ARTICLE AD BOX
କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ୯ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଯାଉଛି। ଅଗଷ୍ଟ ୧୫ଠାରୁ ଆରମ୍ଭ ହେବାକୁ ଥିବା ଏହି ଶୃଙ୍ଖଳାରେ ଶୁବମନ ଗିଲ୍ଙ୍କ ଯୁବ ବାହିନୀ ପାଖରେ ବିରାଟ କୋହଲିଙ୍କ ଦଳ ୨୦୧୭ରେ ହାସଲ କରିଥିବା ମୂଳପୋଛ ବିଜୟର ସୁଯୋଗ ରହିବ। ସେହିବର୍ଷ ଭାରତୀୟ ଦଳ ଶ୍ରୀଲଙ୍କାରେ ଖେଳିଥିବା ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିଲା। କେବଳ ଗତ ଶୃଙ୍ଖଳା ନୁହେଁ ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ପାରମ୍ପରିକ ଭାବେ ଆଧିପତ୍ୟ ବିସ୍ତାର କରି ଆସିଛି। ଏହି ଦ୍ୱୀପ ରାଷ୍ଟ୍ର ଏବେ ଏମିତି ଏକ ମଇଦାନରେ ପରିଣତ ହୋଇଛି, ଯେଉଁଠାରେ ଭାରତ ବାରମ୍ବାର ନିଜର ଶ୍ରେଷ୍ଠତ୍ୱର ପ୍ରମାଣ ଦେଇ ଆସୁଛି। ୨୦୦୮ରେ ତିନି ଟେଷ୍ଟ ବିଶିଷ୍ଟ ସିରିଜ୍କୁ ୨-୧ରେ ହାରିବା ପରଠାରୁ ଭାରତ ଶ୍ରୀଲଙ୍କାରେ ଆଉ କୌଣସି ଟେଷ୍ଟ ଶୃଙ୍ଖଳା ହାରିନାହିଁ। ଏହା ଶ୍ରୀଲଙ୍କା ମାଟିରେ ପ୍ରାୟ ଦୁଇ ଦଶନ୍ଧି ଧରି ଭାରତର ଜାରି ରହିଥିବା ଦବଦବା ଓ ସଫଳତାର କାହାଣୀକୁ ଦର୍ଶାଉଛି। ଆଗାମୀ ଶୃଙ୍ଖଳା କିନ୍ତୁ ଭାରତ ପାଇଁ ଏକ ଭିନ୍ନ ଆହ୍ବାନ ନେଇ ଆସିବ। ଗିଲ୍ଙ୍କ ଦଳରେ ଏବେ ରୋହିତ, କୋହଲି, ସେହବାଗ କିମ୍ବା ରାହାଣେଙ୍କ ଭଳି ଅଭିଜ୍ଞ ଓ ଦିଗ୍ଗଜ ଖେଳାଳି ନାହାନ୍ତି।
Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର
ଏହାସହ ଆହତ ସମସ୍ୟା ଯୋଗୁଁ ଦଳରେ ଏକାଧିକ ପରିବର୍ତ୍ତନ ହୋଇଛି। ଯଶପ୍ରୀତ୍ ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁଁ ଭାରତୀୟ ବୋଲିଂ ବାହିନୀ ଅପେକ୍ଷାକୃତ ଦୁର୍ବଳ ହୋଇଛି। ତଥାପି ଇତିହାସ ଭାରତକୁ ଅନେକ ଆଶା ଦେଉଛି। କାରଣ ୨୦୦୮ ପରଠାରୁ ଶ୍ରୀଲଙ୍କା ମାଟିରେ ଭାରତ କୌଣସି ଦ୍ୱିପାକ୍ଷିକ ଟେଷ୍ଟ୍ ସିରିଜ୍ ହାରିନାହିଁ। ଏହାସହ ଶ୍ରୀଲଙ୍କାରେ ଭାରତ ଲଗାତାର ୫ଟି ଟେଷ୍ଟ୍ ମ୍ୟାଚ୍ ଜିତିବାର ଧାରା ସହ ଏହି ସିରିଜ୍ ଖେଳିବାକୁ ଯାଇଛି। ଶ୍ରୀଲଙ୍କାର ପରିବେଶ ଓ ପରିସ୍ଥିତି ଏଥର ମଧ୍ୟ ସ୍ପିନର୍ଙ୍କୁ ସୁହାଇବ। ଗଲ୍ ପଡ଼ିଆ ଭାରତୀୟ ବ୍ୟାଟର୍ଙ୍କ ବୈଷୟିକ ଦକ୍ଷତାର କଠିନ ପରୀକ୍ଷା ନେବ। ଘରୋଇ ମାଟିରେ ଶ୍ରୀଲଙ୍କା ମଧ୍ୟ ଏକ ଶକ୍ତିଶାଳୀ ପ୍ରତିପକ୍ଷ ହୋଇ ରହିବ। ଭାରତ ପାଇଁ ଏହା କେବଳ ଏକ ଶୃଙ୍ଖଳା ହେବନି, ବରଂ ଆଧୁନିକ ଟେଷ୍ଟ୍ କ୍ରିକେଟ୍ରେ ଭାରତର ସବୁଠାରୁ ପ୍ରଭାବଶାଳୀ ବିଦେଶୀ ରେକର୍ଡଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ନେଇ ଆସିବ।
