ARTICLE AD BOX
ଗ୍ୟାଙ୍ଗଟକ୍: ସିକିମର ନାମଚି ଜିଲ୍ଲାରେ ସୋମବାର ଭୂସ୍ଖଳନ ଯୋଗୁ ଏକ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୫ ଜଣ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି। ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୁଡ଼ଙ୍ଗ ଭିତରେ ବିଷାକ୍ତ ଗ୍ୟାସ ଲିକ୍ ହେବାର ସନ୍ଦେହ ଥିବାରୁ ତଲାସି ଓ ଉଦ୍ଧାର ଅଭିଯାନ ଆହୁରି ଜଟିଳ ହୋଇପଡ଼ିଛି। ଏହି ଘଟଣା ସମରଦୁଙ୍ଗ ନିକଟରେ ନିର୍ମାଣାଧୀନ ତିସ୍ତା ଷ୍ଟେଜ୍-୬ ଜଳବିଦ୍ୟୁତ୍ ପ୍ରକଳ୍ପର ୭ କିଲୋମିଟର ଲମ୍ବା ସୁଡ଼ଙ୍ଗ ଭିତରେ ଘଟିଥିଲା।
ସେହି ସମୟରେ, ନିୟମିତ ଯାଞ୍ଚ ପାଇଁ ନ୍ୟାସନାଲ ହାଇଡ୍ରୋଇଲେକଟ୍ରିକ୍ ପାୱାର କର୍ପୋରେସନ୍ (ଏନ୍ଏଚ୍ପିସି) ଏବଂ ପ୍ରୋଜେକ୍ଟ ଡେଭ୍ଲପର୍ ପଟେଲ୍ ଇଞ୍ଜିନିୟରିଂର ବରିଷ୍ଠ ଅଧିକାରୀଙ୍କ ସମେତ ୨୫ରୁ ୩୮ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ ୧୬ ଜଣଙ୍କୁ ଇମର୍ଜେନ୍ସି ଟିମ୍ ଉଦ୍ଧାର କରିଥିବାବେଳେ ଅନ୍ୟ ୧୫ ଜଣ ଫସି ରହିଛନ୍ତି। ନାମଚି ଜିଲ୍ଲା ଏସ୍ପି ସୋନମ ଡୋଲମା ଭୁତିଆ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି।
କର୍କଟ ପୀଡ଼ିତ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଯୁବକଙ୍କୁ ବିବାହ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା
ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସିକିମ ପୁଲିସ, ଅଗ୍ନି ନିର୍ବାପକ ଦଳ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି। ସିକିମ ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ତମାଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉଦ୍ଧାର ଅପରେସନ୍ ସଂକ୍ରାନ୍ତରେ ଅବଗତ କରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାରେ ଏତେ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଁ ଗଭୀର ଭାବେ ମର୍ମାହତ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା। ଉଦ୍ଧାର ଅପରେସନ୍କୁ ମୁଖ୍ୟମନ୍ତ୍ରୀ ଅତି ଭଲଭାବେ ଯାଞ୍ଚ କରୁଥିବା ସେ କହିଛନ୍ତି।

1 week ago
7


