Shravan Month : ଆସୁଛି ଶ୍ରାବଣ ମାସ, ଶିବ ଭକ୍ତଙ୍କ ଓଃ କି ଆନନ୍ଦ

1 week ago 3
ARTICLE AD BOX

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ଅତି ପ୍ରିୟ ମାସ... ଶ୍ରାବଣ। ସନାତନ ପରମ୍ପରାରେ ଏହି ମାସକୁ ଆଧ୍ୟାତ୍ମିକ ସାଧନା, ଉପବାସ, ଜପ ଓ ଦାନର ମାସ ବୋଲି କୁହାଯାଏ। ପୁରାଣ ଅନୁସାରେ, ସମୁଦ୍ର ମନ୍ଥନ ସମୟରେ ନିର୍ଗତ ହୋଇଥିବା ହଳାହଳ ବିଷକୁ ଭଗବାନ ଶିବ ସୃଷ୍ଟିର ରକ୍ଷା ପାଇଁ ପାନ କରିଥିଲେ। ଦେବତାମାନେ ତାଙ୍କୁ ଜଳାଭିଷେକ କରି ବିଷର ପ୍ରଭାବ କମାଇଥିଲେ। ସେହିଠାରୁ ଶ୍ରାବଣ ମାସରେ ଜଳ, କ୍ଷୀର, ବେଲପତ୍ର ଓ ଧତୁରାରେ ମହାଦେବଙ୍କୁ ଅଭିଷେକ କରିବାର ପରମ୍ପରା ଚାଲିଆସିଛି।

ଅଧିକ ପଢନ୍ତୁ: ଶ୍ରାବଣ ମାସରେ ମନ୍ଦିରରୁ ଶିବଲିଙ୍ଗ ଚୋରି କରି ନେଇଗଲେ ଚୋର

୨୦୨୬ ମସିହାରେ ଅମାନ୍ତ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସ ୩୦ ଜୁଲାଇରୁ ଆରମ୍ଭ ହୋଇ ୨୮ ଅଗଷ୍ଟରେ ଶେଷ ହେବ। ଏଥର ଶ୍ରାବଣ ମାସର ଆରମ୍ଭlରେ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି। ଜ୍ୟୋତିସ୍ୟଙ୍କ ଅନୁସାରେ, ୩୦ ଜୁଲାଇରେ ଶ୍ରବଣ ନକ୍ଷତ୍ର, ଆୟୁଷ୍ମାନ ଯୋଗ ଏବଂ ସୌଭାଗ୍ୟ ଯୋଗର ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି।

ଏହି ସଂଯୋଗକୁ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ। ଏହି ଦିନ ବିଧିବିଧାନ ଅନୁଯାୟୀ ଦେବାଦିଦେବ ମହାଦେବଙ୍କ ପୂଜା-ଅର୍ଚ୍ଚନା, ଜଳାଭିଷେକ ଓ ବ୍ରତ ପାଳନ କଲେ ବିଶେଷ ପୁଣ୍ୟଫଳ ଓ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ଶ୍ରାବଣ ମାସରେ ସୋମବାର ବ୍ରତ ପାଳନ କରି ଶିବଲିଙ୍ଗରେ ଜଳ ଓ କ୍ଷୀର ଅର୍ପଣ କଲେ ଦାମ୍ପତ୍ୟ ସୁଖ, ସନ୍ତାନ ସୁଖ, ଆର୍ଥିକ ଉନ୍ନତି ଏବଂ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳେ। ଅବିବାହିତ ଯୁବକ-ଯୁବତୀମାନେ ମନପସନ୍ଦ ଜୀବନସାଥୀ ପାଇବା ପାଇଁ ଏହି ମାସରେ ବ୍ରତ ଓ ପୂଜା କରିଥାନ୍ତି। ଭକ୍ତି, ଆସ୍ଥା ଓ ଆତ୍ମଶୁଦ୍ଧିର ବାର୍ତ୍ତା ଦେଇଥାଏ ପବିତ୍ର ଶ୍ରାବଣ ମାସ। ତେଣୁ ଏହି ମାସରେ ନିୟମନିଷ୍ଠାର ସହ ଭଗବାନ ଶିବଙ୍କ ଆରାଧନା କରି ଆଧ୍ୟାତ୍ମିକ ଶାନ୍ତି ଓ ଜୀବନରେ ସୁଖ-ସମୃଦ୍ଧିର କାମନା କରନ୍ତୁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.