Shyama Prasad Mukherjee: ମହିଳା ମୋର୍ଚ୍ଚା ପକ୍ଷରୁ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ: ‘ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ’

4 weeks ago 12
ARTICLE AD BOX

ଭୁବନେଶ୍ୱର: ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ପ୍ରତିଟି ଭାରତବାସୀଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍‌ଥାନ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଜଣେ ସମର୍ପିତ ରାଷ୍ଟ୍ରନେତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଥିଲେ। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୬ତମ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଛାତ୍ରୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହିଛନ୍ତି।

Neglect: ପକ୍କା ରାସ୍ତା ନାହିଁ; କାଦୁଅ ରାସ୍ତା ପାଲଟିଛି ଯାତାୟାତର ମାଧ୍ୟମ

ସୋଆ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ, ମାତ୍ର ୩୩ ବର୍ଷ ବୟସରେ ସ୍ବର୍ଗତ ମୁଖାର୍ଜୀ କଲିକତା ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ କୁଳପତି ଭାବେ ଦାୟିତ୍ୱ ନେଇ ଶିକ୍ଷାକ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲେ। ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱାଧୀନ ଭାରତର ପ୍ରଥମ ଅନ୍ତରୀଣ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ, ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସେ ଦେଶର ଭବିଷ୍ୟତ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ‘ଏକ୍ ଦେଶ୍ ମେ ଦୋ ପ୍ରଧାନ୍‌‌, ଦୋ ବିଧାନ୍ ଔର ଦୋ ନିଶାନ୍ ନହିଁ ଚଲେଗା’ ମନ୍ତବ୍ୟ ଦେଇ କାଶ୍ମୀରର ପରମିଟ ବ୍ୟବସ୍ଥା  ବିରୋଧରେ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।

ମହିଳା ସଶକ୍ତୀକରଣରେ ନୂଆ ଯୁଗ ଆରମ୍ଭ ହୋଇଛି

କାଶ୍ମୀର ପ୍ରବେଶ ସମୟରେ ତାଙ୍କୁ ପୁଲିସ ଗିରଫ କରିଥିଲା। ୧୯୫୩ ମସିହା ଜୁନ୍‌ ୨୩ ତାରିଖରେ ତାଙ୍କର ସନ୍ଦେହଜନକଭାବେ ଦେହାନ୍ତ ହୋଇଥିଲା। ଏହା ଭିତରେ ଅନେକ ବର୍ଷ ବିତିଯାଇଛି, କିନ୍ତୁ ଶ୍ୟାମାପ୍ରସାଦଙ୍କ ବଳିଦାନ ଦେଶ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ତାଙ୍କ ଦ୍ବାରା ଗଠିତ ‘ଭାରତୀୟ ଜନସଂଘ’ ପରବର୍ତୀ ସମୟରେ ‘ଭାରତୀୟ ଜନତା ପାର୍ଟି’ ନାମରେ ବିଶ୍ୱର ୧ ନମ୍ୱର ରାଜନୈତିକ ଦଳ ଭାବେ ଉଭା ହୋଇଛି। ଶ୍ୟାମାପ୍ରସାଦଙ୍କର ସେହି ଅଧୁରା ସ୍ୱପ୍ନକୁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନର ଧାରା ୩୭୦ ଓ ୩୫(କ) ଉଚ୍ଛେଦ କରି ପୂରଣ କରିଛନ୍ତି। ତେଣୁ ଏହା ହିଁ ଶ୍ୟାମାପ୍ରସାଦଙ୍କ ପ୍ରତି ଦେଶର ସର୍ବଶ୍ରେଷ୍ଠ ଓ ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଛନ୍ତି ।

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ସେହିଭଳି ମହିଳା ସଶକ୍ତୀକରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ବିକାଶରେ ମହିଳାମାନଙ୍କ ଯୋଗଦାନ ବଢ଼ିଛି। ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଆମର ମା’ମାନେ ଦକ୍ଷ ହୋଇ ଦେଶର ଅଭିବୃଦ୍ଧିରେ ନିଜର ଯୋଗଦାନ ରଖୁଛନ୍ତି। ସୁଭଦ୍ରା ଯୋଜନାରେ ୧ କୋଟି ମହିଳା ସଶକ୍ତ ହେବା ସହିତ ୨୪ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇଛନ୍ତି।  ମା’ମାନଙ୍କ ଦକ୍ଷତାର ପୂରା ଉପଯୋଗ କରି ସେମାନଙ୍କୁ ଅଣୁ ଓ କ୍ଷୁଦ୍ର ବ୍ୟବସାୟରେ ଅଗ୍ରଣୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଆଦି ଅନେକ ଯୋଜନା କରାଯାଇଛି। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରୀମାନଙ୍କୁ ଶ୍ୟାମାପ୍ରସାଦଙ୍କ ଉତ୍ସର୍ଗୀକୃତ ଜୀବନୀକୁ ଆଦର୍ଶ ଭାବେ ଗ୍ରହଣ କରିବାକୁ କହିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମଧୁମିତା ଦାସ ଶ୍ୟାମାପ୍ରସାଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବସମାଜକୁ ଆହ୍ବାନ ଦେଇଥିଲେ। ଫିକି ଫ୍ଲୋ’ ଭୁବନେଶ୍ବରର ଅଧ୍ୟକ୍ଷା ବିୟୋତ୍‌ପ୍ରଜ୍ଞା ତ୍ରିପାଠୀ ଛାତ୍ରୀମାନଙ୍କୁ ଶିକ୍ଷା ମାଧ୍ୟମରେ ନିଜକୁ ସ୍ବାଧୀନ ଭାବେ ବଞ୍ଚିବା ପାଇଁ କହିଥିଲେ। ରାଜ୍ୟ ସଂପାଦିକା ସ୍ମୃତି ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ ଏହାକୁ ସଞ୍ଚାଳନ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.