ARTICLE AD BOX
ଓଟାୱା: ଟୋରଣ୍ଟୋରେ କାନାଡାର ସବୁଠାରୁ ବଡ଼ ଲାଟିନ୍ ଷ୍ଟ୍ରିଟ୍ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଛି। ଲୋକମାନେ ମହୋତ୍ସବରେ ସଂଗୀତ ଏବଂ ନୃତ୍ୟରେ ମସଗୁଲ୍ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଛଅ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସହରର ମିଡଟାଉନ୍ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛି।
Iran Missile Attack: ପୁଣି ଯୁଦ୍ଧନିଆଁରେ ଜଳିଲା ମଧ୍ୟପ୍ରାଚ୍ୟ: ଉପସାଗରୀୟ ଦେଶରେ ବ୍ୟାପକ କ୍ଷୟକ୍ଷତି
ସନ୍ଦିଗ୍ଧ ବ୍ୟକ୍ତି ଫେରାର
ପୁଲିସ କହିଛି, ଗୁଳିକାଣ୍ଡର ସନ୍ଦିଗ୍ଧ ବ୍ୟକ୍ତି ଏବେ ବି ଫେରାର ଅଛନ୍ତି। ଗୁଳିକାଣ୍ଡ ଜଣଙ୍କ ଦ୍ବାରା ହୋଇଥିଲା ନା ଅନ୍ୟ ଲୋକମାନେ ମଧ୍ୟ ଏଥିରେ ସାମିଲ ଥିଲେ ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଲାଟିନ୍ ସଂସ୍କୃତିକୁ ପାଳନ କରୁଥିବା ସାଲସା ଅନ୍ ସେଣ୍ଟ କ୍ଲେୟାର ମହୋତ୍ସବ ୨୨ ବର୍ଷ ଧରି ଏହି ଅଞ୍ଚଳରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି। ପୁଲିସ କହିଛି ଯେ ଗୁଳିକାଣ୍ଡ ଆରମ୍ଭ ହେବା ସମୟରେ ସୂର୍ଯ୍ୟାସ୍ତ ପରେ ଲୋକମାନେ ସଂଗୀତ ଏବଂ ନୃତ୍ୟ ପାଇଁ ରାସ୍ତାରେ ଏକାଠି ହୋଇଥିଲେ। ସ୍ଥାନୀୟ ସମୟ ଅନୁସାରେ ଶନିବାର ରାତି ପ୍ରାୟ ୮ଟା ୧୨ ସମୟରେ ସେଣ୍ଟ କ୍ଲେୟାର ଆଭେନ୍ୟୁରେ ଗୁଳିକାଣ୍ଡ ବିଷୟରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

3 weeks ago
11


