ARTICLE AD BOX
ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଯୋଗଜନ୍ମା ରାଷ୍ଟ୍ରନୀତିଜ୍ଞ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରି ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଦିଗରେ ଶ୍ୟାମାପ୍ରସାଦ ମୁଖାର୍ଜୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି କହିଥିଲେ। ତାଙ୍କ ମୂଲ୍ୟବୋଧ ରାଜନୀତି ସମସ୍ତ ରାଜନେତାମାନଙ୍କୁ ପ୍ରେରିତ କରିଛି।
ତାଙ୍କ ଆଦର୍ଶରେ ଦେଶର ଲକ୍ଷ ଲକ୍ଷ ଲୋକ ଅନୁପ୍ରାଣିତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ। ସାହିତ୍ୟିକ ତଥା ସମାଜସେବୀ ମୁକୁଲ କାନିତ୍କର ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଲେ ଯେ, ଡ. ମୁଖାର୍ଜୀଙ୍କ ଚିନ୍ତା ଓ ଚେତନା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଜଣେ ଯୁଗସ୍ରଷ୍ଟା ଓ ସ୍ୱପ୍ନଦ୍ରଷ୍ଟା ଭାବେ ତାଙ୍କ ଅଖଣ୍ଡ ଓ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ଏଥିସହ ଶ୍ରୀ କାନିତ୍କର ଡ. ମୁଖାର୍ଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ବିଧାୟକ ବାବୁ ସିଂହ, ସାହିତ୍ୟିକ ସୁଦର୍ଶନ ନାୟକ, ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ। ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Celebrate failure: ବିଫଳତାକୁ ଉତ୍ସବ ଭାବେ ପାଳିଲେ ସଫଳତା ତୁମ ପଛରେ ଦୌଡ଼ିବ: ଅଶୋକ ବାସା

2 months ago
16