ଶନିବାର ପହଞ୍ଚିବେ ସୁଦର୍ଶନ
ଭାରତୀୟ ବ୍ୟାଟର ସାଇ ସୁଦର୍ଶନ ଆସନ୍ତା ଶନିବାର କଲମ୍ବୋରେ ପହଞ୍ଚି ଦଳ ସହ ଯୋଗ ଦେବେ। ଏଣୁ ସେ ଶୁକ୍ରବାରଠାରୁ କଲମ୍ବୋରେ ସ୍ଥାନୀୟ ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ହେବାକୁ ଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍ରୁ ବଞ୍ଚିତ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ତେବେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍ନେସ୍ ହାସଲ କରିବେ ବୋଲି ଆଶା କରାଯାଉଛି। ସଂପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଦଳ ସହ ଯାତ୍ରା କରି ନଥିଲେ ସୁଦର୍ଶନ।
ଭାରତୀୟ ଦଳରେ ୪ ନେଟ୍ ବୋଲର
Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ
ଶ୍ରୀଲଙ୍କା ଶୃଙ୍ଖଳା ଲାଗି ଭାରତୀୟ ଦଳରେ ୪ ଜଣ ନେଟ୍ ବୋଲର ହର୍ଷ ଦୁବେ, ଶିବାଙ୍ଗ କୁମାର, ତନୁଷ କୋଟିଆନ୍ ଓ ବିପ୍ରଜ ନିଗମ ଯୋଗ ଦେଇଛନ୍ତି। ଏମାନେ ଶ୍ରୀଲଙ୍କାରେ ଶୁବମନ ଗିଲ୍ଙ୍କ ଦଳକୁ ପ୍ରସ୍ତୁତିରେ ସହଯୋଗ କରିବେ। ଭାରତ ପାଇଁ ଏହି ଶୃଙ୍ଖଳା ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିଲା ବେଳେ ଦଳକୁ ଆହତ ସମସ୍ୟା ବଡ଼ ଚିନ୍ତାରେ ପକାଇଛି। ତାରକା ବୋଲର ଯଶପ୍ରୀତ ବୁମ୍ରା ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିବା ପରେ ନବାଗତ ବୋଲର ଆକ୍ବିବ ନବି ସାମିଲ ହୋଇଛନ୍ତି। ଅଲ୍ରାଉଣ୍ଡର ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀ ଆହତ ଜନିତ କାରଣ ଯୋଗୁଁ ଦଳରେ ସ୍ଥାନ ପାଇନାହାନ୍ତି। ସ୍ପିନ୍ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦରଙ୍କ ମାଂସପେଶୀ ଜନିତ ସମସ୍ୟା ଯୋଗୁଁ ପ୍ରଥମ ଟେଷ୍ଟ୍ ଖେଳିପାରିବେନି। ଦ୍ରୁତବୋଲର ଆକାଶଦୀପ ମଧ୍ୟ ଆହତ ଯୋଗୁଁ ଉପଲବ୍ଧ ନାହାନ୍ତି। ସାଇ ସୁଦର୍ଶନ ଦଳରେ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫିଟ୍ନେସ୍ ପ୍ରମାଣପତ୍ର ପାଇଁ ନାହାନ୍ତି। ସୂଚନାଯୋଗ୍ୟ ଯେ ଭାରତ ଡବ୍ଲ୍ୟୁଟିସି ଟେବୁଲରେ ୯ ମ୍ୟାଚ୍ ଖେଳି ୪ ଲେଖାଏଁ ବିଜୟ ଓ ପରାଜୟରୁ ୪୮.୧୫୦ ପିସିଟି ସହ ପଞ୍ଚମ ସ୍ଥାନରେ ରହିଛି।

42 minutes ago
2


