଗଞ୍ଜେଇ ଦୁର୍ଗମ ଓ ନକ୍ସଲପ୍ରବଣ ଅଞ୍ଚଳରେ ଲାଗିଛି। ଗଞ୍ଜେଇ ଚାଷ ରୋକିବାକୁ ସରକାର ଲକ୍ଷାଧିକ ଟଙ୍କା ପ୍ରୋତ୍ସାହନ ବ୍ୟବସ୍ଥା କରି ଚାଷୀଙ୍କୁ ଜାଫ୍ରା, ହଳଦୀ, ଲେମନ ଗ୍ରାସ୍‌ ଭଳି ଚାଷ କରିବାକୁ କହୁଛନ୍ତି। କିନ୍ତୁ ଚାଷୀଙ୍କୁ ଏହା ପ୍ରଭାବିତ କରିପାରୁନି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.